ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ବଲାଙ୍ଗିର : ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପ୍ରତ୍ୟେକ ଦିଗରେ ଅଞ୍ଚଳକୁ ଆଗେଇ ନେବାକୁ ହେବ । ଆପଣଙ୍କ ଭୋଟ ମଧ୍ୟ ସେହି ଦିଗରେ ଓ ଉଚିତ ପ୍ରାର୍ଥିକୁ ଯିବା ଆବଶ୍ୟକ । ତେଣୁ ମୋର ଅନୁରୋଧ ଆପଣମାନେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଅଞ୍ଚଳକୁ ଏକ ବିକାଶ ପଥରେ ଆଗେଇ ନେବେ ବୋଲି ବିଧାୟକ ନରସିଂହ ମିଶ୍ର ସଦର ବ୍ଲକରେ […]

Samaya Live Picture
Published On

ବଲାଙ୍ଗିର : ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ କୃଷି, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପ୍ରତ୍ୟେକ ଦିଗରେ ଅଞ୍ଚଳକୁ ଆଗେଇ ନେବାକୁ ହେବ । ଆପଣଙ୍କ ଭୋଟ ମଧ୍ୟ ସେହି ଦିଗରେ ଓ ଉଚିତ ପ୍ରାର୍ଥିକୁ ଯିବା ଆବଶ୍ୟକ । ତେଣୁ ମୋର ଅନୁରୋଧ ଆପଣମାନେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଯଶୋବନ୍ତି ବଘାରଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଅଞ୍ଚଳକୁ ଏକ ବିକାଶ ପଥରେ ଆଗେଇ ନେବେ ବୋଲି ବିଧାୟକ ନରସିଂହ ମିଶ୍ର ସଦର ବ୍ଲକରେ ନିର୍ବାଚନ ପ୍ରଚାର ସମୟରେ ଉପସ୍ଥିତ ଜନତାଙ୍କୁ ଆହ୍ୱାନ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାରମ୍ବାର ମିଛ କହି ସିଟ ହାତେଇବା ପ୍ରୟାସ କରୁଥିବା କେନ୍ଦ୍ରର ବିଜେପି ଦଳ ଓ ଗରିବ, ଆଦିବାସୀ ,ପଛୁଅବର୍ଗ ବିରୋଧି ରାଜ୍ୟର ବିଜେଡି ଦଳକୁ ଏଥର ଆଦୌଭୋଟ ଦେବେ ନାହିଁ ବୋଲି ଗାଁ ଗହଳିବାସିନ୍ଦା ସ୍ପଷ୍ଟ ନିଷ୍ପତ୍ତି ନେଇଛନ୍ତି । ତା ସହ ଏହି ନିର୍ବାଚନରେ ଅଞ୍ଚଳର ପ୍ରକୃତ ସମସ୍ୟାମାନଙ୍କର ସମାଧାନ ପାଇଁ ଛାତ୍ର,ଯୁବକ,କୃଷକ, ଶ୍ରମିକ ସାଥି କଂଗ୍ରେସକୁ ପୁଣି ଏକ ସ୍ପଷ୍ଟ ଜନାଦେଶ ଦେବେ ।