ପିଇବା ପାଣି ପାଇଁ ହଟହଟା ସମ୍ବଲପୁରବାସୀ: ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତା ରୋକିଲେ ଲୋକେ
ସମ୍ବଲପୁର : ମହାନଦୀ କୂଳରେ ରହିଛି ସମ୍ବଲପୁର ସହର । ଯେଉଁ ନଦୀରୁ ସାରା ରାଜ୍ୟର ଶିଳ୍ପ ସଂସ୍ଥାଠାରୁ ଆରମ୍ଭ କରି କଟକ ଭୁବନେଶ୍ୱର ଭଳି ଅନେକ ବଡ଼ ବଡ଼ ସହର ପାଣି ପାଉଛନ୍ତି । କି;ୁ ଏହି ମହାନଦୀ କୂଳରେ ଥାଇ ସମମ୍ବଲପୁର ସହରବାସୀ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ପ୍ରତି ବର୍ଷ ଲୋକେ ଅଭିଯୋଗ କରନ୍ତି, ବିରୋଧ ହୁଏ, ଶେଷରେ ପ୍ରଶାସନର ମିଛ ପ୍ରତିଶ୍ରୁତିରେ ସବୁ କିଛି ଶେଷ ହୁଏ । କାରଣ […]
ସମ୍ବଲପୁର : ମହାନଦୀ କୂଳରେ ରହିଛି ସମ୍ବଲପୁର ସହର । ଯେଉଁ ନଦୀରୁ ସାରା ରାଜ୍ୟର ଶିଳ୍ପ ସଂସ୍ଥାଠାରୁ ଆରମ୍ଭ କରି କଟକ ଭୁବନେଶ୍ୱର ଭଳି ଅନେକ ବଡ଼ ବଡ଼ ସହର ପାଣି ପାଉଛନ୍ତି । କି;ୁ ଏହି ମହାନଦୀ କୂଳରେ ଥାଇ ସମମ୍ବଲପୁର ସହରବାସୀ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି । ପ୍ରତି ବର୍ଷ ଲୋକେ ଅଭିଯୋଗ କରନ୍ତି, ବିରୋଧ ହୁଏ, ଶେଷରେ ପ୍ରଶାସନର ମିଛ ପ୍ରତିଶ୍ରୁତିରେ ସବୁ କିଛି ଶେଷ ହୁଏ । କାରଣ ଅଧିକାରୀମାନେ ମିଛ ପ୍ରତିଶ୍ରୁତି ଦେଉଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ । ଖରାଦିନ ଆସିଲେ ଏହି ସମସ୍ୟା ଅଧିକ ଜଟିଳ ହୋଇଯାଏ । ଚଳିତବର୍ଷ ମଧ୍ୟ ଏହି ସମସ୍ୟା ଜଟିଳ ହେବା ଆରମ୍ଭ କରିସାରିଲାଣି ।
ସମ୍ବଲପୁର ବାଲିବନ୍ଧା, ରାମଜୀମନ୍ଦିରପଡ଼ା, କମଲିବଜାର ଗତ ମାସେ ହେଲା ପାନୀୟ ଜଳ ଯୋଗାଣ ହେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ପୂର୍ବରୁ ପଡ଼ାକୁ ଭୋର୍ ୫ଟା ସମୟରେ ଥରେ ପାଣି ଦିଆଯାଉଥିଲା । କି;ୁ ମାସେ ହେଲା ଏହା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ଯେଉଁ କାରଣରୁ ୧୦୦୦ ପରିବାର ପାଣି ନ ପାଇ ଅସୁବିଧା ଭୋଗୁଛନ୍ତି । ଏଭଳି ଅଭିଯୋଗ କରି ରବିବାର ଭୋର୍ ୫ଟା ୩୦ରୁ ରିଙ୍ଗ୍ ରୋଡ୍ ଓ ରାମଜୀମନ୍ଦିରପଡ଼ା ରାସ୍ତାକୁ ଅଞ୍ଚଳବାସୀ ଅବରୋଧ କରିଥିଲେ । ପଡ଼ାର ଶତାଧିକ ଲୋକେ ବିଶେଷ କରି ମହିଳାମାନେ ରାସ୍ତା ଉପରେ ବାଲଟି ଗରା ରଖି ବସି ରହିଥିଲେ । କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ଗାଡ଼ି ମୋଟରକୁ ଛଡ଼ାଯାଇଥିଲା । ଲୋକଙ୍କ ଅଭିଯୋଗ, ବିଭିନ୍ନ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେଣି । ନା କୌଣସି ଅଧିକାରୀ ସେମାନଙ୍କ କଥା ଶୁଣୁଛନ୍ତି ନା କେହି ପାନୀୟ ଜଳ ସମସ୍ୟାର ସମାଧାନ ହେଉଛି ।
ଗ୍ରୀଷ୍ମପ୍ରବାହ କାରଣରୁ ଲୋକେ ଘରୁ ବାହାରିବାକୁ ଭୟ କଲେଣି । ଏଭଳି ସ୍ଥିତିରେ ମହାନଦୀ କୂଳରେ ଥିବା ବାସିନ୍ଦାଙ୍କୁ ଯଦି ପିଇବା ପାଇଁ ପାଣି ଟିକିଏ ମିଳୁନାହିଁ ତା ହେଲେ ଅନ୍ୟ ଅଞ୍ଚଳର କଥା କିଏ ପଚାରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଉତ୍ୟକ୍ତ ଲୋକେ ପ୍ରଥମେ କୁଂଜେଲପଡା ଠାରୁ ସମଲେଶ୍ୱରୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଥିଲେ । ପରେ ରିଙ୍ଗରୋଡ୍ ରାସ୍ତାକୁ ମଧ୍ୟ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛିଦିନ ପାଇଁ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଥିଲା । କି;ୁ ଏବେ ତାହା ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ ବାଧ୍ୟ ହୋଇ ଅଞ୍ଚଳବାସୀ ରାସ୍ତା ରୋକ କରିଥିବା କହିଛନ୍ତି ।

ରାସ୍ତା ରୋକ କରାଯାଇଥିବା ସୂଚନା ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ରାସ୍ତା ରୋକର ପାଖାପାଖି ୪ ଘଣ୍ଟା ପରେ ଟାଉନ୍ ଥାନାଧିକାରୀ ନିଜେ ପହଞ୍ଚି ରୋସ୍ତାରୋକ ହଟାଇବାକୁ ଲୋକଙ୍କୁ ବୁଝାଇଥିଲେ । ବିନା ଅନୁମତିରେ ରାସ୍ତା ରୋକ ଗ୍ରହଣୀୟ ବୋଲି କହିଥିଲେ ମଧ୍ୟ ପାନୀୟ ଜଳ ନ ପାଇ ହଟହଟା ଅଞ୍ଚଳବାସୀ କି;ୁ ନିଜ ଜିଦ୍ ରେ ଅଡି ବସିଥିଲେ । ଶେଷରେ ସଦର ଏସଡ଼ିପିଓ ପ୍ରଦୀପ ସାହୁ ମଧ୍ୟ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଫଳ କି;ୁ ସମାନ ରହିଥିଲା । ‘ପିଏଚଡ଼ି ଏସଡ଼ିଓ ଆସ;ୁ, ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦିଅ;ୁ’, ତାପରେ ଯାଇ ରାସ୍ତାରୋକ ହଟିବ ବୋଲି ଲୋକେ ସିଧା ସିଧା ଶୁଣାଇ ଦେଇଥିଲେ ।
ଗୋଟିଏ ପଟେ ପାଣି ନପାଇ ହଟହଟା ହେଉଥିବା ଲୋକେ ରାସ୍ତା ରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କି;ୁ ପାଣି ଯୋଗାଉଥିବା ପିଏଚଡ଼ି ବିଭାଗ ରବିବାର ଛୁଟି ପାଳୁଥିଲା । ଲୋକେ ଟାଣ ଖରାରେ ୪ ଘଣ୍ଟାରୁ ଅଧିକ ସମୟ ହଟହଟା ହେବା ପରେ ପିଏଚଡ଼ି ବିଭାଗର ଅଧିକାରୀ ପହଞ୍ଚିଥିଲେ । ଏସଡ଼ିପିଓ ପହଞ୍ଚିବା ପରେ ଲୋକଙ୍କ ସହ କିଚି ସମୟ ଧରି ପାଟିତୁଣ୍ଡ ଓ ଆଲୋଚନା ହୋଇଥିଲା । ତେବେ ୨ ଦିନ ଭିତରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବୁ ବୋଲି ଏସଡ଼ିଓ ଗୁଲସନ୍ କୁମାର ସାହୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା ।




