କାହା ମୁଣ୍ଡରେ ଶିରିପା ବାନ୍ଧିବେ ହିଞ୍ଜିଳିବାସୀ
ହିଞ୍ଜିଳିକାଟୁ: ମାର୍ଚ୍ଚ ୧୬: ହିଞ୍ଜିଳିକାଟୁ ମ୍ୟୁନସିପାଲଟି ଏନ୍ଏସିରୁ ପୌରପରିଷଦ ହେବା ପରେ ଏଠି ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୌର ଭୋଟ୍ । ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ଦଳ ପ୍ରାର୍ଥୀ ଦେଇଥିଲା ବେଳେ ଜନତା କିନ୍ତୁ ପାୱାରରେ । ମ୍ୟୁନିସିପାଲଟି ମାନ୍ୟତା ପାଇଥିବା ବେଳେ ଏଠାରେ ବଢିଛି ଘର ଓ ସଫେଇ ଟିକସ । ଘର ଟିକସ ପାଖାପାଖି ୫ ଗୁଣା ଆଉ ସଫେଇ ଟିକସ ବର୍ଷକୁ […]
ହିଞ୍ଜିଳିକାଟୁ: ମାର୍ଚ୍ଚ ୧୬: ହିଞ୍ଜିଳିକାଟୁ ମ୍ୟୁନସିପାଲଟି ଏନ୍ଏସିରୁ ପୌରପରିଷଦ ହେବା ପରେ ଏଠି ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୌର ଭୋଟ୍ । ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ଦଳ ପ୍ରାର୍ଥୀ ଦେଇଥିଲା ବେଳେ ଜନତା କିନ୍ତୁ ପାୱାରରେ । ମ୍ୟୁନିସିପାଲଟି ମାନ୍ୟତା ପାଇଥିବା ବେଳେ ଏଠାରେ ବଢିଛି ଘର ଓ ସଫେଇ ଟିକସ । ଘର ଟିକସ ପାଖାପାଖି ୫ ଗୁଣା ଆଉ ସଫେଇ ଟିକସ ବର୍ଷକୁ ୩୬୦ ଟଙ୍କା । ଟିକସ ବଢ଼ିଛି ହେଲେ ସାହି ଗଳିରେ ଥିବା ନାଳ ନର୍ଦ୍ଦମା ଉପରେ ଅଧିକାଂଶ ନାଳରେ ଘୋଡଣୀ ନାହିଁ । ଅଳିଆ ଆବର୍ଜନାରେ ଏକରକମ୍ ଜାମ୍ ଭଳି ସ୍ଥିତି ।ଠିକରେ ସଫେଇ କରାଯାଉନଥିବାରୁ ମଶାମାଛି ଉପଦ୍ରବରେ ଲୋକେ ନୟାନ୍ତ । ଅନେକ ସାହିକୁ ପକ୍କା ରାସ୍ତାଟିଏ ଯାଇନି । କେଉଁଠି ଖାଲ ଖମା ତ ଆଉ କେଉଁଠି ରାସ୍ତାକାମ ଅଧାପନ୍ତରିଆ । ଏବେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ, ଯିଏ ସମସ୍ୟା ଦୂର କରିବ, ତାକୁ ହିଁ ଭୋଟ୍ ଦେବେ ବୋଲି କହିଛନ୍ତି ଭୋଟର ।ପରିବା ଚାଷୀଙ୍କ ପାଇଁ ତିଆରି ହୋଇଥିବା ଶୀତଳ ଭଣ୍ଡାରରେ ତାଲା ଝୁଲୁଛି । ଏଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀଙ୍କ ଭିଡ ଲାଗୁଛି । ହେଲେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଡାକ୍ତର ନଥିବା ଅଭିଯୋଗ ହୋଇଛି । ଏଥର ମ୍ୟୁନିସିପାଲଟି ନିର୍ବାଚନରେ ପ୍ରମୁଖ ମୁଦ୍ଦା ହେବ ଏସବୁ ପ୍ରସଙ୍ଗ । େଏସବୁ ପରେ ବି ନିଜ ଜିଦରେ ଅଟଳ ହିଞ୍ଜିଳିବାସୀ । ତେବେ ଜନତା କାହା ମୁଣ୍ଡରେ ଶିରିପା ବାନ୍ଧୁଛନ୍ତି ତାହା ଦେଖିବାକୁ ବାକି ରହିଲା ।




