ଧରା ପଡିଲେ ଲାଞ୍ଚୁଆ ସୁପରଭାଇଜର୍‌

ପୁରୀ: ଜୁଲାଇ ୦୮: ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍‌ । ପୁରୀ ଖଦି ଗ୍ରାମୋଦ୍ୟୋଗ କାର୍ଯ୍ୟାଳୟର ସୁପରଭାଇଜର ନାରାୟଣ ପଟ୍ଟନାୟକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଧରିଛି ଭିଜିଲାନ୍ସ । ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି । ଭିଜିଲାନ୍ସ ଡିଏସପିଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଚଢାଉ କରାଯାଇ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରାଯାଇଥିଲା । ପୁରୀର ଏକ ମେଟାଲ ପ୍ରୋସେସିଂ ୟୁନିଟର ମାଲିକଙ୍କ ଅଭିଯୋଗ ଆଧାରରେ ଧରାପଡିଛନ୍ତି ନାରାୟଣ । ସେ […]

Samaya Live Picture
Published On

ପୁରୀ: ଜୁଲାଇ ୦୮: ଭିଜିଲାନ୍ସ ଜାଲରେ ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର୍‌ । ପୁରୀ ଖଦି ଗ୍ରାମୋଦ୍ୟୋଗ କାର୍ଯ୍ୟାଳୟର ସୁପରଭାଇଜର ନାରାୟଣ ପଟ୍ଟନାୟକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଧରିଛି ଭିଜିଲାନ୍ସ । ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି । ଭିଜିଲାନ୍ସ ଡିଏସପିଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଚଢାଉ କରାଯାଇ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରାଯାଇଥିଲା । ପୁରୀର ଏକ ମେଟାଲ ପ୍ରୋସେସିଂ ୟୁନିଟର ମାଲିକଙ୍କ ଅଭିଯୋଗ ଆଧାରରେ ଧରାପଡିଛନ୍ତି ନାରାୟଣ । ସେ ଡିଆଇସି ଅଫିସରୁ ଏକ ଲୋନ ଆବେଦନ କରିଥିଲେ । ଏହି ଲୋନ ମଞ୍ଜୁର କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍‌ ।ସୂଚନା ମୁତାବକ, ବେଲମେଟାଲ ପ୍ରୋସେସିଂ ୟୁନିଟ କରିଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପାଖାପାଖି ୨ ଲକ୍ଷ ୪୫ ହଜାର ସବ୍ସିଡି ଟଙ୍କା ପଠାଇବାରେ ଏହି ସୁପରଭାଇଜର ଫାଇଲ ଅଟକାଇ ରଖିଥିଲେ । ୧୫ ହଜାର ଟଙ୍କା ଲାଞ୍ଚ ଦେଲେ ଫାଇଲ୍‌ କାମ କରିବାକୁ କହିଥିଲେ । ପରେ ସମ୍ପୃକ୍ତ ବ୍ୟକ୍ତି ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଲାଞ୍ଚୁଆ ସୁପରଭାଇଜରଙ୍କୁ ଧରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଥିଲା ।