ନନ୍ଦନକାନନରେ ପୁଣି ପ୍ରାଣ ହାରିଲା ଆଉ ଏକ ସିଂହୀ
ଭୁବନେଶ୍ୱର: ମଇ ୨୮: ଦିିନକୁ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢୁଛି ପଶୁ ମୃତ୍ୟୁ ସଂଖ୍ୟା । କିଛିଦିନ ପୂର୍ବେ ନନ୍ଦନକାନନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି ।ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ ସିଂହୀଟିର ଚିକତ୍ସା ଚାଲିଥିଲା । ତେବେ ଚିକତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ଘଟିଥିବା […]
ଭୁବନେଶ୍ୱର: ମଇ ୨୮: ଦିିନକୁ ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢୁଛି ପଶୁ ମୃତ୍ୟୁ ସଂଖ୍ୟା । କିଛିଦିନ ପୂର୍ବେ ନନ୍ଦନକାନନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି ।ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ ସିଂହୀଟିର ଚିକତ୍ସା ଚାଲିଥିଲା । ତେବେ ଚିକତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ଏହି ସିଂହୀ ରହୁଥିଲା । ତେବେ, କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିଲା । ବାଘୁଣୀ ରୂପା ଠାରୁ ଜନ୍ମ ନେଇଥିବା ବାଘ ଛୁଆର ମୃତ୍ୟୁ ଘଟିଥିଲା । ୩ଟି ଛୁଆକୁ ଜନ୍ମ ଦେବା ପରେ ପାଖ ପୁରାଇ ଦେଉନଥିଲା ବାଘୁଣୀ ରୂପା । ତେବେ ସେହି କାରଣରୁ ଶାବକଟିର ମୃତ୍ୟୁ ହୋଇଥିବା ନନ୍ଦନକାନନ କତ୍ତୃପକ୍ଷ କହିଥିଲେ ।




