ସ୍ୱାଧୀନତାର ୭ଦଶନ୍ଧୀ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ
ଜମନକିରା : ରାଜ୍ୟ ସରକାର ରାସ୍ତାଘାଟ ନିର୍ମାଣକୁ ଗୁରୁିତ୍ୱ ଦେଉଥିବା ବେଳେ, ଏବେ ମଧ୍ୟ ଅନେକ ଗାଁ କୁ ପMା ରାସ୍ତା ନାହିଁ । ଏଭଳି ଗାଁ ରହିଛି, ଯେଉଁଠି କି ସରକାରୀ ଯୋଜନା ଠିକରେ ପହଞ୍ଚି ପାରୁନି । ଅନେକ ଗାଁ ଏବେ ମଧ୍ୟ ଦେଖିବାକୁ ମିଳିଛି ଯେଉଁଠି କି ରାସ୍ତା ଅଗମ୍ୟ ହୋଇ ରହିଛି । ବଣ, ଜଙ୍ଗଲ, ପାହାଡ଼, ପର୍ବତ ଅତିକ୍ରମ କରି ନିଜ କାର୍ଯ୍ୟ ପାଇଁ ପଞ୍ଚାୟତ ତଥା ବ୍ଲକକୁ ଅନେକ […]
ଜମନକିରା : ରାଜ୍ୟ ସରକାର ରାସ୍ତାଘାଟ ନିର୍ମାଣକୁ ଗୁରୁିତ୍ୱ ଦେଉଥିବା ବେଳେ, ଏବେ ମଧ୍ୟ ଅନେକ ଗାଁ କୁ ପMା ରାସ୍ତା ନାହିଁ । ଏଭଳି ଗାଁ ରହିଛି, ଯେଉଁଠି କି ସରକାରୀ ଯୋଜନା ଠିକରେ ପହଞ୍ଚି ପାରୁନି । ଅନେକ ଗାଁ ଏବେ ମଧ୍ୟ ଦେଖିବାକୁ ମିଳିଛି ଯେଉଁଠି କି ରାସ୍ତା ଅଗମ୍ୟ ହୋଇ ରହିଛି । ବଣ, ଜଙ୍ଗଲ, ପାହାଡ଼, ପର୍ବତ ଅତିକ୍ରମ କରି ନିଜ କାର୍ଯ୍ୟ ପାଇଁ ପଞ୍ଚାୟତ ତଥା ବ୍ଲକକୁ ଅନେକ କିଲୋମିଟର ଦୌଡ଼ିବାକୁ ପଡୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ବାମଣ୍ଡାଗଡ଼ ଅଞ୍ଚଳରେ । ବାମଣ୍ଡାଗଡ଼ ଗାଁ କୁ ଲାଗି ଅନେକ ଗାଁ ଅଛି ଯେଉଁଠି ଆଦିବାସୀ ଲୋକେ ଜଙ୍ଗଲ ଭିତରେ ବସବାସ କରୁଛନ୍ତି । ନିର୍ବାଚନ ସମୟରେ ରାଜନେତାମାନେ ଲୋକଙ୍କ ପାଖକୁ ଯାଇ ଅନେକ ପ୍ରତିଶୃତି ଦେଇ ତାଙ୍କ କାର୍ଯ୍ୟ ହାସଲ କରିଥାନ୍ତି ।

ସୂଚନା ଅନୁସାରେ, ଡ଼ିମିରିମୁଣ୍ଡା ପଞ୍ଚାୟତର ୧୫ ନଂ ୱାର୍ଡ ବାମଣ୍ଡାଗଡ଼ ଗ୍ରାମରୁ ବଘିଆବେରନି, ବଡ଼କୁଦର, ବଡ଼କଛା, ଅନେକ ଗ୍ରାମ ରହିଛି । ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ଗ୍ରାମଗୁଡ଼ିକୁ ପ୍ରାୟ ୧୫ କିମିରୁ ଅଧିକ ରାସ୍ତା ରହିଥିବା ବେଳେ, ଲୋକେ ଚାଲି କରି କାର୍ଯ୍ୟ କରିଥାନ୍ତି । ବାମଣ୍ଡାଗଡ଼ରୁ ବଡ଼କଛା ଦୀର୍ଘ ୯ କିମି ବଣ ପାହାଡ଼ ଘେରା ରାସ୍ତାଛ ଉକ୍ତ ରାସ୍ତା ଦେଇ ଲୋକେ ଦୈନନ୍ଦିନ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟତ କରିଥାନ୍ତି । ତେବେ ରାସ୍ତା ସବୁ ମୋରମ ବିଛା କଚ୍ଚା ରାସ୍ତା ଅଟେ । ପୁଣି ଜଙ୍ଗଲ ପାହାଡ଼ ହୋଇଥିବା ହେତୁ ବନ୍ୟ ଜ;ୁର ସବୁବେଳେ ଭୟଲାଗି ରହିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିସହ ଗ୍ରାମଗୁଡିକରେ କୌଣସି ପ୍ରାଥମିକ ଶିକ୍ଷାର ବ୍ୟବସ୍ତା ନାହିଁ । ବର୍ଷା ଦିନେ ରାସ୍ତା କାଦୁଅ ହୋଇଯିବା ହେତୁ ରାସ୍ତାରେ ଯିବା ଆସିବା ବହୁତ କଷ୍ଟସାଧ୍ୟ ହୁଏ । ପୁଣି ବର୍ଷା ମାସରେ ଅଧିକ ବର୍ଷା ହୋଇଗଲେ ନଈ-ନାଳ ବଢ଼ିଯିବାରୁ ଲୋକଙ୍କୁ ଦେବଗଡ଼ ଜିଲ୍ଲା ଦେଇ ପ୍ରାୟ ୨୫ କିମି ଅତିକ୍ରମ କରି ପଞ୍ଚାୟତ ଅଫିସକୁ ଚାଉଳ ଏବଂ ଭତ୍ତା ନେବାକୁ ଆସିବାକୁ ପଡିଥାଏ । ଯାହା ଫଳରେ ଲୋକଙ୍କ ଦିନ ତମାମ କାର୍ଯ୍ୟ ଗାଁଠୁ ପଞ୍ଚାୟତ ଏବଂ ପଞ୍ଚାୟତଠୁ ଗାଁ ଆସିବାକୁ ପଡ଼ିଥାଏ ।

ଯଦି ଗ୍ରାମମାନଙ୍କରେ କୌଣସି ରୋଗୀଙ୍କୁ ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଲୟ ନେବାକୁ ହେଲେ ଲୋକଙ୍କୁ ଖଟିଆରେ ବୁହି ବଣ ଜଙ୍ଗଲ ଦେଇ ଦୀର୍ଘ ୯ କିମି ରାସ୍ତା ଚାଲିବାକୁ ପଡିଥାଏ । ଏହାକୁ ନେଇ ଗ୍ରାମବାସୀ କହନ୍ତି ଯେ, ଆମେ ଅନେକ ଥର ପଞ୍ଚାୟତ, ବ୍ଲକ ଅଫିସ, ପଲ୍ଲୀସଭାମାନଙ୍କରେ ଏହି ରାସ୍ତାକୁ ନେଇ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସୂଫଳ ମିଳି ପାରୁନାହିଁ ।
ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଗୋଟିଏ କଲଭର୍ଟ ନିର୍ମାଣ ପାଇଁ ପଇସା ଆସିଛି କି;ୁ ଠିକାଦାର ଉକ୍ତ ସ୍ଥାନରେ ଖାଲି ବାଲି ପକେଇ କାମକୁ ସ୍ଥଗିତ ରଖି ଦେଇଛନ୍ତି ।
ଏହାକୁ ନେଇ ବାମଣ୍ଡାଗଡ଼ ସେ୍ୱଛାସେବୀ ଯୁବକ ମଣ୍ଟୁ ବେହେରା ଙ୍କୁ ବୁଝାଯିବାରୁ ସେ ମଧ୍ୟ କହିଥିଲେ ଆମେ ଅନେକ ଦିନରୁ ଏହି ଆଦିବାସୀ ଲୋକଙ୍କ ସୁବିଧା ପାଇଁ ଅନେକଥର ସରକାରଙ୍କ ପାଖରେ ରାସ୍ତା ପାଇଁ ପ୍ରସ୍ତାବ ଦେଇଛୁ, କି;ୁ ଆଜି ପର୍ଯ୍ୟନ୍ତ ହୋଇପାରୁନି । ଏ ସଂକ୍ରାନ୍ତରେ ସରପଞ୍ଚ ପ୍ରହଲ୍ଲାଦ ଧରୂଆଙ୍କୁ ଯୋଗାଯୋଗ କରି ପଚାରିବାରୁ, ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି କହିଥିଲେ ।




