ବିଦ୍ୟୁତ କାଟ ସମସ୍ୟାକୁ ଏଡାଇବା ପାଇଁ ହେବ ସୋଲାର ପ୍ରକଳ୍ପ
କଟକ: ଜୁନ ୬: ସରକାର ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମାଧାନ, ଖର୍ଚ୍ଚ ରୋକିବା ପାଇଁ ଏବେ ସୋଲାର୍ ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଆଗକୁ କଟକ ବଡ଼ ଡାକ୍ତରଖାନାରେ ରୁଫ୍ ଟପରେ ସୋଲାର୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଏସ୍ସିବି ମେଡିକାଲକୁ ଏକଚିଠି ଲେଖିଥିବା ଜଣାପଡ଼ିଛି । ସନ୍ସ ବ୍ଲେସିଂ ଆଣ୍ଡ ହେଲ ପ୍ରକଳ୍ପ ଅଧୀନରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ […]
କଟକ: ଜୁନ ୬: ସରକାର ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମାଧାନ, ଖର୍ଚ୍ଚ ରୋକିବା ପାଇଁ ଏବେ ସୋଲାର୍ ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଆଗକୁ କଟକ ବଡ଼ ଡାକ୍ତରଖାନାରେ ରୁଫ୍ ଟପରେ ସୋଲାର୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଏସ୍ସିବି ମେଡିକାଲକୁ ଏକଚିଠି ଲେଖିଥିବା ଜଣାପଡ଼ିଛି । ସନ୍ସ ବ୍ଲେସିଂ ଆଣ୍ଡ ହେଲ ପ୍ରକଳ୍ପ ଅଧୀନରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ । ଏହାଛଡ଼ା ଓରେଡ଼ାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଚିଠି ଲେଖାଯାଇଛି । ଅତିରିକ୍ତ ଶାସନ ସଚିବଙ୍କ ଚିଠି ପାଇବା ପରେ ଏସ୍ସିବି ପକ୍ଷରୁ ଯୋଜନାକୁ କେମିତି କାର୍ଯ୍ୟକାରୀ କରାଯିବ ସେ ସଂପର୍କରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏସ୍ସିବି ହେଉଛି ରାଜ୍ୟର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ । ଏଠାରେ ମାସକୁ ୭୦ରୁ ୮୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ଆସୁଥିବା ବେଳେ ବର୍ଷକୁ ଏହା ୮କୋଟି ୪୦ଲକ୍ଷ ପାଖାପାଖି ରହୁଛି । ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥାଏ । ଏପରିକି କୋଭିଡ୍ ସମୟରେ ମଧ୍ୟ କିଛି ସମୟ ଧରି ବିଦ୍ୟୁତ ବିଭ୍ରାଟ ଯୋଗୁଁ ଆକ୍ରାନ୍ତ ହନ୍ତସନ୍ତ ହୋଇଥିଲେ । ଯାହାକୁ ନେଇ ଏସ୍ସିବି ପରିସରରେ ଉତ୍ତେଜନା ଦେଖାଦେଇଥିଲା । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଏହି ବିଦ୍ୟୁତ ବିଭ୍ରାଟକୁ ନେଇ ପ୍ରାକ୍ ପ୍ରସ୍ତୁତି କରାଯାଇଥାଏ । ତେବେ ଏହି ସୋଲାର୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଦ୍ୟୁତ ବିଲ୍ ଓ ବିଭ୍ରାଟ ସମସ୍ୟାରୁ ଏସ୍ସିବି କର୍ତ୍ତୃପକ୍ଷ ମୁକ୍ତି ପାଇପାରିବେ ।




