ସମ୍ବଲପୁରରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ
ସମ୍ବଲପୁର: ମାର୍ଚ୍ଚ ୨୯ : ସୋବାରରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଏହାର ପ୍ରଭାବ ସମ୍ବଲପୁର ସମେତ ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିଥିଲେ । ଦୋକାନ ବଜାର ଖୋଲା ରହିଥିଲା । ସମ୍ବଲପୁର କଚେରି ଛକରେ ଜିଲ୍ଲା […]
ସମ୍ବଲପୁର: ମାର୍ଚ୍ଚ ୨୯ : ସୋବାରରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଏହାର ପ୍ରଭାବ ସମ୍ବଲପୁର ସମେତ ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରିଥିଲେ । ଦୋକାନ ବଜାର ଖୋଲା ରହିଥିଲା । ସମ୍ବଲପୁର କଚେରି ଛକରେ ଜିଲ୍ଲା ଜଜ୍, ମାଜିଷ୍ଟ୍ରେଟ୍, ଜିଲ୍ଲାପାଳଙ୍କୁ ଅଫିସ ଯିବାକୁ ଦେଇ ନଥିଲେ । ସେହିପରି ସହରର ଅନ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ ସମ୍ମୁଖରେ ମଧ୍ୟ ବନ୍ଦ ପାଳନ କରାଯାଇଥିଲା ।

ବିଶେଷକରି ଷ୍ଟେଟବ୍ୟାଙ୍କର କର୍ମଚାରୀଙ୍କୁ ବ୍ୟାଙ୍କ ଭିତରକୁ ଛାଡ଼ୁ ନଥିବା ଦେଖାଯାଇଥିଲା । ସହରର ଧନୁପାଲି, ଅଇଁଠାପାଲି, ଲକ୍ଷ୍ମୀ ଟକିଜ୍ ଛକରେ ଆନ୍ଦୋଳନକାରୀମାନେ ବନ୍ଦ ପାଳନ କରିଥିଲେ । ବନ୍ଦ ପାଳନ କରୁଥିବା ସଂଗଠନଗୁଡ଼ିକ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଦୋକାନ ବଜାର ବନ୍ଦ କରିବାକୁ ବୁଝାଇବା ସହିତ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଥିଲେ । ମଧ୍ୟାହ୍ନ ପର୍ଯ୍ୟନ୍ତ ପେଟ୍ରୋଲ୍ ପମ୍ପ ବନ୍ଦ ରହିଥିଲା । ଯାନବାହନ ଚଳାଚଳ ସ୍ୱାଭାବିକ ରହିଥିଲା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଜିଏମ୍ ବିଶ୍ୱବିଦ୍ୟାଳୟର ପରୀକ୍ଷା ପୂର୍ବରୁ ବାତିଲ କରାଯାଇଛି ।
ସେହିପରି ଅନ୍ୟ ଘରୋଇ ଶିକ୍ଷାନୁଷ୍ଠାନରେ ଥିବା ପରୀକ୍ଷାକୁ ମଧ୍ୟ ବନ୍ଦ ରଖାଯାଇଥିଲା । ୪ଟି ନୂତନ ଶ୍ରମ କୋଡକୁ ବାତିଲ, ଚାଷୀ ସମସ୍ୟାର ସମାଧାନ, ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା କରିବା, ଘରୋଇକରଣ ଏବଂ ଠିକାଦାରୀ ପ୍ରଥା ଉଚ୍ଛେଦ,ଦରଦାମ ଓ ବେକାରୀ ସମସ୍ୟାର ସମାଧାନ ଆଦି ପ୍ରମୁଖ ଦାବି ନେଇ ଟ୍ରେଡ୍ ୟୁନିୟନର ସଦସ୍ୟମାନେ ପୋଷ୍ଟର ବ୍ୟାନର ଧରି ବିଭିନ୍ନ ସ୍ଥାନରେ ପିକେଟିଂ କରି ଧର୍ମଘଟକୁ ସଫଳ କରିବାକୁ ପ୍ରୟାସ କରିଥିଲେ । ସମ୍ବଲପୁର ଠାରେ ଏହି ଆନ୍ଦୋଳନରେ ବିଭିନ୍ନ ଶ୍ରମିକ ସଂଗଠନର ସଭ୍ୟ ଧର୍ମଘଟରେ ସାମିଲ ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ । ତେବେ ସମ୍ବଲପୁର ସହରରେ ଦୁଇଦିନିଆ ଧର୍ମଘଟ ପାଇଁ ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ ସ୍ୱାଭାବିକ ରହିଥିବା ବେଳେ ବ୍ୟାଙ୍କ ବୀମା କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ ମଧ୍ୟାହ୍ନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।




