ଭିନ୍ନକ୍ଷମ ଯୁବକଙ୍କ ନିଶା ବେପାର, ରାଜ୍ୟ ବାହାରେ ଚଳାଇଥିଲେ ଗ୍ୟାଙ୍ଗ
ସମ୍ବଲପୁର,(ସବୁ୍ୟ): ଚାଲିବାକୁ ଅସମର୍ଥ । ଘରୁ ଗୋଡ଼ କାଢ଼ିବାକୁ ହେଲେ ୨ ସହଯୋଗୀ ଦରକାର । ହେଲେ ନିଶା କାରବାରରେ ଧୁରନ୍ଧର ଏହି ଭିନ୍ନକ୍ଷମ ଯୁବକ ସୁଶାନ୍ତ । ପ୍ରାୟ ୯ ବର୍ଷ ହେଲା ରାଜ୍ୟ ବାହାରେ ଚଳାଇଛନ୍ତି ଗଞ୍ଜେଇ କାରବାର । କି;ୁ ନିଜ ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ପୂରା ଭଦ୍ର ବ୍ୟକ୍ତି । କାହାର ସନ୍ଦେହ କରିବାର ଅବକାଶ ନାହିଁ । ଏପରି ଭାବେ ବେଶ୍ ସମ୍ପତ୍ତି ଠୁଳ କରିଥିବା ନିଶା କାରବାରର […]
ସମ୍ବଲପୁର,(ସବୁ୍ୟ): ଚାଲିବାକୁ ଅସମର୍ଥ । ଘରୁ ଗୋଡ଼ କାଢ଼ିବାକୁ ହେଲେ ୨ ସହଯୋଗୀ ଦରକାର । ହେଲେ ନିଶା କାରବାରରେ ଧୁରନ୍ଧର ଏହି ଭିନ୍ନକ୍ଷମ ଯୁବକ ସୁଶାନ୍ତ । ପ୍ରାୟ ୯ ବର୍ଷ ହେଲା ରାଜ୍ୟ ବାହାରେ ଚଳାଇଛନ୍ତି ଗଞ୍ଜେଇ କାରବାର । କି;ୁ ନିଜ ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ପୂରା ଭଦ୍ର ବ୍ୟକ୍ତି । କାହାର ସନ୍ଦେହ କରିବାର ଅବକାଶ ନାହିଁ । ଏପରି ଭାବେ ବେଶ୍ ସମ୍ପତ୍ତି ଠୁଳ କରିଥିବା ନିଶା କାରବାରର ମାଷ୍ଟର ମାଇଣ୍ଡ ଭିନ୍ନକ୍ଷମ ଯୁବକ ସୁଶାନ୍ତ କୁମାର ଲେଙ୍କା । ଯାହାକୁ ଗିରଫ କରିଛି ସମ୍ବଲପୁର ପୁଲିସ୍ ।
ଏଥିସହ ତାଙ୍କ ଗ୍ୟାଙ୍ଗର ଆଉ ୬ ଜଣ ମଧ୍ୟ ଗିରଫ ହୋଇଛନ୍ତି । କିଛି ଦିନ ପୂର୍ବେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ ଘଟଣାର ଖୋଳତାଡ଼ କରୁ କରୁ ସୁଶାନ୍ତ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଲା । ପରେ ପୁଲିସ୍ ତଦନ୍ତ କରି ସୁଶାନ୍ତଙ୍କ ସମେତ ତାଙ୍କ ଗ୍ୟାଙ୍ଗର ସମୁଦାୟ ୭ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ଟି କାର, ନଗଦ ଟଙ୍କା ଓ ୭ଟି ମୋବାଇଲ୍ ମଧ୍ୟ ଜବତ ହୋଇଛି ।
ସମ୍ବଲପୁର ଏସପି ବି. ଗଙ୍ଗାଧର ଦେଇଥିବା ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଘର ସମ୍ବଲପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଜଣେ ଭିନ୍ନକ୍ଷମ । ପ୍ରାୟ ୮ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ତାଙ୍କ ୨ ଗୋଡ଼ ଅକାମୀ ହୋଇ ପଡ଼ିଛି । ତେଣୁ ସେ ଚଲାବୁଲା କରିପାରନ୍ତି ନାହିଁ । ଏଥିନିମନ୍ତେ ତାଙ୍କୁ ୨ ଜଣଙ୍କ ସାହାଯ୍ୟ ନେବାକୁ ପଡ଼େ । ହେଲେ ସେ ପ୍ରାୟ ୭/ ୮ ବର୍ଷ ହେଲା ରାଜ୍ୟ ବାହାରେ ଗଞ୍ଜେଇ କାରବାର ଚଳାଇ ଆସିଛନ୍ତି । କିଛି ଦିନ ପୂର୍ବେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ ହେବାରେ ଖୋଳତାଡ଼ କରୁ କରୁ ସୁଶାନ୍ତ ଏହାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଲା । ସେ ସ୍ଥାନୀୟ ଅଞ୍ଚଳରେ ଗଞ୍ଜେଇ ବେପାର ନ କରି ମୁଖ୍ୟତଃ ୟୁପି, ଏମପି ମହାରାଷ୍ଟ୍ର, ଝାଡଖଣ୍ଡକୁ ଗଞ୍ଜେଇ ଯୋଗାଣ କରନ୍ତି । ତେଣୁ ତାଙ୍କ ନାଁରେ ସ୍ଥାନୀୟ ଥାନାରେ ଗୋଟିଏ ବି କେସ୍ ନ ଥିବା ବେଳେ ତାଙ୍କ ଉପରେ କେହି ସନ୍ଦେହ କରିବାର କିଛି ସୁଯୋଗ ବି ନ ଥିଲା । ଏହାର ସୁଯୋଗ ନେଇ ସେ ବେଶ୍ ସମ୍ପତ୍ତି ଠୁଳ କରିପାରିଛନ୍ତି । ଗିରଫ ମାଫିଆଙ୍କ ଆନ୍ତଃରାଜ୍ୟ ଲିଙ୍କ ରହିଛି ଓ ଦୀର୍ଘଦିନ ଧରି ସେମାନେ ଗଞ୍ଜେଇ କାରବାର କରୁଥିଲେ ବୋଲି ଏସପି କହିଛନ୍ତି ।




