କାଲି ରଥ ଅନୁକୂଳ ପରେ ଆଜି ହୋଇଛି ଚିରଟ ପ୍ରକ୍ରିୟା

ପୁରୀ: ମଇ ୦୪: ରଥଖଳା ହେଲା ଚଳଚଞ୍ଚଳ । ଆଜି ସକାଳୁ ରଥ ନିର୍ମାଣ ପାଇଁ ଚିରଟ ଆରମ୍ଭ ହୋଇଛି । ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପ୍ରଥମେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ସୁନା ଓ ରୂପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପରମ୍ପରା ଅନୁସାରେ ଗତକାଲିଠାରୁ ହିଁ ଘୋଷଯାତ୍ରା ପାଇଁ ରଥ […]

Samaya Live Picture
Published On

ପୁରୀ: ମଇ ୦୪: ରଥଖଳା ହେଲା ଚଳଚଞ୍ଚଳ । ଆଜି ସକାଳୁ ରଥ ନିର୍ମାଣ ପାଇଁ ଚିରଟ ଆରମ୍ଭ ହୋଇଛି । ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପ୍ରଥମେ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ସୁନା ଓ ରୂପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ପରମ୍ପରା ଅନୁସାରେ ଗତକାଲିଠାରୁ ହିଁ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ । ଏବେ ଶ୍ରୀନଅର ନିକଟରେ ଥିବା ରଥ ଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ଚାଲିଛି ।