ଆସନ୍ତାକାଲି ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି

ନୂଆଦିଲ୍ଳୀ: ଜୁଲାଇ ୧୨: ନିଜର ଇସ୍ତଫା ପତ୍ର ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଆସନ୍ତାକାଲି ରାଷ୍ଟ୍ରପତି ପଦରୁ ଇସ୍ତଫା ପତ୍ର ବାଚସ୍ପତିଙ୍କ ହାତରେ ଦେଇ ଏକ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛନ୍ତି ଗୋଟାବାୟା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କାରେ ଉପୁଜିଥିବା ପରିସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି । ସୂତ୍ରରୁ ପ୍ରକାଶ ଯେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିି ଉପୁଜିବାରୁ ୮ ଜଣ ଆନ୍ଦୋଳନକାରୀ କ୍ଷତାକ୍ତ ହୋଇ […]

Samaya Live Picture
Published On

ନୂଆଦିଲ୍ଳୀ: ଜୁଲାଇ ୧୨: ନିଜର ଇସ୍ତଫା ପତ୍ର ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଆସନ୍ତାକାଲି ରାଷ୍ଟ୍ରପତି ପଦରୁ ଇସ୍ତଫା ପତ୍ର ବାଚସ୍ପତିଙ୍କ ହାତରେ ଦେଇ ଏକ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛନ୍ତି ଗୋଟାବାୟା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କାରେ ଉପୁଜିଥିବା ପରିସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି । ସୂତ୍ରରୁ ପ୍ରକାଶ ଯେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିି ଉପୁଜିବାରୁ ୮ ଜଣ ଆନ୍ଦୋଳନକାରୀ କ୍ଷତାକ୍ତ ହୋଇ କଲୋମ୍ବର ନ୍ୟାସନାଲ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆନ୍ଦୋଳନ ଚଳାଇଥିବା ସଂଗଠନଗୁଡ଼ିକର ନେତାମାନେ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସେମାନଙ୍କ ପଦ ନଛାଡ଼ିବା ପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନକୁ ଅଧୀନରେ ରଖିବେ । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଉତ୍ତରାଧିକାରୀ ଆସନ୍ତା ୨୦ ତାରିଖରେ ନିର୍ବାଚିତ ହେବେ । ପୂର୍ବ ଘୋଷଣା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ । ୧୫ ତାରିଖରେ ସଂସଦର ଅଧିବେଶନ ହେବ । ୧୯ ତାରିଖ ସୁଦ୍ଧା ରାଷ୍ଟ୍ରପତି ପଦ ପାଇଁ ମନୋନୟନ ପତ୍ର ଗ୍ରହଣ କରାଯିବ । ତାହା ପରେ ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ସରକାର ଗଠନ ପାଇଁ ଗୋଟାବାୟ ଓ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସମ୍ବିଧାନ ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ । ଏହାପରେ ୩୦ ଦିନ ଭିତରେ ସଂସଦ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ । ଗୋଟାବାୟା ରାଜପକ୍ଷଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୪ରେ ଶେଷ ହେଉଛି । ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନବନିଯୁକ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବଳବତ୍ତର ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।