ଅନ୍ଧ ବିଶ୍ୱାସ ବାଧକ ସାଜିଲା ବାପ-ପୁଅ ସମ୍ପର୍କରେ
ବରଗଡ଼: ଅକ୍ଟୋବର ୨୧: ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ମଣିଷ । ମାନବ ଚନ୍ଦ୍ର ପୃଷ୍ଠରେ ନିଜର ସ୍ଥିତି ଜାହିର କରିବାକୁ ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ସମାଜରୁ ବାସନ୍ଦ କରିବା ଏକବିଂଶ ଶତାବ୍ଦୀର ଆଧୁନିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ଧ ବିଶ୍ୱାସର ବସବର୍ତ୍ତୀ ହୋଇ ଗ୍ରାମବାସୀ ପୁଅକୁ ବାଧ୍ୟ କରିଛନ୍ତି, ତାଙ୍କ ଜନ୍ମ କଲା ବାପାକୁ ଛାଡ଼ିବା ପାଇଁ । […]
ବରଗଡ଼: ଅକ୍ଟୋବର ୨୧: ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଧୁନିକ ମଣିଷ । ମାନବ ଚନ୍ଦ୍ର ପୃଷ୍ଠରେ ନିଜର ସ୍ଥିତି ଜାହିର କରିବାକୁ ପ୍ରତିଯୋଗିତା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ମଣିଷକୁ ସମାଜରୁ ବାସନ୍ଦ କରିବା ଏକବିଂଶ ଶତାବ୍ଦୀର ଆଧୁନିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ଧ ବିଶ୍ୱାସର ବସବର୍ତ୍ତୀ ହୋଇ ଗ୍ରାମବାସୀ ପୁଅକୁ ବାଧ୍ୟ କରିଛନ୍ତି, ତାଙ୍କ ଜନ୍ମ କଲା ବାପାକୁ ଛାଡ଼ିବା ପାଇଁ ।
ଏମିତି ଏକ ଛାତି ଥରାଇ ଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ସହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମରେ । ଜାତି ସମାଜ ନାମରେ କିଛି ଅସାମାଜିକ ଲୋକ ରାକ୍ଷସ ସାଜି ଏକ ମାତ୍ର ପୁଅ ଠାରୁ ରୁଗ୍ଣ ବାପାଙ୍କୁ ଅଲଗା କରାଇ ଜଙ୍ଗଲରେ ଛାଡିବାକୁ ବାଧ୍ୟ କରିଥିଲେ ।
ସୂଚନା ମୁତାବକ ବରଗଡ଼ ଜିଲ୍ଲା ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ଗ୍ରାମର ହରି ବରିହା(୬୦) ଗତ ଜୁଲାଇ ମାସ ୮ତାରିଖରେ ସନ୍ଧ୍ୟା ସମୟରେ ଶୌଚ ପାଇଁ ପଦାକୁ ବାହାରି ଥିବା ସମୟରେ କୁକୁର କାମୁଡ଼ିବାର ଶିକାର ହୋଇଥିଲେ । ପରିବାର କହିଲେ ତାଙ୍କର ସ୍ତ୍ରୀ ବସନ୍ତ ବରିହା ଦୀର୍ଘ ୨୦ବର୍ଷ ଆଗରୁ କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟ ବରଣ କରି ସାରିଥିବା ବେଳେ ବର୍ତ୍ତମାନ ଏକ ମାତ୍ର ପୁଅ ପ୍ରଶାନ୍ତ ବରିହା(୨୪) ବାପାଙ୍କ ଚିକିତ୍ସା କରିବା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ ଓ ପରବର୍ତ୍ତୀ ସମୟରେ ଉନ୍ନତ ମାନର ଚିକତ୍ସା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ସହାୟତରେ ବୁର୍ଲ୍ଲା ବଡ ମେଡିକାଲକୁ ନେଇ ଯାଇଥିଲା । ବୁର୍ଲ୍ଲାରେ ୧୦ଦିନ ଚିକତ୍ସା ହେବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଘରକୁ ଫେରାଇ ଆଣି ପାଖ ଚିକତ୍ସାଲୟରେ ନିୟମିତ ଭାବରେ ସାଇକେଲ ସାହାଯ୍ୟରେ ନେଇ ଡ୍ରେସିଙ୍ଗ କରୁଥିଲା ।
କି;ୁ ଏତିକିରେ ତାର ଦୁଃଖ ସରେ ନାହିଁ କ୍ଷତ ସ୍ଥାନକୁ ଅନେକ ଦିନ ବିତିଯାଇଥିବାରୁ କ୍ଷତରେ କେଇ ଗୋଟା ପୋକ ସୃଷ୍ଟି ହୋଇଥିଲା । ଏକଥା ସାଧାରଣରେ ପ୍ରଘଟ ହେବାରୁ ତାଙ୍କ ଜାତି ତଥା ‘ବିଂଝାଲ ସମାଜ’ର ବଡ ପଣ୍ଡାମାନେ ତାଙ୍କୁ ସାମାଜିକ ବାସନ୍ଦ ଭଳି କଠୋର ଦଣ୍ଡରେ ଦଣ୍ଡିତ କରିଥିଲେ । ଦଣ୍ଡାଦେଶ ପାଇବା ପରେ ନିରୁପାୟ ଏକ ମାତ୍ର ପୁଅ ବାଧ୍ୟ ହୋଇ ଜଙ୍ଗଲରେ ଏକ କୁଡ଼ିଆ ଘର କରି ଛାଡ଼ିଆସିଥିଲା ବାପାଙ୍କୁ । କେବଳ ସେତିକି ନୁହେଁ କାଳେ ସେ ଗାଁ ଭିତରକୁ ଚାଲିଆସିବ ତେଣୁ ସାମାଜିକ ନିଷ୍ଠୁର ନିର୍ଦ୍ଦେଶ କ୍ରମେ ତାଙ୍କର ଗୋଟିଏ ଗୋଡକୁ ସେଇଠି ବାନ୍ଧି ଦିଆଯାଇଥିଲା । ଅସହାୟ ପୁଅ ପାଖରେ ଥିବା ପଡ଼ୋଶୀଙ୍କଠାରୁ ମାଗି ଆଣି ବାପାଙ୍କ ପାଖକୁ ଖାଇବା ସାମଗ୍ରୀ ପହଞ୍ଚାଇବା ସଙ୍ଗେ ସଙ୍ଗେ ଟଙ୍କା ଧାର କରି ଜାତିଭାଇଙ୍କୁ ୧୦ହଜାର ଟଙ୍କାର ଏକ ‘ଗର୍ରା’ (ଅଣ୍ଡିରା ମେଣ୍ଡା)ସାଙ୍ଗକୁ ୬ଗୋଟି କୁକୁଡ଼ା ସହ ମଦ ମାଂସର ଆସର ଜମାଇ ଭୋଜି ଭାତର ଆୟୋଜନ କରି ପାଖ ପାଞ୍ଚ ଖଣ୍ଡ ଗାଁ ର ଶତାଧିକ ବ୍ୟକ୍ତିଙ୍କୁ ଖାଇବାକୁ ଦେଇ ଜାତି ଭାଇଙ୍କ ସହିତ ପୁନର୍ବାର ସାମିଲ ହୋଇଥିଲା । ଯେଉଁଥିରେ ତାକୁ ମୋଟ ୨୦ହଜାର ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିଥିଲା ।
ଜଣେ ସଚେତନ ନାଗରିକଙ୍କଠୁ ହରି ବରିହାଙ୍କ ଏଭଳି ମର୍ମ;ୁତ କାହାଣୀର ଅଶ୍ରୁଳ ବୟାନ ଶୁଣି ଘଟଣା ସ୍ଥଳକୁ ପହଞ୍ଚି ଥିଲା ‘ସଂକଲ¬ ପରିବାର’ । ଜୀବିତ ଅବସ୍ଥାରେ ପୋକ , ପିମ୍ପୁଡି ଗ୍ରାସ କରୁଥିବା ହରି ବରିହାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ, ବରଗଡ଼କୁ ଆଣି ଭର୍ତ୍ତି କରିଛନ୍ତି । ଏକବିଂଶ ଶତାବ୍ଦୀର ଦୂତୀୟ ଦଶକରେ ପ୍ରାରମ୍ଭ କାଳରେ ଶିକ୍ଷା, ସଂସ୍କୃତି, ସଭ୍ୟତା, ସଚେତନତାର ଅଗ୍ରଗତି ପାଇଁ ଆମେ ଗର୍ବ ଅନୁଭବ କରୁଥିବା ବେଳେ ଜାତି ସମାଜର ‘ବଡ଼ପଣ୍ଡା’ମାନେ ଏପର୍ଯ୍ୟନ୍ତ ନିରୀହ ମାନଙ୍କୁ ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଶାରୀରିକ , ମାନସିକ, ଆର୍ଥିକ ପ୍ରତ୍ୟେକ ଦିଗରେ ବଳାତ୍କାର କବଳିତ କରୁଥିବାର ଏହା ଏକ ନଗ୍ନ ଅମାନବୀୟ ନିଦର୍ଶନ ନୁହେଁ କି ବୋଲି ପ୍ରଶ୍ନ ଉଠିଛି ?




