ଶବ ଶୋଭାଯାତ୍ରାରେ ନାଚିଲେ ଲୋକେ, ଡିଜେରେ ଦୁଲୁକିଲା ରାସ୍ତା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ପଞ୍ଚରା ବସ୍ତିପଡ଼ାରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ଗାଁର ମାଙ୍ଗରୀ ସୁରିନ୍‌ ନାମକ ଜଣେ ମହିଳା ୧୧୫ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ତାଙ୍କ ଶବ ସଂସ୍କାର ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା ନାଚଗୀତ। ଯାହାକୁ ନେଇ ସବୁଠି ଅଲୋଚନା। ବାର୍ଦ୍ଧକ୍ୟ କାରଣରୁ ସେ ଦୀର୍ଘଦିନ ଶଯ୍ୟାସାୟୀ ରହିବା ପରେ ରବିବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସୋମବାର ତାଙ୍କ ଶବ ସଂସ୍କାର ହୋଇଛି। ଯିଏ କୋକେଇ […]

Samaya Live Picture
Published On

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ପଞ୍ଚରା ବସ୍ତିପଡ଼ାରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ଗାଁର ମାଙ୍ଗରୀ ସୁରିନ୍‌ ନାମକ ଜଣେ ମହିଳା ୧୧୫ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ତାଙ୍କ ଶବ ସଂସ୍କାର ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା ନାଚଗୀତ। ଯାହାକୁ ନେଇ ସବୁଠି ଅଲୋଚନା। ବାର୍ଦ୍ଧକ୍ୟ କାରଣରୁ ସେ ଦୀର୍ଘଦିନ ଶଯ୍ୟାସାୟୀ ରହିବା ପରେ ରବିବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସୋମବାର ତାଙ୍କ ଶବ ସଂସ୍କାର ହୋଇଛି। ଯିଏ କୋକେଇ କାନ୍ଧେଇଛି ସେ ନାଚୁଛି, କୋକେଇ ଆଗରେ ଓ ପଛରେ ଆସୁଥିବା ଲୋକ ବି ନାଚୁଛନ୍ତି। କୋକେଇ ଆଗରେ ଡିଜେ ବାଜୁଛି, ଆଧୁନିକ ଗୀତର ତାଳେ ତାଳେ ସମସ୍ତେ ମତୁଆଲା ହୋଇ ନାଚୁଛନ୍ତି। ଦୁଲୁକୁଛି ଗାଁ ଦାଣ୍ଡ। ମରିଯାଇଥିବା ଲୋକଙ୍କ ନିମନ୍ତେ କାହାରି ଆଖିରେ ନା ଟୋପାଏ ଲୁହ ଅଛି, ନା ହୃଦୟରେ ସାମାନ୍ୟ ଶୋକ।

People danced in the funeral procession, the streets danced to the DJ at Sundergarh

ତେବେ ତାଙ୍କ ପରିବାର ଓ ସମ୍ପର୍କିୟମାନେ ଡିଜେ ବଜାଇ, ନାଚି ନାଚି ଶୋଭାଯାତ୍ରାରେ ନେଇଛନ୍ତି ମୃତଦେହ। ଶ୍ମଶାନରେ ଖୁସିଖୁସି କରିଛନ୍ତି ଶେଷ ସଂସ୍କାର । ଶେଷ ନିଃଶ୍ୱାସ ତ୍ୟାଗ କରିବା ପରେ ମାଙ୍ଗରୀଙ୍କୁ ଖୁସିଖୁସି ବିଦାୟ ଦିଆଯାଇଥିବା ପରିବାର ଓ ସମ୍ପର୍କୀୟମାନଙ୍କ ପକ୍ଷରୁ ଜଣାପଡ଼ିଛି। ସେ ବଞ୍ଚିଥିବା ବେଳେ ଖୁସିଥିଲେ, ସମସ୍ତ ପ୍ରକାର ଖୁସି ତାଙ୍କୁ ଜୀବନରେ ମିଳିଥିଲା, ତେଣୁ ମୃତ୍ୟୁ ପରେ ଆଉ ଶୋକ ନକରି ତାଙ୍କ ମୃତଦେହକୁ ହସଖୁସି ଭିତରେ ବିଦାୟ ଦିଆଯାଇଛି।

ସେପଟେ ଜଣାପଡ଼ିଛି ଯେ, ସ୍ଥାନୀୟ ଅଞ୍ଚଳର ଆଦିବାସୀ ପରିବାରର କେହି ଲୋକ ଶହେ ବର୍ଷ ବଞ୍ଚିବା ପରେ ମୃତ୍ୟୁ ବରଣ କରିଲେ ପାରମ୍ପରିକ ଢଙ୍ଗରେ ହସଖୁସି ଭିତରେ ଶେଷ ସଂସ୍କାର କରାଯାଉଥିଲା। ଜୀବନକୁ ସେ ପୂର୍ଣ୍ଣତଃ ଶତାୟୁ ହୋଇ ବଞ୍ଚିଥିବାରୁ ଖୁସି ପ୍ରକାଶ କରାଯାଉଥିଲା। ତେବେ ଅଧୁନିକତା ସ୍ପର୍ଶ ପାଇଥିବା ଆଦିବାସୀମାନେ ମୃତଦେହ ସଂସ୍କାର ଶୋଭାଯାତ୍ରାକୁ ଡିଜେ ବଜାଇ ଏହାର ତାଳେତାଳେ ନାଚି ପାଳନ କରୁଥିବା ଜଣାପଡ଼ିଛିଛ ଯାହା ଅଲୋଚନାର ବିଷୟ ହୋଇଛି।