ସ୍କୁଲରେ ବଜ୍ରପାତ ଘଟି , ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଦେବଗଡ଼ : ସ୍କୁଲରେ ଘଟିଲା ବଡ଼ ଅଘଟଣ I ରାଜ୍ୟରେ ଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି I ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବର ରାଜ୍ୟରେ ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେଉଛି I ଏହି ସମୟରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲ ରେ ବଜ୍ରପାତ ଘଟି ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର […]

Samaya Live Picture
Published On

ଦେବଗଡ଼ : ସ୍କୁଲରେ ଘଟିଲା ବଡ଼ ଅଘଟଣ I ରାଜ୍ୟରେ ଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି I ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବର ରାଜ୍ୟରେ ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେଉଛି I ଏହି ସମୟରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲ ରେ ବଜ୍ରପାତ ଘଟି ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସେଥି ମଧ୍ୟରୁ ୩ ଜଣ ଛାତ୍ର ଛାତ୍ରୀ ପ୍ରାଥମିକ ଚିକିତ୍ସାପରେ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ୭ଜଣ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି I କେତେକ ଛାତ୍ରଛାତ୍ରୀଙ୍କ ହାତ ଓ ଗୋଡ଼ ଠିକ୍‌ରେ କାମ କରୁନଥିବା ଜଣାପଡ଼ିଛି। ବଜ୍ରପାତରେ ଶ୍ରେଣୀ ଗୃହର ଲାଇଟ୍‌ ଓ ଫ୍ୟାନ ମଧ୍ୟ ପୋଡ଼ିଯାଇଥିଲା। ଏହାସହ ସ୍କୁଲ ଘର ଛାତ କଣା ହୋଇଯାଇଥିଲା। ୧୫ରୁ ଅଧିକ ଜଣ ଛାତ୍ରଛାତ୍ରୀ ସେହି ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ।