ରଶ୍ମିରେଖାଙ୍କ ପରେ ଝୁରି ଝୁରି ଆରପାରିକି ଚାଲିଗଲେ ସନ୍ତୋଷ
ରାଉରକେଲା: ଜୁଲାଇ ୦୬: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବେକରେ ଲୁଗା ଲଗାଇ ସନ୍ତୋଷ ଜୀବନ ହାରିଛନ୍ତି । ପରିବାର ଲୋକଙ୍କ ସହ ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍ ରୁମରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ତାଙ୍କ ବାପା ମାଙ୍କ ସହ ରହୁଥିଲେ । ଖବର ପାଇ ଉଦିତନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]
ରାଉରକେଲା: ଜୁଲାଇ ୦୬: ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର କିଛିଦିନ ପରେ ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ର ଆତ୍ମହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବେକରେ ଲୁଗା ଲଗାଇ ସନ୍ତୋଷ ଜୀବନ ହାରିଛନ୍ତି । ପରିବାର ଲୋକଙ୍କ ସହ ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍ ରୁମରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ତାଙ୍କ ବାପା ମାଙ୍କ ସହ ରହୁଥିଲେ । ଖବର ପାଇ ଉଦିତନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଅର ମୃତ୍ୟୁକୁ ନେଇ ସନ୍ତୋଷଙ୍କ ମା କହିଛନ୍ତି, ରଶ୍ମିରେଖାର ମୃତ୍ୟୁ ପରେ ସେ ତାକୁ ବହୁତ ଝୁରୁ ଥିଲା । ସେ ଭାରି ବ୍ୟତିବ୍ୟସ୍ତ ଥିଲା । ସବୁବେଳେ ମରି ଯିବି ମରି ଯିବି ବୋଲି କହୁଥିଲା । ତଥାପି ଆମେ ତାକୁ ବୁଝାଇ ଶୁଝାଇ ରଖିଥିଲୁ । ଉଭୟ ଏକାଠି ଭୁବନେଶ୍ୱରରେ ରହୁଥିଲେ । ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଛାତ ଉପରକୁ ଯାଇ ତଳକୁ ଡେଇଁ ପଡ଼ିବି ବୋଲି କହିଥିଲା । ହେଲେ ସେଦିନ ମୁଁ ତାକୁ ବୁଝାଇ ଶୁଝାଇ ଘରକୁ ଆଣିଥିଲି । ସନ୍ତୋଷଙ୍କ ମା ଆହୁରି କହିଛନ୍ତି, ଗତକାଲି ସେ ମୋ ସହ ମ୍ୟାଗି ଖାଇଥିଲା । ସବୁ ଭଲ ଥିଲା । ହେଲେ ହଠାତ କଣ ହେଲା କେଜାଣେ ଆମେ କିଛିବି ଜାଣିପାରିଲୁ ନାହିଁ । ବାରମ୍ବାର କହୁଥିଲା ମୋତେ ଏକାକୀ ଛାଡ଼ । ମୁଁ ମରିବି । ଏହାପରେ ସନ୍ତୋଷ ତା ବାପାକୁ ଧMା ମାରି କବାଟ ବନ୍ଦ କରି ଦେଲା । ମୁଁ ଝରକା ବାଟେ ଦେଖିଲା ବେଳକୁ ମୋ ପୁଅ ଆଉ ନାହିଁ । ମାତ୍ର ୩ ସେକେଣ୍ଡରେ ସେ ଆତ୍ମହତ୍ୟା କରିଦେଲା । ମୋ ପୁଅର ମୃତ୍ୟୁ ପାଇଁ ମୁଁ କାହାକୁ ଦାୟୀ କରୁନି । ସବୁବେଳେ ଖାଲି କହୁଥିଲା ମୁଁ ସେ ଝିଅ ବିନା ରହିପାରିବିନି । ସେ ଝିଅ ମୋତେ ଡାକୁଛି ମୁଁ ତା ପାଖକୁ ଯିବି । ଏମିତି ସବୁବେଳେ କହି ସେ ଝିଅକୁ ଝୁରୁଥିଲା ।




