ଅସୁରକ୍ଷିତ ହୋଇଉଠୁଛି ରାୟଗଡ଼ା ଜଙ୍ଗଲ: ସଙ୍କଟରେ ବୃକ୍ଷଲତା ଓ ବନ୍ୟପ୍ରାଣୀ
ରାୟଗଡା :ରାୟଗଡ଼ା ଜିଲ୍ଲା ବନାଞ୍ଚଳରେ ଚାଲିଛି ହରିଳୁଟ୍ । ଏଠାରେ ବୃକ୍ଷଲତାଠାରୁ ବନ୍ୟପ୍ରାଣୀ ଆଉ ସୁରକ୍ଷିତ ନୁହନ୍ତି । ଗୋଟିଏ ପଟେ ଜଙ୍ଗଲ ସୃଷ୍ଟି ନାମରେ ଲୁଟ ହେଉଥିବା ବେଳେ ଏଠାରେ ଜଙ୍ଗଲ ବନ୍ୟଜ;ୁଙ୍କୁ ମଧ୍ୟ ଅସୁରକ୍ଷିତ । ଜଙ୍ଗଲ ଭିତରେ ଥିବା ବନଜ;ୁଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ବନ ବିଭାଗ ଅଧିକାରୀ । ଗତ ଦୁଇଦିନ ଭିତରେ ଗୋଟିଏ ବାଘ ଛାଲ ଜବତ ହୋଇଥିବା ବେଳେ ଆଉ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ତେବେ […]
ରାୟଗଡା :ରାୟଗଡ଼ା ଜିଲ୍ଲା ବନାଞ୍ଚଳରେ ଚାଲିଛି ହରିଳୁଟ୍ । ଏଠାରେ ବୃକ୍ଷଲତାଠାରୁ ବନ୍ୟପ୍ରାଣୀ ଆଉ ସୁରକ୍ଷିତ ନୁହନ୍ତି । ଗୋଟିଏ ପଟେ ଜଙ୍ଗଲ ସୃଷ୍ଟି ନାମରେ ଲୁଟ ହେଉଥିବା ବେଳେ ଏଠାରେ ଜଙ୍ଗଲ ବନ୍ୟଜ;ୁଙ୍କୁ ମଧ୍ୟ ଅସୁରକ୍ଷିତ । ଜଙ୍ଗଲ ଭିତରେ ଥିବା ବନଜ;ୁଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି ବନ ବିଭାଗ ଅଧିକାରୀ । ଗତ ଦୁଇଦିନ ଭିତରେ ଗୋଟିଏ ବାଘ ଛାଲ ଜବତ ହୋଇଥିବା ବେଳେ ଆଉ ଦୁଇଟି ହାତୀଦାନ୍ତ ଜବତ ହୋଇଛି । ତେବେ ପ୍ରଶ୍ନ ଉଠୁଛି ବାଘର ଛାଲ ଜବତ ହୋଇଥିବା ବେଳେ ବାଘ କୁଆଡ଼େ ଗଲା ? ହାତୀର ଦାନ୍ତ ଜବତ ହୋଇଥିବା ବେଳେ ହାତୀ କୁଆଡ଼େ ଗଲା ? ଏହାର ଉତ୍ତର ଦେଇ ପାରୁନାହିଁ ବନ ବିଭାଗ ।

ଭୁବନେଶ୍ୱରଠାରୁ ୬ ଜଣିଆ ସ୍ୱତନ୍ତ୍ର ଟିମ ଏସଟିଏଫ ଆସି ଚନ୍ଦ୍ରପୁର ଜଙ୍ଗଲରୁ ଆଣିଥିବା ବ୍ୟକ୍ତିଠାରୁ ରାମନାଗୁଡ଼ା ନିକଟସ୍ଥ ବାଙ୍ଗୀ ଗ୍ରାମରେ ଜୟନ୍ତ ବିଭର (୩୫)ଙ୍କ ଠାରୁ ୧୧୭ ସିଏମ ଥିବା କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଥିବା ବେଳେ ଠିକ ସେହିପରି ସବୁ ଜାଣି ଅଜଣା ହୋଇ ଚୁପ ରହିଥିବା ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଏସଟିଏଫ ଟିମ ଆସିଥିବା ଜାଣି ପଦ୍ମପୁର ତହସିଲ କେନ୍ଦୁଗୁଡ଼ା ନିକଟସ୍ଥ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ହସ୍ତିନାପୁର କାଜୁ ତୋଟାରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ସେ ଦୁଇଟି ହାତୀ ଦାନ୍ତର ଗୋଟିଏ ୩ କିଲୋ ୭୦ ଗ୍ରାମ ଅନଟି ୩ କିଲୋ ୩୧୦ ଗ୍ରାମ ହୋଇଥିବା ବେଳେ କେନ୍ଦୁଗୁଡ଼ା ଫାଣ୍ଡି ଅଧିନସ୍ଥ କିନ୍ଦ୍ରାଗୁଡ଼ା ଗ୍ରାମର ଯାକବ ମାଝୀ ଓ ଡ଼େରିଗାଁ ଗ୍ରାମର ପଦ୍ମନ କାଡ଼୍ରାକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ତେବେ ଏଭଳି ପରିପେକ୍ଷିରେ ଉଭୟ ବନନ;ୁକୁ ଶିକାର କରୁଥବା ମାଫିଆ ହୁଅ;ୁ ବା ଜଙ୍ଗଲ କ୍ଷୟ ହେଉଥିବା ଘଟଣା ହେଉ ଦୁଇଟିଯାକ ଉପରେ ସରକାରୀବାବୁଙ୍କ ଉପରୁକୁ ଆଙ୍ଗୁଠି ଉଠୁଛି । ତେବେ ସରକାଙ୍କଠାରୁ ପ୍ରତ୍ୟେକ ମାସରେ ଦରମା ବାବଦକୁ ମୋଟା ଅଙ୍କର ରାଶି ନେଉଥିବା ବେଳେ ଜଙ୍ଗଲ ଭିତରେ ବାଘ ଓ ହାତୀ ଦାନ୍ତ ମରୁଛି ବା ମାରୁଛନ୍ତି କେମିତି ।

ଅପର ପକ୍ଷରେ ଜଙ୍ଗଲ ସୃଷ୍ଠି ନାମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ତେବେ ପ୍ରତି ବର୍ଷ ପାହାଡ଼ ଲଣ୍ଡା ହୋଇ ହୋଇଯାଉଛି କେମିତି । ଏହା ଗୋଟିଏ ବଡ଼ ପ୍ରଶ୍ନ ହୋଇ ଉଠୁଛି । ଅପର ପକ୍ଷରେ ହାତୀ ଦାନ୍ତ ଓ ବାଘ ଚମଡ଼ାର ସ୍ପଷ୍ଟୀକରଣ କାହିକି ଦେଉନାହିଁ ବନ ବିଭାଗ । ସେ ବାଘ ଛାଲ ଏବଂ ହାତୀ ଦାନ୍ତ କେଉଁଠୁ ଆସିଲା କେବେ ସେ ବନ ଜ;ୁକୁ ଶୀକାର କାରାଯାଇଥିଲା । ସେ ହାତୀ ବା ବାଘ କେଉଁ ଅଞ୍ଚଳର ବା କେଉଁ ଜଙ୍ଗଲରରେ ବିଚରଣ କରୁଥିଲା ତାହାର ସମ୍ପୂର୍ଣ୍ଣ ସୂଚନା ଦେଉନଥିବା ବା ନିର୍ବାକ ସାଜିଥିବା ବିଭାଗୀୟ ଅଧିକାରୀ ମାନଙ୍କର ସମ୍ପୃକ୍ତି ଥିବା ବାରି ହେଉଛି । ସବୁଠାରୁ ବିଡ଼ମ୍ବନାର କଥା ରାୟଗଡ଼ାରେ ପାରିବା ପଣିଆ ଅଧିକାରୀମାନେ ରହିଥିବା ବେଳେ ଭୁବନେଶ୍ୱର ଠାରୁ ଏସଟିଏଫ ଟିମ ଆସି ଯଦି ଜବତ କରିବାରେ ସଫଳ ହେଉଛି ।
ତେବେ ଏହା ନିଶ୍ଚୟ ବିଭାଗର ଗୋଟିଏ ବଡ଼ କଳା କାରନାମା ଚାଲିଥିବା ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏ ବିଷୟରେ ଗୁଡ଼ାରୀ ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର କହିଛନ୍ତି, ଆମ ଜଙ୍ଗଲରେ ଥିବା ହାତୀ ସୁରକ୍ଷିତ ଅଛନ୍ତି ଏବଂ ଏହି କାରବାରରେ ବିଭାଗୀୟ ସମ୍ପୃକ୍ତି ନେଇ କୌଣସି ସୂଚନା ନାହିଁ । ତେବେ ଏ ବିଷୟରେ ସଠିକ ସୂଚନା ପାଇଁ ଜିଲ୍ଲା ବନାଞ୍ଚଳ ଅଧିକାରୀ କିଜୟ କୁମାର ପରିଡ଼ା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫୋନର କଲ ଗ୍ରହଣ କରୁନାହାନ୍ତି । ଏଥିରୁ ଅନୁମେୟ କର;ୁ ଆମ ଜଙ୍ଗଲ ଓ ବନ୍ୟଜ;ୁ କେତେ ସୁରକ୍ଷିତ ।




