କଂଗ୍ରେସ କ୍ଷମତାକୁ ଆସିଲେ ପୌରାଞ୍ଚଳର ଗରିବ ଭୂମିହୀନଙ୍କୁ ଦିଆଯିବ ଘର ଓ ଜମିପଟ୍ଟା :ନରସିଂହ

ବଲାଙ୍ଗିର: ବଲାଙ୍ଗିର ପୌରାଞ୍ଚଳ ଏକ ବ୍ୟବସ୍ଥିତ ସହର । କି;ୁ ସମୟାନୁକ୍ରମେ ଜନସଂଖ୍ୟା ଓ ବିଭିନ୍ନ ଲୋକଙ୍କ ଆଗମନ ଯୋଗୁଁ ସହରରେ ଅନେକ ବସ୍ତି ଗଢି ଉଠିଛି । ପେଟପାଟଣା ପାଇଁ ସହରକୁ ଆସିଥିବା ଗରିବ ଭୂମୀହୀନ ନିଜ ସୁବିଧା ମୁତାବକ ଘର କରି ରହି ଗଲେଣି । ସେ ଭିତରୁ ଅନେକେ ବର୍ଷ ବର୍ଷ ଧରି ସରକାରୀ ଜମିରେ ମଧ୍ୟ ବସବାସ କରିବାକୁ ବାଧ୍ୟ ହେଉଛନ୍ତି । କି;ୁ ଗରିବ ଜନସାଧାରଣଙ୍କ ଅସୁବିଧାକୁ ଧ୍ୟାନ ନଦେଇ […]

Samaya Live Picture
Published On

ବଲାଙ୍ଗିର: ବଲାଙ୍ଗିର ପୌରାଞ୍ଚଳ ଏକ ବ୍ୟବସ୍ଥିତ ସହର । କି;ୁ ସମୟାନୁକ୍ରମେ ଜନସଂଖ୍ୟା ଓ ବିଭିନ୍ନ ଲୋକଙ୍କ ଆଗମନ ଯୋଗୁଁ ସହରରେ ଅନେକ ବସ୍ତି ଗଢି ଉଠିଛି । ପେଟପାଟଣା ପାଇଁ ସହରକୁ ଆସିଥିବା ଗରିବ ଭୂମୀହୀନ ନିଜ ସୁବିଧା ମୁତାବକ ଘର କରି ରହି ଗଲେଣି ।

ସେ ଭିତରୁ ଅନେକେ ବର୍ଷ ବର୍ଷ ଧରି ସରକାରୀ ଜମିରେ ମଧ୍ୟ ବସବାସ କରିବାକୁ ବାଧ୍ୟ ହେଉଛନ୍ତି । କି;ୁ ଗରିବ ଜନସାଧାରଣଙ୍କ ଅସୁବିଧାକୁ ଧ୍ୟାନ ନଦେଇ ସେମାନଙ୍କୁ ନିର୍ଦ୍ଦୟତାର ସହ ବେଦଖଲ କରିବା ପାଇଁ ସରକାରୀ ଦଳ ବୁ୍ୟହ ରଚନା କରୁଛନ୍ତି । କି;ୁ ସେହି ଗରିବ ଅସହାୟଙ୍କୁ ମୁଁ ଆଜି ନିର୍ଭର ପ୍ରତିଶୃତି ଦେଉଛି ଯେ, ଯଦି ଏଥର ବଲାଙ୍ଗିର ପୌର ନିର୍ବାଚନରେ କଂଗ୍ରେସ ପ୍ରତକ୍ଷ୍ୟ ଭାବରେ ପରିଷଦ ଗଠନ କରେ, ତାହାଲେ କୌଣସି ବସ୍ତି ବସିନ୍ଦାଙ୍କୁ ଉଚ୍ଛେଦ କରିବାର କାହାର ଦମ୍ଭ ହେବ ନାହିଁ । ତା ସହିତ କଂଗ୍ରେସ ର ପୌର ପରିଷଦରେ ପୌରାଞ୍ଚଳରେ ରହୁଥିବା ସମସ୍ତ ଗରିବ ଓ ଭୂମିହୀନମାନଙ୍କୁ ଘର ଓ ଜମିପଟ୍ଟା ପ୍ରଦାନ କରାଯିବ ।

କଂଗ୍ରେସର ପୌରାଧକ୍ଷା ପ୍ରାର୍ଥିନୀ ମିଲନୀ ସାହୁଙ୍କ ସହିତ ୱାର୍ଡ ନମ୍ବର-୧୭ର କାଉନସିଲର ପ୍ରାର୍ଥି ସବିତା ସାହୁ ଓ ୱାର୍ଡ ନମ୍ବର-୪ରେ ଅରବିନ୍ଦ ପରୁଆଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରା;ୁ ବୋଲି ପୌର ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ବିଧାୟକ ନରସିଂହ ମିଶ୍ର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ପୌରାଞ୍ଚଳର କୌଣସି ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦର ଭୟଭୀତ ହେବାର ଆବଶ୍ୟକତା ନାହିଁ । କଂଗ୍ରେସ ଆସିଲେ ସେମାନଙ୍କ ପାଇଁ ବିନା ମୂଲ୍ୟରେ ଘର ଓ ଜମି ଯୋଗାଇ ଦିଆଯିବ । ସଭାମାନଙ୍କରେ ନଗର ସଭାପତି ବୁଲୁ ଦାନୀ , କିଷାନ ସେଲ ସଭାପତି ସାନନ୍ଦ ମିଶ୍ର , ସଂଜୟ ମିଶ୍ର , ପବିତ୍ର ବେହେରା , ଦିନେଶ ଦାସ, ଲୋପନ ମିଶ୍ର, ମଧୁ ନାଗ ଓ ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।