ଶ୍ରମିକ ଦିଵସର ଉତ୍ପତି
ମେ ମାସ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ (ମେ’ଡେ ) ଭାବରେ ପାଳନ କରାଯାଏ I ଶ୍ରମିକମାନଙ୍କ ସଫଳତାକୁ ପାଳନ କରିବା ପାଇଁ ଏହା ହେଉଛି ବାର୍ଷିକ ଛୁଟିଦିନ I ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ […]
ମେ ମାସ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ (ମେ’ଡେ ) ଭାବରେ ପାଳନ କରାଯାଏ I ଶ୍ରମିକମାନଙ୍କ ସଫଳତାକୁ ପାଳନ କରିବା ପାଇଁ ଏହା ହେଉଛି ବାର୍ଷିକ ଛୁଟିଦିନ I ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା । ଶ୍ରମିକ ଦିବସ ଆନ୍ଦୋଳନରେ ଶ୍ରମ ଦିବସର ଉତ୍ପତ୍ତି ରହିଛି, ବିଶେଷ ଭାବରେ ଆଠ ଘଣ୍ଟିଆ ଦିନର ଆନ୍ଦୋଳନ, ଯାହା କାର୍ଯ୍ୟ ପାଇଁ ଆଠ ଘଣ୍ଟା, ମନୋରଞ୍ଜନ ପାଇଁ ଆଠ ଘଣ୍ଟା ଏବଂ ବିଶ୍ରାମ ପାଇଁ ଆଠ ଘଣ୍ଟା ପ୍ରଚାର କରିଥିଲା। ଚଳିତ ବର୍ଷ ଶ୍ରମିକ ଦିବସ (ମେ’ଡେ) ସୋମବାରରେ ପଡୁଛି I




