ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ମାଓଯୋଡ଼ି
ଭବାନୀପାଟଣା : ପ୍ରଥମେ ମାଓ ସଂଗଠନରେ ସାମିଲ ହୋଇ ମାଓ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିଥିଲେ । ପରେ ବରିଷ୍ଠ ମାଓବାଦୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବା ଏବଂ ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ । ଆଉ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ପୂର୍ବତନ ମାଓବାଦୀଙ୍କ ବିଷୟରେ ଏହି ଖବର । ସରକାରଙ୍କର ବିଭିନ୍ନ […]
ଭବାନୀପାଟଣା : ପ୍ରଥମେ ମାଓ ସଂଗଠନରେ ସାମିଲ ହୋଇ ମାଓ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିଥିଲେ । ପରେ ବରିଷ୍ଠ ମାଓବାଦୀଙ୍କ ନିର୍ଯ୍ୟାତନା ଅସହ୍ୟ ହେବା ଏବଂ ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ । ଆଉ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ପୂର୍ବତନ ମାଓବାଦୀଙ୍କ ବିଷୟରେ ଏହି ଖବର ।
ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ପାଇ ସାଧାରଣ ବ୍ୟକ୍ତି ଭାବରେ ଜୀବନ ଯାପନ କଟାଉଥିବା ଦୁଇଜଣ ପୂର୍ବତନ ମାଓବାଦୀ ପୁଲିସ ହେପାଜତରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ଉଭୟ ପରିବାରର ସ୍ୱୀକୃତିକ୍ରମେ ଶୁକ୍ରବାର ଏହି ଦୁଇ ପୂର୍ବତନ ମାଓବାଦୀଙ୍କର ବିବାହ ଅନୁଷ୍ଠିତ ହୋଇଛି । ଯାହାକି ଜିଲ୍ଲାରେ ଚର୍ଚ୍ଚା ବିଷୟ ହୋଇଛି । ନିଜ ପରିବାର ଓ ଘରଦ୍ୱାର ଛାଡ଼ି ଘଞ୍ଚ ଜଙ୍ଗଲ ଭିତରେ ଯାଯାବର ପରି ଘୁରି ବୁଲୁଥିବା ଏବଂ ସବୁବେଳେ ପୁଲିସ ଗୁଳିର ଭୟ ଥିବା ମାଓବାଦୀଙ୍କ ପାଇଁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏହା ପ୍ରୋତ୍ସାହିତ କରିବେ ।
ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ଗୋପାଲପାଟନା ଥାନା ଅଧିନସ୍ଥ ପାଲସେଗୁଣ୍ଡାପୁର ଗ୍ରାମର ରାମଦାସ ଓରଫ କେଶବ ଭେଲାଦି ଓରଫ ଦୀପକ(୨୮) ମାଓବାଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ ୨୦୦୯ରେ ବାଣ୍ଡେଡ୍ ସଂଗଠନରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ଜାନପାନଙ୍କ ନିର୍ଦ୍ଦେଶକ୍ରମେ ୨୦୧୧ ମସିହାରୁ ୨୦୧୮ ପର୍ଯ୍ୟନ୍ତ କରଙ୍ଗା ନଦୀ ଏରିଆ କମିଟିର ଏସିଏମ୍ ଭାବେ ପଦୋନ୍ନତୀ ପାଇବା ସହିତ ଇନ୍ସାଫ ରାଇଫେଲ ଚଲାଇବାର କୌଶଳ ପାଇଥିଲେ । ପରବର୍ତ୍ତୀ ସମୟରେ ସେ କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର ଓ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଧିନରେ କାର୍ଯ୍ୟ କରୁଥିବା ରାହୁଲ ଏରିଆ କମିଟି ଦାୟିତ୍ୱରେ ରହିଥିଲେ । ମଦନପୁର ରାମପୁର ଥାନା ଅଧିନରେ କେନ୍ଦୁଘାଟିରେ ଗାଡିମୋଟର ପୋଡି ଯଥା- ମ.ରାମପୁର ଥାନା କେସ୍ ନଂ. ୧୫/୨୦୧୯ ଏବଂ ନୂଆମୁଣ୍ଡା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟରେ ନିୟୋଜିତ ହୋଇଥିବା ଟ୍ରାକଫର, ଜେସିବି ଓ ମିକ୍ସଚର ମେସିନ ପୋଡି କେସ୍ ନଂ.୬୦/୨୦୧୯ ମାମଲାର ସଂପୃକ୍ତ ଥିଲେ । ଏଥିସହ ଆହୁରି ଅନେକ ମାଓ କାର୍ଯ୍ୟକଳାପରେ ସାମିଲ ଥିଲେ । ରାଜ୍ୟ ସରକାର ସେହି ମାଓବାଦୀ ରାମଦାସ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ କରିଥିଲେ । ଏହାପରେ ସେ ମାଓ କାର୍ଯ୍ୟକଳାପ ଓ ମାଓନେତାଙ୍କ ର୍ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ପଡ଼ିଥିଲେ । ମାଓବାଦୀ ଆତ୍ମସମର୍ପଣ କଲେ ସେମାନଙ୍କୁ ଥଇଥାନ କରିବା ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରେ ଆକୃଷ୍ଟ ହୋଇ ସେ ମାଓବାଦୀ ସଂଗଠନ ଛାଡି ୨୦୨୦ ଫେବୃୟାରୀ ୧୮ ତାରିଖରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।
ଠିକ୍ ସେହିପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅଧିନସ୍ଥ ଜୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗ୍ରାମର ମାଲତ ମାଝୀଙ୍କ ଝିଅ କଲମ ଦେଇ ଓରଫ କାଲାମାଡି ମାଝୀ(୨୫) ମାଓ ପ୍ରଲୋଭନର ଶିକାର ହୋଇ ମାଓ ସଂଗଠନରେ ସାମିଲ ହୋଇଥିଲେ । ପରେ ବରିଷ୍ଠ ମାଓନେତାମାନଙ୍କ ଦ୍ୱାରା ଅମାନୁଷିକ ଭାବେ ଶାରୀରିକ ଓ ମାନସିକ ନିର୍ଯ୍ୟାତନାରେ ଅତିଷ୍ଠ ହେବା ସହିତ ମାଓବାଦୀଙ୍କ ମିଥ୍ୟା ନୀତି ଆଦର୍ଶ ପ୍ରତି ବିତୃଷ୍ଣା ହୋଇ ୫.୧.୨୦୧୬ରେ କଳାହାଣ୍ଡି ପୁଲିସ ନିକଟରେ ଆତ୍ମସମର୍ପଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମ ସମର୍ପଣ ଯୋଜନାରେ ସମସ୍ତ ସୁବିଧା ପାଇଛନ୍ତି ।
ଏହି ଦୁଇ ମାଓବାଦୀ ବନ୍ଧୁକ ଛାଡି ଆତ୍ମସମର୍ପଣ କରିବା ପରେ କଳାହାଣ୍ଡିର ବର୍ତ୍ତମାନ ଏସପି ଡ. ଶ୍ରବଣ ବିବେକ ଏମ୍.ଙ୍କ ତ‰ାବଧାନରେ ପୁଲିସ ରିଜର୍ଭରେ ରହି ଆସୁଥିଲେ । ପୁଲିସ ହେପାଜତରେ ଏହି ଦୁଇ ମାଓବାଦୀ ରହିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହେଁ ବିବାହ ପାଇଁ ସ୍ଥିର କରିବା ପରେ ସେମାନେ ଏ ସଂପର୍କରେ କଳାହାଣ୍ଡି ଏସପି. ଡ. ଶ୍ରବଣ ବିବେକ ଏମ୍.ଙ୍କୁ ଜଣାଇବା ସହିତ ଉଭୟ ସେମାନଙ୍କ ପରିବାରଙ୍କୁ ଜଣାଇଥିଲେ । ଉଭୟ ପରିବାର ସଦସ୍ୟଙ୍କ ସହମତି ପରେ ଶେଷରେ କଳାହାଣ୍ଡି ଏସପି. ଡ. ଶ୍ରବଣ ବିବେକ ଏମ୍.ଙ୍କ ତ‰ାବଧାନରେ କଳାହାଣ୍ଡି ପୁଲିସ ସହଯୋଗରେ ଭବାନୀପାଟଣା ରିଜର୍ଭ ପୁଲିସ ପରିସରରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ଉଭୟ ପରିବାର ସଦସ୍ୟ, ବନ୍ଧୁ ବାନ୍ଧବ ଏବଂ ସାହି ପଡ଼ିଶାଙ୍କ ଉପସ୍ଥିତରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କନ୍ୟା କଲମଦେଇ ଓରଫ କାଲାମାଡି ମାଝୀଙ୍କ ପିତା ମାଲତ ମାଝୀ କନ୍ୟାଦାନ କରିଥିଲେ । ଏହି ବିବାହରେ ବର ରାମଦାସଙ୍କ ବାପା ଓରା ମାଝୀ, ସାନ ଭାଇ ଏବଂ କନ୍ୟା କଲମଦେଇଙ୍କ ମାଆଙ୍କ ସମେତ ପରିବାର ସଦସ୍ୟ ଓ ବନ୍ଧୁ ବାନ୍ଧବମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡିଆଇଜି ରାଜେଶ ପଣ୍ଡିତ, ସିଆରପିଏଫ୍ ୬୪ ବେଟାଲିୟନ୍ କମାଣ୍ଡେଣ୍ଟ ବିପ୍ଲବ ସରକାର, ଏସ୍ପି ଡ. ଶ୍ରବଣ ବିବେକ ଏମ୍., ସିଆରର୍ପିଏଫ୍ ଏଏସ୍ପି ହୃଷିକେଶ ବରାଳ, କେସିଙ୍ଗା ଏସଡ଼ିପିଓ ଅଭିନବ ସୋନକର ଆଇପିଏସ୍, ଅତିରିକ୍ତ ଏସପି ସମେତ ସମସ୍ତ ଥାନା ଅଧିକାରୀ ଓ ଫୋର୍ସ ଉପସ୍ଥିତ ଥିଲେ ।




