ଗର୍ଜନପାହାଡ଼ର ବିରଳ କଳା ବାଘ ଉଭାନ ନେଇ ତନାଘନା

ସୁନ୍ଦରଗଡ଼ : ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ (ବ୍ଲାକପନ୍ଥର)। ବେଶ ଚର୍ଚ୍ଚାକୁ ଆସିଥିଲା ଗର୍ଜନପାହାଡ଼ । କି;ୁ ତାର ଦେଢ଼ ବର୍ଷ ପରେ ବାଘଟି କେଉଁଆଡ଼େ ଉଭାନ ହୋଇଗଲା । ଯାହା ବନ୍ୟପ୍ରାଣୀ ପ୍ରେମୀ ଓ ବିଶେଷଜ୍ଞଙ୍କୁ ବିଷର୍ଣ୍ଣ କରିଛି । ତେବେ ରାଜ୍ୟ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ବିରଳ କଳାବାଘର ସନ୍ଧାନ ନେବାକୁ ବନ ବିଭାଗ ଯେତିକି ଗୁରୁିତ୍ୱଦେବା କଥା […]

Samaya Live Picture
Published On

ସୁନ୍ଦରଗଡ଼ : ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ (ବ୍ଲାକପନ୍ଥର)। ବେଶ ଚର୍ଚ୍ଚାକୁ ଆସିଥିଲା ଗର୍ଜନପାହାଡ଼ । କି;ୁ ତାର ଦେଢ଼ ବର୍ଷ ପରେ ବାଘଟି କେଉଁଆଡ଼େ ଉଭାନ ହୋଇଗଲା । ଯାହା ବନ୍ୟପ୍ରାଣୀ ପ୍ରେମୀ ଓ ବିଶେଷଜ୍ଞଙ୍କୁ ବିଷର୍ଣ୍ଣ କରିଛି । ତେବେ ରାଜ୍ୟ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ବିରଳ କଳାବାଘର ସନ୍ଧାନ ନେବାକୁ ବନ ବିଭାଗ ଯେତିକି ଗୁରୁିତ୍ୱଦେବା କଥା ସେତିକି ଦେଇ ନାହିଁ ।

ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ସବୁଠାରୁ ବଡ଼ କଥା ହେଲା, ଗର୍ଜନପାହାଡ଼ କଡ଼େ ଗୋଟିଏ ପରେ ଗୋଟିଏ ବିଶାଳ କୋଇଲା ଖଣି ସବୁ ଖୋଳା ଯାଉଛି । ତେଣୁ କଳାହୀରାର ଚମକରେ କଳାବାଘ କଥା ସମସ୍ତେ ଭୁଲିଯିବାର ଆଶଙ୍କା ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ପ୍ରଥମେ ଦେଶର ୮ଟି ରାଜ୍ୟ ଦକ୍ଷିଣ ଭାରତର କର୍ଣ୍ଣାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଉତ୍ତରରେ ହିମାଚଳପ୍ରଦେଶ, ଉତ୍ତର-ପୂର୍ବାଞ୍ଚଳରେ ଆସାମ ଓ ମଧ୍ୟଭାଗରେ ଛତିଶଗଡ଼ ପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ଏକ ବିରଳ କଳାବାଘ ଦେଖାଯାଇଥିଲା ।

ଯାହା ରାଜ୍ୟ ବନବିଭାଗକୁ ବେଶ ଉତ୍ସାହିତ କରିଥିଲା । ବିଭାଗ ବାଘର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ସୁନ୍ଦରଗଡ଼ ବନବିଭାଗ ଗର୍ଜନପାହାଡ଼ ଉପରେ ଦୃଷ୍ଟି ନିବିଦ୍ଧ କରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା । କଳା ବାଘର ଗତିବିଧି ଉପରେ ନଜର ରଖିବାକୁ ଅସ୍ଥାୟୀ ଟ୍ରାପ୍‌ କ୍ୟାମେରା ଖଞ୍ଜିଥିଲା ବିଭାଗ । ଠିକ୍‌ ଏହାର ଦେ ବର୍ଷ ପରେ ଜଙ୍ଗଲରେ ପୁଣି ଦୁଇଟି ବିରଳ କଳାବାଘ ଛୁଆ ବୁଲୁଥିବା ଚର୍ଚ୍ଚା ହୋଇଥିଲା । ଜଙ୍ଗଲକୁ ଯାଇଥିବା କିଛି ଲୋକ ଦୁଇ ଛୁଆକୁ ଦେଖିଥିବା କହିଥିଲେ । ସେତେବେଳେ ବନବିଭାଗ ମଧ୍ୟ ଏଥିରେ ସତ୍ୟତା ଥାଇପାରେ ବୋଲି କହିଥିଲେ । ଦୁଇ ଛୁଆ ସେ କଳାବାଘର ହୋଇପାରନ୍ତି ବୋଲି କୁହାଗଲା । କି;ୁ ଏହା ପରେ କଳା ବାଘ କି ସେ ଛୁଆ ଆଉ ଦୃଷ୍ଟିକୁ ଆସିଲେ ନାହିଁ ।

ବାଘଟି କୁଆଡ଼େ ଗଲା କି କୌଣସି ଶିକାରୀ ହାବୁଡ଼ରେ ପଡ଼ିଲା, ତାକୁ ନେଇ ସଂଶୟ ଲାଗି ରହିଥିଲା । ଏକ ଘଟଣାକ୍ରମେ, ଗତ ୨୦୨୦ ଅଗଷ୍ଟରେ ଗର୍ଜନପାହାଡ଼ ଜଙ୍ଗଲ ନିକଟ ବଡ଼ରମ୍ପିଆ ଗାଁରେ ଏକ କଲରାପତରିଆ ବାଘ ପଶି ଲୋକଙ୍କୁ ଆକ୍ରମଣ କରି ତା’ପର ଦିନ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିଲା । ଏଯାଏ ସେ ବାଘର ମୃତ୍ୟୁ ରହସ୍ୟ ଉନ୍ମୋଚନ କରିପାରିନି ବନବିଭାଗ । ଏହା ପରେ ପରେ କଳାବାଘର ଗାଏବକୁ ନେଇ ଶିକାରୀଙ୍କ ହାବୁଡ଼ରେ ପଡ଼ିଥିବାର ଆଶଙ୍କା ବି ଧାରଣରେ ଉଙ୍କି ମାରିଥିଲା । ତେବେ ସେତେବେଳେ ଉଠିଥିବା ଅନ୍ୟ ଏକ ଚର୍ଚ୍ଚାକ୍ରମେ, ୨୦୧୭ରେ ମହାରାଷ୍ଟ୍ର ଓ ପରେ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ଉଦନ୍ତୀସୀତା ନଦୀ ବନ୍ୟପ୍ରାଣୀ ଅଭ୍ୟୟାରଣ୍ୟରେ ଦେଖାଯାଇଥିବା କଳାବାଘ ୨୦୧୮ରେ ସେଠାରୁ ମାତ୍ର ୩ ଶହ କିଲୋମିଟର ଦୂର ହେମଗିର ଗର୍ଜନପାହାଡ଼କୁ ଆସିଥିଲା । ସେତେବେଳେ ସେ ସମ୍ଭବତଃ ଗର୍ଭବତୀ ଥିଲା ଓ ଛୁଆ ଜନ୍ମ କରିବାକୁ ଏଠାକୁ ଚାଲିଆସିଥିଲା । ଏଠାରେ ରହିବା ଭିତରେ ଛୁଆ ଜନ୍ମ କରିଥିଲା। ପରେ ହୁଏତ ପୂର୍ବସ୍ଥାନକୁ ଫେରି ଯାଇଥିବା ଲୋକେ ଅନୁମାନ ଲଗାଇଥିଲେ ।

ଏହା ମଧ୍ୟରେ ବର୍ଷା ଦିନରେ ବନବିଭାଗ ଟ୍ରାପ୍‌ କ୍ୟାମେରାକୁ ଖୋଲି ଦେଇଥିଲା । ଏହା ପରଠାରୁ କଳା ବାଘ କି ତା’ ଛୁଆକୁ ଖୋଜିବା ମୁସ୍କିଲ ହୋଇପଡ଼ିଛି । ଗର୍ଜନପାହାଡ଼, ଢେକନାପାଣି, ରୋହିଣୀ ସଂରକ୍ଷିତ ଜଙ୍ଗଲରେ ୨୫ରୁ ଅଧିକ କଲରାପତରିଆ ଓ ଚିତା ବାଘ ଥିବା ଆକଳନ କରାଯାଇଥିବା ବେଳେ ପ୍ରଥମ କରି ଏକ ବିରଳ କଳା ବାଘ (ବ୍ଲାକପନ୍ଥର) ଠାବ ହେବା ଓ ଦେ ବର୍ଷ ପରେ ପୁଣି ଉଭାନ ହୋଇଯିବା ବନବିଭାଗର କାର୍ଯ୍ୟଶେଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ‘ ବାଘର ପାଦଚିହ୍ନ ରହିଛି, କି;ୁ ତାହା କଳାବାଘ କି ସାଧାରଣ ବାଘର ତାହା ସ୍ପଷ୍ଟ ହୋଇପାରି ନାହିଁ । ଏବେ ସ୍ଥାନୀୟ ଗାଁ ଲୋକଙ୍କ ସହାୟତାରେ କଳା ବାଘକୁ ଠାବ କରିବା ପାଇଁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଛଡ଼ାର ବନବିଭାଗ ପକ୍ଷରୁ ଗର୍ଜନପାହାଡ଼ରେ ସ୍ଥାୟୀ ଟ୍ରାପ କ୍ୟାମେରା ଲଗାଇବାକୁ ରାଜ୍ୟ ବନବିଭାଗର ଅନୁମୋଦନ ଲୋଡ଼ାଯାଇଛି, ଏହା ହେଲେ କଳାବାଘ ଓ ଅନ୍ୟ ବନ୍ୟଜ;ୁଙ୍କ ଟିକିନିଖି ତଥ୍ୟ ମିଳିଯିବ ବୋଲି ସେ କହିଥିଲେ।