ପିଏମ ଆବାସ ଘୋଟାଲା:ଘରର ଚିହ୍ନ ବର୍ଣ୍ଣ ନାହିଁ,ବ୍ଲକରୁ ଟଙ୍କା ଗାଏବ

ବରଗଡ : ୨୦୨୨ ସୁଦ୍ଧା ଦେଶର ଗୋଟିଏ ମଧ୍ୟ କଚା ଘର ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସହ ପ୍ରତ୍ୟେକ ରାଜ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ବ୍ୟାପକ ଦୁର୍ନୀତି ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ଦେବା,ଏସିସିସି ଲିଷ୍ଟରେ ନାମ ନଥିବା ବ୍ୟକ୍ତିଙ୍କୁ ଦଳୀୟ ଭିତ୍ତିରେ ଘର ବାଣ୍ଟି ଦେବା,ଘର […]

Samaya Live Picture
Published On

ବରଗଡ : ୨୦୨୨ ସୁଦ୍ଧା ଦେଶର ଗୋଟିଏ ମଧ୍ୟ କଚା ଘର ରହିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସହ ପ୍ରତ୍ୟେକ ରାଜ୍ୟକୁ ଯୋଗ୍ୟ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ହଜାର ହଜାର କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେଇଥିଲେ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ବ୍ୟାପକ ଦୁର୍ନୀତି ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଘର ନ ଦେବା,ଏସିସିସି ଲିଷ୍ଟରେ ନାମ ନଥିବା ବ୍ୟକ୍ତିଙ୍କୁ ଦଳୀୟ ଭିତ୍ତିରେ ଘର ବାଣ୍ଟି ଦେବା,ଘର ନିର୍ମାଣ ନକରି ଟଙ୍କା ଉଠାଇ ନେବା,ପାଖାପାଖି ୧୦ ଭାଗ ଘର ଅଧା ନିର୍ମିତ ହୋଇ ରହିବା ଏହି କାରଣ ଯୋଗୁଁ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କଠାରୁ ବହୁ ପରିମାଣରେ ଅର୍ଥ ପାଇଥିବା ବେଳେ ଏ ପର୍ଯ୍ୟନ୍ତ ରାଜ୍ୟରେ ପାଖାପାଖି ୩୦ ଭାଗ ଯୋଗ୍ୟ ହିତାଧିକାରୀ ଘର ନିର୍ମାଣ କରି ପାରି ନାହାନ୍ତି ।

ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକରେ ଆସନ୍ତା ୨୩ ତାରିଖ ଦିନ ଖଟିଖିଆ ସଂଘ ଆନ୍ଦୋଳନ ଡାକରା ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇ ଟଙ୍କା ପାଇଥିବା କେତେକ ଗରିବ ଶ୍ରେଣୀର ପରିବାରର ଘର ର୍ନିର୍ମାଣ ନକରି ସଂପୃକ୍ତ ଠିକାଦାର,ବ୍ଲକ ଜିଆରଏସ,ଜେଇ ଆଦି ମିଶି ବ୍ଲକରୁ ଟଙ୍କା ଉଠାଇ ନେଇଥିବା ଏକ ଗୁରୁତର ଅଭିଯୋଗ ଖଟିଖିଆ ସଂଘ ସଭାପତି ଭୋଜରାଜ ବାଗ ଆଗତ କରିଛନ୍ତି ।

ଝାରବନ୍ଧ ବ୍ଲକ ଚଣ୍‌ତିଭଟା ଗ୍ରାମର ଶ୍ରବଣ ଶତନାମୀ,ରାଜେନ୍ଦ୍ରପୁର ଗ୍ରାମର ଅଏସିଂ ନାୟକ ଓ ଅମୃତ ତାଣ୍‌ତି,ଭଁଏଷାଧରା ଗ୍ରାମର ମଧୁ ନାୟକ,ହରଡାଟାଲ ଗ୍ରାମର ତୁଲାରାମ ସିଦ୍ଧାର ଓ ବଳିରାମ ସିଦ୍ଧାର,ଜାମପାଲି ଗ୍ରାମର ହେମବତୀ ପସାଏତ୍‌ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ହୋଇଥିବା ବେଳେ ଏମାନଙ୍କ ଘରର ଚିହ୍ନ ବର୍ଣ୍ଣ ନାହିଁ । ବ୍ଲକରୁ ଏମାନଙ୍କ ନାମରେ ସଂପୂର୍ଣ୍ଣ ଟଙ୍କା ଉଠି ସାରିଛି ବୋଲି ଶ୍ରୀ ବାଗ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବୀ କରିଛନ୍ତି ।

ପିଏମ ଆବାସ ଘୋଟାଲା:ଘରର ଚିହ୍ନ ବର୍ଣ୍ଣ ନାହିଁ,ବ୍ଲକରୁ ଟଙ୍କା ଗାଏବ

ଦ୍ୱିତୀୟରେ ଝାରବନ୍ଧ ବ୍ଲକର କୁକ୍ରିପାଲି ଗାଁରେ ଜଳଛାୟା ପ୍ରକଳ୍ପରୁ ଛେଳି କିଣିବା ପାଇଁ ଅନୁଦାନ ପାଇଥିବା ଚାଷୀଙ୍କୁ ଟଙ୍କା ଯୋଗାଇ ଦେଇ ପୁଣି ଅଧିକାରୀ ମାନେ ମିଶି ଚାଷୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବାର ଅଭିଯୋଗ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଥାନାରେ ଆପୋଷ ବୁଝାମଣା ସହିତ ଜଳଛୟା ଅଧିକାରୀ ଓ ଗାଁର ଜଳଛୟା ପ୍ରକଳ୍ପ ସଂପାଦକ ଚାଷୀଙ୍କ ଏକାଉଣ୍ଟରୁ ଉଠାଇଥିବା ୨୫ ହଜାର ଲେଖାଁଏ ଟଙ୍କା ଫେରସ୍ତ କରିଥିଲେ ।

ଚାଷୀ ଓ ଜଳଛାୟା ଅଧିକାରୀଙ୍କ ମଧ୍ୟରେ ମଧ୍ୟସ୍ଥି କରି ସମାଧାନ କରିଥିବା ଜଣେ ଜିଲ୍ଲାପରିଷଦ ସଦସ୍ୟ ଓ ଜଣେ ଥାନା ଅଧିକାରୀ ପ୍ରତ୍ୟେକ ଚାଷୀଙ୍କ ଠାରୁ ୨୫ ଶହ ଟଙ୍କା ସର୍ବମୋଟ ୬୨ ହଜାର ୫ ଶହ ଟଙ୍କା ମାଗି ଭାଗ ବାଣ୍ଟି ନେଇ ଥିବାର ଅଭିଯୋଗ ହେବା ପରେ ଏବେ ଝାରବନ୍ଧ ପୋଲିସ ନିଜର ଦୋଷ ଦୁର୍ବଳତାକୁ ଚପାଇ ଦେବା ପାଇଁ ଆସନ୍ତା ୨୩ ତାରିଖ ଦିନ ଝାରବନ୍ଧ ବ୍ଲକ ଘେରାଉ ଆନ୍ଦୋଳନ ରେ ସଂପୃକ୍ତ ଚାଷୀ ମାନେ ଯୋଗ ନଦେବା ପାଇଁ କୁକ୍ରିପାଲି,ଦାବପାଲି ଆଦି ଗ୍ରାମକୁ ପୋଲିସ ଯାଇ ଲୋକଙ୍କୁ ଭୟଭୀତ କରୁଥିବା ଏକ ସାଙ୍ଗାତିକ ଅଭିଯୋଗ ଖଟିଖିଆ ସଂଘ ସଭାପତି ଶ୍ରୀ ବାଗ ଆଣି କରିଛନ୍ତି ।

ଆନ୍ଦୋଳନ କୁ ସ୍ଥଗିତ ରଖିବା ପାଇଁ ଗତକାଲି ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ଝାରବନ୍ଧ ଖଟିଖିଆ ସଂଘର ନେତା ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଦୋଷୀ ମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଘୋଷଣା କରିଛି ।