ବୋରିଗୁମ୍ମାରେ ନାହିଁ ଅଲଟ୍ରା ସାଉଣ୍ଡ ମେସିନ, ଦୁର୍ଦଶା ଭୋଗୁଛନ୍ତି ଗର୍ଭବତୀ
ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠୀ ସ୍୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଦେଖାଯାଇଛି ବ୍ୟାପକ ଅବ୍ୟବସ୍ଥା । ବିଭାଗରେ ବିଶେଷଜ୍ଞ ଅଛନ୍ତି ହେଲେ ପରୀକ୍ଷା ପାଇଁ ନାହିଁ ଅଲଟ୍ରା ସାଉଣ୍ଡ ମେସିନ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଓଡ଼ିଶାର ଅନ୍ୟତମ ସର୍ବବୃହତ ବ୍ଲକ ଭାବେ ପରିଚିତ । ଏହି ବ୍ଲକ ୩୧ ଗୋଟି ପଞ୍ଚାୟତକୁ ନେଇ ଗଠିତ । ବୋରିଗୁମ୍ମା ଗୋଷ୍ଠୀ ସ୍୍ୱାସ୍ଥ୍ୟ କେନ୍ଦ୍ର ଉପରେ ବର୍ତ୍ତମାନ ୩୧ ଗୋଟି ପଞ୍ଚାୟତର ଗର୍ଭବତୀ ମହିଳାମାନେ […]
ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠୀ ସ୍୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଦେଖାଯାଇଛି ବ୍ୟାପକ ଅବ୍ୟବସ୍ଥା । ବିଭାଗରେ ବିଶେଷଜ୍ଞ ଅଛନ୍ତି ହେଲେ ପରୀକ୍ଷା ପାଇଁ ନାହିଁ ଅଲଟ୍ରା ସାଉଣ୍ଡ ମେସିନ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଓଡ଼ିଶାର ଅନ୍ୟତମ ସର୍ବବୃହତ ବ୍ଲକ ଭାବେ ପରିଚିତ । ଏହି ବ୍ଲକ ୩୧ ଗୋଟି ପଞ୍ଚାୟତକୁ ନେଇ ଗଠିତ । ବୋରିଗୁମ୍ମା ଗୋଷ୍ଠୀ ସ୍୍ୱାସ୍ଥ୍ୟ କେନ୍ଦ୍ର ଉପରେ ବର୍ତ୍ତମାନ ୩୧ ଗୋଟି ପଞ୍ଚାୟତର ଗର୍ଭବତୀ ମହିଳାମାନେ ନିର୍ଭର କରିଥାନ୍ତି ।
ପ୍ରତ୍ୟେକ ଦିନ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗର୍ଭବତୀ ମହିଳା ମାନେ ନିୟମିତ ଚିକିତ୍ସା ପାଇଁ ଆସିଥାନ୍ତି । ବହୁ ବର୍ଷର ବ୍ୟବଧାନ ପରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିୟୋଜିତ ହୋଇଛନ୍ତି । ହେଲେ ଗର୍ଭବତୀ ମହିଳାଙ୍କୁ ପରୀକ୍ଷା କରିବା ନିମନ୍ତେ ଅଲଟ୍ରା ସାଉଣ୍ଡ ମେସିନର ବ୍ୟବସ୍ଥା ନାହିଁ । ଡାକ୍ତର ଗର୍ଭବତୀ ମହିଳାଙ୍କୁ ଜୟପୁର କିମ୍ବା କୋରାପୁଟରେ ଅଲଟ୍ରା ସାଉଣ୍ଡ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥାନ୍ତି । ଫଳରେ ଗର୍ଭବତୀମାନେ ଜୟପୁର କିମ୍ବା କୋରାପୁଟ ଯିବା ଆସିବାରେ ଅଯଥା ଖର୍ଚ୍ଚାନ୍ତ ହେବା ସହ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ବୋରିଗୁମ୍ମା ବ୍ଲକ ସଦର ମହକୁମାଠାରୁ ଉପାନ୍ତ ଅଞ୍ଚଳ କାଠରଗଡ଼ା ପ୍ରାୟ ୪୦ କିଲୋମିଟର ଦୂରରୁ ଗର୍ଭବତୀ ମାନେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସି ପୁଣି କୋରାପୁଟ ୫୦ କିଲୋମିଟର ଯାଇ ଅଲଟ୍ରା ସାଉଣ୍ଡ ପରୀକ୍ଷା କରେଇବା କଷ୍ଟକର ହୋଇ ପଡୁଛି ।
ପ୍ରତି ମାସରେ ବ୍ଳକର ଶହ ଶହ ଗର୍ଭବତୀ ମହିଳା ଅଲଟ୍ରା ସାଉଣ୍ଡ ମେସିନ ନ ଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲଟ୍ରା ସାଉଣ୍ଡ ମେସିନର ବ୍ୟବସ୍ଥା ପାଇଁ ବହୁବାର ବୋରିଗୁମ୍ମା ବାସୀ ଦାବି କରି ଆସୁଛନ୍ତି । କି;ୁ ପ୍ରଶାସନ ଚୁପ ହୋଇ ବସିଛି । ଏ ସମ୍ପର୍କରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ରାଜାରାମ ସ୍ୱାଇଁଙ୍କ ମତାମତ ନିଆଯାଇଥିଲା ।ସେ କହିଛନ୍ତି କି ଆମେ କୋରାପୁଟ ସିଡିଏମଓ ଙ୍କୁ ଲିଖିତ ଜଣାଇଛୁ ତୁରନ୍ତ ଏହାର ସମାଧାନ କରାଯିବ ।




