୫-ଟି ରୂପାନ୍ତରିତ ସ୍କୁଲର ସୁରକ୍ଷା ନେଇ ପ୍ରଶ୍ନବାଚୀ !
ଜୟପାଟଣା : ସରକାର, ଶିକ୍ଷା ତଥା ଶିକ୍ଷାର ମାନ ବଢ଼ାଇବାକୁ ସମଗ୍ର ରାଜ୍ୟର ଅନେକ ବିଦ୍ୟାଳୟମାନଙ୍କୁ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି । ଏଥିପାଇଁ ବହୁ ଲକ୍ଷ ଟଙ୍କା ବ୍ୟୟ ବରାଦରେ ବିଦ୍ୟାଳୟମାନଙ୍କର ଭିତିଭୂମି, ଗୃହ ନିର୍ମାଣ, ଅତ୍ୟାଧୁନିକ ବେଞ୍ଚ, ଟେବୁଲ, ବିଜ୍ଞାନ ପ୍ରୟୋଗଶାଳା, ପାଠାଗାର ଉନ୍ନତମାନର ଆବଶ୍ୟକୀୟ ଯନ୍ତ୍ରପାତି, କମ୍ପୁ୍ୟଟର, ବିଜୁଳି, ସିସି ଟିଭି, ମୂଲ୍ୟବାନ ଗଛଲତା, ଫୁଲ ବଗିଚା, ବିଶୁଦ୍ଧ ପାନୀୟଜଳ ପ୍ରଭୃତି ଯୋଗାଣ କରି ବିଶେଷ କରି ଉପାନ୍ତ ଅଞ୍ଚଳମାନଙ୍କ ବିଦ୍ୟାଳୟ ମାନଙ୍କର […]
ଜୟପାଟଣା : ସରକାର, ଶିକ୍ଷା ତଥା ଶିକ୍ଷାର ମାନ ବଢ଼ାଇବାକୁ ସମଗ୍ର ରାଜ୍ୟର ଅନେକ ବିଦ୍ୟାଳୟମାନଙ୍କୁ ୫-ଟି ଯୋଜନାରେ ରୂପାନ୍ତରିତ କରାଯାଇଛି । ଏଥିପାଇଁ ବହୁ ଲକ୍ଷ ଟଙ୍କା ବ୍ୟୟ ବରାଦରେ ବିଦ୍ୟାଳୟମାନଙ୍କର ଭିତିଭୂମି, ଗୃହ ନିର୍ମାଣ, ଅତ୍ୟାଧୁନିକ ବେଞ୍ଚ, ଟେବୁଲ, ବିଜ୍ଞାନ ପ୍ରୟୋଗଶାଳା, ପାଠାଗାର ଉନ୍ନତମାନର ଆବଶ୍ୟକୀୟ ଯନ୍ତ୍ରପାତି, କମ୍ପୁ୍ୟଟର, ବିଜୁଳି, ସିସି ଟିଭି, ମୂଲ୍ୟବାନ ଗଛଲତା, ଫୁଲ ବଗିଚା, ବିଶୁଦ୍ଧ ପାନୀୟଜଳ ପ୍ରଭୃତି ଯୋଗାଣ କରି ବିଶେଷ କରି ଉପାନ୍ତ ଅଞ୍ଚଳମାନଙ୍କ ବିଦ୍ୟାଳୟ ମାନଙ୍କର ରୂପରେଖ ବଦଳେଇ ଦେଲେ । ମୋ ସ୍କୁଲ ଅଭିଯାନ ଏବଂ ୫-ଟି ଯୋଜନା ଶିକ୍ଷାର ବିକାଶ ନିମନ୍ତେ ଆଜିର ଦିନରେ ସରକାର ଙ୍କ ସର୍ବଶ୍ରେଷ୍ଠ ବଳିଷ୍ଠ ପଦକ୍ଷେପ ବୋଲି ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହେଲା । ସମ୍ପୃକ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ପରିଦର୍ଶନ ସହ ସରକାରଙ୍କ ପ୍ରଣିତ ନୀତି ନିୟମ ଅନୁଯାୟୀ ଯୁଦ୍ଧ କାଳୀନ ଭିତିରେ ଏହି ବିଦ୍ୟାଳୟଗୁଡ଼ିକ ନିର୍ମାଣ ହୋଇ ୫-ଟି ଯୋଜନା ର ସଫଳତାର ଦର୍ପଣ ସାଜି ବସିଥିବା ବେଳେ ଏବେ ଏହାର ରକ୍ଷାଣା ବେକ୍ଷଣ, ଆବଶ୍ୟକୀୟ ଶିକ୍ଷକ, କର୍ମଚାରୀ ନିଯୁକ୍ତିର ଅଭାବ ଯୋଗୁଁ ଅଧିକାଂଶ ୫-ଟି ବିଦ୍ୟାଳୟମାନଙ୍କ ସୁରକ୍ଷା, ସ୍ଥାୟୀତ୍ୱକୁ ନେଇ ସନ୍ଦିହାନ ହୋଇ ପଡ଼ିଥିବା ବିଷୟ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ହୀରାପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏହାର ନିଚ୍ଛକ ଉଦାହରଣ ସାଜିଛି ।

୧୯୫୩ ମସିହାରେ ସ୍ଥାପିତ ଏହି ଉପାନ୍ତ ଅଞ୍ଚଳର ବିଦ୍ୟାଳୟ ସରକାରଙ୍କ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ ହେବାପରେ ନିଜର କାୟା ପରିବର୍ତ୍ତନ ହୋଇ ଚଳିତ ଶିକ୍ଷା ବର୍ଷରେ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୮୬ ଜଣ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରି ଆସୁଛି । ମୋଟ ୧୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ କରି ଆସୁଥିବା ବେଳେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଛି, ଯଦ୍ୱାରା ବିଦ୍ୟାଳୟର ଯାବତୀୟ ପରିଚାଳନ କାର୍ଯ୍ୟରେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଥିବା ବିଷୟ ପରିଚାଳନା କମିଟି ତଥା ଅଭିଭାବକ ମହଲରୁ ପ୍ରକାଶ ପାଏ ।

ଜୟପାଟଣା ସଦର ମହକୁମାରୁ ପ୍ରାୟ ୧୦କିମି ମଧ୍ୟରେ ଅବସ୍ଥିତ ଏହି ବିଦ୍ୟାଳୟ ପାଇଁ ଅଞ୍ଚଳର କେତେକ ଶିକ୍ଷାପ୍ରେମୀଙ୍କ ଉଦ୍ୟମ ଯୋଗୁଁ ବିଦ୍ୟାଳୟ ପରିସର ମଧ୍ୟରେ କେତେକ ଶିକ୍ଷକମାନେ ରହି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ସକାଳ ଓ ସନ୍ଧ୍ୟା ସମୟରେ ଶିକ୍ଷାଦାନ କରି ଆସୁଥିବା ସହ ବିଦ୍ୟାଳୟ ର ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ କରି ଆସୁଥିବା ଯୋଗୁଁ ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା । ବର୍ତମାନ ଶ୍ରେଣୀ ଗୃହର ଅଭାବ ଦର୍ଶାଇ ବିଭାଗୀୟ ସମ୍ପୃକ୍ତ ଅଧିକାରୀମାନଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ପରିସର ଛାଡ଼ି ଅନ୍ୟତ୍ର ଶିକ୍ଷକମାନେ ରହି ଆସୁଥିବା ଯୋଗୁଁ ବିଦ୍ୟାଳୟ ଛୁଟି ପରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟାଳୟ ପରିସର ଜନଶୂନ୍ୟ ହୋଇପଡ଼ୁଛି । ବହୁ ଲକ୍ଷ ଟଙ୍କାର ମୂଲ୍ୟବାନ ସାମଗ୍ରୀ ତଥା ବିଦ୍ୟାଳୟକୁ ନେଇ ତାର ସୁରକ୍ଷା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଉପାନ୍ତ ଅଞ୍ଚଳର ଶିକ୍ଷାର ବିକାଶ ନିମନ୍ତେ ବହୁ ଯୋଜନା ପ୍ରଣୟନ କରି ଆସୁଥିବା ସରକାର, ଆମ ହୀରାପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସୁପରିଚାଳନା ନିମନ୍ତେ ଜଣେ ଦକ୍ଷ ପ୍ରଧାନ ଶିକ୍ଷକ ନିଯୁକ୍ତି ଦେବା ସହ ବିଦ୍ୟାଳୟ ର ସୁରକ୍ଷା ନିମନ୍ତେ ବିଦ୍ୟାଳୟ ପରିସର ମଧ୍ୟରେ ଶିକ୍ଷକମାନଙ୍କ ରହଣି ନିମନ୍ତେ ସୁବ୍ୟବସ୍ଥା ଏବଂ ବିଦ୍ୟାଳୟ ପରିବେଶ ରକ୍ଷା ନିମନ୍ତେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଁ ସୁପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଅଞ୍ଚଳରେ ଦାବି ଉଠୁଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିହିତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅଞ୍ଚଳର ବହୁ ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ଦାବି କରିଛନ୍ତି ।




