ରାଜ୍ୟରେ ବଢ଼ୁଛି ଅନ୍ଧବିଶ୍ୱାସ: ୫ ଜଣଙ୍କ ମୃତୁ୍ୟ ପରେ ଗାଁରେ ବୁଲିଲା ଚୌକି

ନବରଙ୍ଗପୁର: ୧୦ ଦିନରେ ଗୋଟିଏ ସାହିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର କାରଣ ଖୋଜିବା ପରିବର୍ତ୍ତେ ଗାଁ ଲୋକେ ଦିଶାରୀ (ଗୁଣିଆ) ଡାକି ଗ୍ରାମଦେବୀଙ୍କୁ ସ;ୁଷ୍ଟ କରିବା ପାଇଁ ପୂଜା କଲେ । ଘୁଷୁରୀ ଓ କୁକୁଡ଼ା ବଳି ଦେଲେ । ଗାଁରେ ବୁଲାଇଲେ କାଠ ଚୌକି । ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିର ଏପରି ଚିତ୍ର ଆସିଛି ନବରଙ୍ଗପୁର ଜିଲ୍ଲା ତେ;ୁଳିଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ଗାଁ ପରଜା ସାହିରୁ । ଏହି ସାହିରେ ପ୍ରାୟ […]

Samaya Live Picture
Published On

ନବରଙ୍ଗପୁର: ୧୦ ଦିନରେ ଗୋଟିଏ ସାହିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର କାରଣ ଖୋଜିବା ପରିବର୍ତ୍ତେ ଗାଁ ଲୋକେ ଦିଶାରୀ (ଗୁଣିଆ) ଡାକି ଗ୍ରାମଦେବୀଙ୍କୁ ସ;ୁଷ୍ଟ କରିବା ପାଇଁ ପୂଜା କଲେ । ଘୁଷୁରୀ ଓ କୁକୁଡ଼ା ବଳି ଦେଲେ । ଗାଁରେ ବୁଲାଇଲେ କାଠ ଚୌକି । ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିର ଏପରି ଚିତ୍ର ଆସିଛି ନବରଙ୍ଗପୁର ଜିଲ୍ଲା ତେ;ୁଳିଖୁଣ୍ଟି ବ୍ଲକ ଖଣ୍ଡିଆଗୁଡା ଗାଁ ପରଜା ସାହିରୁ । ଏହି ସାହିରେ ପ୍ରାୟ ୬୦ ଆଦିବାସୀ ପରିବାର ବସବାସ କରୁଛନ୍ତି । ବେଶ୍‌ ଖୁସିବାସରେ ଚଳୁଥିବା ଗାଁରେ ଲାଗିଲା କାହାର ନଜର ।

ଅକ୍‌ଟୋବର ୧ ତାରିଖରୁ ୧୦ ତାରିଖ ଭିତରେ ସାହିର ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । କାହିଁକି ଖଣ୍ଡିଆଗୁଡ଼ା ଗାଁରେ ଗଡ଼ୁଛି ମୁଣ୍ଡ? ଏହାର କାରଣ ଖୋଜିବା ପାଇଁ ଗାଁରେ ବସିଥିଲା ସଭା । ଆଉ ସେହି ସଭାକୁ ଜଣେ ଦିଶାରୀଙ୍କୁ ଡାକିଥିଲେ । ଦିଶାରୀ ଆମର ଦିବ୍ୟଦ୍ରଷ୍ଟା । ଗାଁକୁ ଦେଖି କହିଲେ, ଗ୍ରାମଦେବୀଙ୍କ କୋପ ଦୃଷ୍ଟି ପଡ଼ିଛି । ପୂଜା କରିବାକୁ ପଡ଼ିବ । ଦିଶାରୀଙ୍କଠାରୁ ଏକଥା ଶୁଣିବା ପରେ ଶନିବାର ଗାଁରେ ଆୟୋଜନ ହୋଇଥିଲା ପୂଜା । ଗ୍ରାମର ପ୍ରବେଶ ପଥର ଏକ ନିଛାଟିଆ ସ୍ଥାନରେ ପୂଜା କରାଯାଇଥିଲା ।

ରାଜ୍ୟରେ ବଢ଼ୁଛି ଅନ୍ଧବିଶ୍ୱାସ: ୫ ଜଣଙ୍କ ମୃତୁ୍ୟ ପରେ ଗାଁରେ ବୁଲିଲା ଚୌକି

ସେଠାରେ ଗୋଟିଏ କାଠ ଚେୟାର(ପାଲିଙ୍କି) ପୂଜା କରାଯାଇଥିଲା । ପରେ ସେହି ଚେୟାରକୁ ଗ୍ରାମଦେବୀଙ୍କ ପୀଠକୁ ନିଆଯାଇଥିଲା । ସେଠାରେ ମଧ୍ୟ ଦିଶାରୀ ଆଉଥରେ ପୂଜା କରିଥିଲେ । ତା’ପରେ ଚେୟାରକୁ ଧରି ଦୁଇ ଜଣ ଯୁବକ ଗାଁ ସାରା ବୁଲି ଥିଲେ । ଶେଷରେ ଚେୟାରକୁ ଧରି ଗ୍ରାମଦେବୀଙ୍କ ପାଖକୁ ଆସିଥିଲେ । ସେଠାରେ ଗୋଟିଏ ଘୁଷୁରୀ ଓ ଗଞ୍ଜା (କୁକୁଡା)କୁ ବଳି ଦିଆଯାଇଥିଲା । ଏହା ପରେ ଗ୍ରାମଦେବୀ ସ;ୁଷ୍ଟ ହୋଇଥିବା ଜଣାପଡ଼ିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି, ନିର୍ଦ୍ଦିଷ୍ଟ ଗୋଟିଏ ସାହିରେ ଗତ ୧୦ ଦିନରେ କାହିଁକି ୫ ଜଣଙ୍କ ମୃତ୍ୟୁ ଘଟିଲା? ଏହାର ଉତ୍ତର ଖୋଜିବାକୁ ଯାଇ ଗାଁ ଲୋକେ ଅନ୍ଧବିଶ୍ୱାସ ଉପରେ ଭରସା କରିଥିଲେ । ପୂଜା ପାଠ କଲେ । ହେଲେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କ’ଣ କଲା? ଲୋକଦେଖାଣିଆ ଭାବେ ମୃତ୍ୟୁ ଖବର ପାଇ ଗତ ୧୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମ୍ପୃକ୍ତ ସାହିକୁ ଯାଇଥିଲା । ପଚରାଉଚରା କରିବା ପରେ ଗାଁ ଲୋକଙ୍କ ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ବୋଲି କହି ସ୍ୱାସ୍ଥ୍ୟ ବିଭାଗ ଚୁପ୍‌ ବସି ଗଲା । ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ୫ ଜଣଙ୍କ ମୃତ୍ୟୁ ବାର୍ଦ୍ଧକ୍ୟଜନିତ, ତାହାହେଲେ ଯେଉଁମାନେ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଓ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି, ସେମାନଙ୍କୁ କଣ ହୋଇଥିଲା । ଏହାର ଉତ୍ତର ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ । ଗୋଟିଏ ସାହିରେ ୫ ଜଣଙ୍କ ମୃତ୍ୟୁ ଘଟିବା ସାମାନ୍ୟ କଥା ନୁହେଁ । ପରଜା ସାହିରେ ଗାଁର ପରିମଳ ବ୍ୟବସ୍ଥାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ଯୁଆଡେ ଚାହିଁବେ କୁଢ଼ କୁଢ଼ ଆବର୍ଜନା ଓ ଦେଶୀ ମଦ ପାଉଚ ପଡ଼ିଥିବା ଦେଖିବାକୁ ମିଳୁଛି । ଗାଁରେ ଦେଖାଦେଇଥିବା ଏପରି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଲୋକଙ୍କ ମୃତ୍ୟୁ ହୋଇନି ତ ବୋଲି ପ୍ରଶ୍ନ ଉଠିଛି । ଏଥିପ୍ରତି କି;ୁ ସ୍ୱାସ୍ଥ୍ୟ ବିଭାଗର ନଜର ପଡ଼ିଲା ନାହିଁ ।