ଅବକାରୀ ବିଭାଗର ଗୁମର ଖୋଲିବାରେ ଲାଗିଛି କାଶିପୁର ବିୟର ପାର୍ଲର
ରାୟଗଡା: ବେନିୟମ ବିୟର ପାର୍ଲର ଖୋଲିବାରେ ସଫଳ ହୋଇଛି ଅବକାରୀ ବିଭାଗ । ବିୟର ପାର୍ଲର ଖୋଲିବା ନିମନ୍ତେ ଯେଉଁ ସବୁ ନିୟମ କାନୁନ୍ ରହିଛି ତାହାକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି ବିୟର ମାଲିକକୁ ସୁହାଇଲା ଭଳି ନିୟମ କାନୁନକୁ ଦଳି ଚକଟି ବିୟର ପାର୍ଲର ଖୋଲିବା ନିମନ୍ତେ ଅବକାରୀ ବିଭାଗକୁ ପୂର୍ଣ୍ଣ ସମର୍ଥନ କରୁଛି ଜିଲ୍ଲା ପ୍ରଶାସନ । ବିୟର ପାର୍ଲର ନ ଖୋଲିବା ପାଇଁ ସଦର ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ […]
ରାୟଗଡା: ବେନିୟମ ବିୟର ପାର୍ଲର ଖୋଲିବାରେ ସଫଳ ହୋଇଛି ଅବକାରୀ ବିଭାଗ । ବିୟର ପାର୍ଲର ଖୋଲିବା ନିମନ୍ତେ ଯେଉଁ ସବୁ ନିୟମ କାନୁନ୍ ରହିଛି ତାହାକୁ ସଂପୂର୍ଣ୍ଣ ରୂପେ ଅଣଦେଖା କରି ବିୟର ମାଲିକକୁ ସୁହାଇଲା ଭଳି ନିୟମ କାନୁନକୁ ଦଳି ଚକଟି ବିୟର ପାର୍ଲର ଖୋଲିବା ନିମନ୍ତେ ଅବକାରୀ ବିଭାଗକୁ ପୂର୍ଣ୍ଣ ସମର୍ଥନ କରୁଛି ଜିଲ୍ଲା ପ୍ରଶାସନ । ବିୟର ପାର୍ଲର ନ ଖୋଲିବା ପାଇଁ ସଦର ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ବାସିନ୍ଦା ଘୋର ବିରୋଧ କରିଥିଲେ ମଧ୍ୟ ଅବକାରୀ ବିଭାଗ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକ ସଦରଠାରେ ଏକ ବିୟର ପାର୍ଲର ଖୋଲିବା ପାଇଁ ବିଜ୍ଞପ୍ତି ଜାରୀ କରାଯାଇଥିଲା ।
ରାୟଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ମକରନ୍ଦ ମୁଦୁଲି କାଶିପୁରଠାରେ ହେବାକୁ ଥିବା ପ୍ରସ୍ତାବିତ ବିୟର ପାର୍ଲରୁ ବିରୋଧ କରି ବ୍ୟକ୍ତିଗତ ଭାବେ ଅବକାରୀ ଅଧିକ୍ଷକ, ପ୍ରନ୍ସିପାଲ ସେକ୍ରେଟେରୀ ଓ ରାୟଗଡା ଜିଲ୍ଲାପାଳଙ୍କୁ ପତ୍ର ଲେଖି କାଶିପୁରଠାରେ ବିୟର ପାର୍ଲର ନ ଖୋଲିବା ପାଇଁ ପତ୍ର ଦେଇଥିଲେ । କାଶିପୁରଠାରେ ବିୟର ପାର୍ଲର ଖୋଲିବା ନିମନ୍ତେ ବିଜ୍ଞପ୍ତି ଜାରୀ ହେବା ପରେ ପ୍ରବଳ ବିରୋଧ ମଧ୍ୟ ହୋଇଥିବା ହୋଇଥିଲା । ଉକ୍ତ ବିୟର ପାର୍ଲର ଖୋଲିବା ନିମନ୍ତେ ପତ୍ର ସଂଖ୍ୟା ୯୫୮,୯୬୦ ତା ୦୧ ଜୁଲାଇ ୨୦୨୧ ରେ ବିଜ୍ଞପ୍ତି ଜାରୀ ହୋଇଥିଲା । ଏ ନେଇ ୧୫ ଅଗଷ୍ଟ ୨୦୨୧ରେ ଗ୍ରାମସଭାରେ ପ୍ରସ୍ତାବିତ ବିୟର ପାର୍ଲରୁ ବିରୋଧ କରାଯାଇ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ ମଧ୍ୟ କରାଯାଇଥିଲା । ଏତେ ବିରୋଧ ସତେ୍ୱ ଅବକାରୀ ବିଭାଗ କାହିଁକି କାଶିପୁର ଠାରେ ବେନିୟମ ଭାବେ ବିୟର ପାର୍ଲର ଖୋଲାଗଲା ବୋଲି ବିଧାୟକ ଶ୍ରୀମୁଦୁଲି ପ୍ରଶ୍ନ କରିଛନ୍ତି ।
ଏଥିସହିତ କାଶିପୁର ମୌଜା ଅନ୍ତର୍ଗତ ଖାତା ନଂ ୭୧, ପ୍ଲଟ ନଂ ୨୦୨୦ରେ ଯେଉଁ ବିୟର ପାର୍ଲର ନିକଟରେ ପୂର୍ବରୁ ହିଁ ଏକ କାର୍ଯ୍ୟାଳୟ କାର୍ଯ୍ୟ କରୁଛି, ତେଣୁ ସମାନ ସ୍ଥାନରେ ବିୟର ପାର୍ଲର କିପରି ଖୋଲାଯାଇ ପାରିବ ବୋଲି ମଧ୍ୟ ବିଧାୟକ ଶ୍ରୀମୁଦୁଲି ପ୍ରଶ୍ନ କରିଛନ୍ତି । ବିୟର ପାର୍ଲରଟି କାଶିପୁର ସ୍ଥିତ ନିଳକଣେwଶ୍ୱର ମନ୍ଦିର ନିକଟରେ ହୋଇଥିବାରୁ ମନ୍ଦିର କମିଟିର ସଦସ୍ୟ ମାନେ ବିୟର ପାର୍ଲର ଖୋଲିବା ଦ୍ୱାରା ଭକ୍ତ ମାନଙ୍କ ମଧ୍ୟରେ ଆଘାତ ଲାଗିବା ବୋଲି ପ୍ରକାଶ କରିଛନ୍ତି । ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟା କାଶିପୁର କ ଜୋନ ଅମି ମାଝି,ଶକ୍ତି ସ୍ୱଂୟ ସହାୟକ ସଦସ୍ୟ ମାନେ, ଚେତକ କ୍ଲବର ସଦସ୍ୟ ମାନେ କାଶିପୁର ଠାରେ ବିୟର ପାର୍ଲର ନ ଖୋଲିବା ପାଇଁ ପତ୍ର ଲେଖି ନିବେଦନ କରିଛନ୍ତି । ଏତେ ବିରୋଧ ସତେ୍ୱ ଅବକାରୀ ବିଭାଗ କାହିଁକି ଓ କାହା ସ୍ୱାର୍ଥ ପାଇଁ ସମସ୍ତ ନିୟମକୁ ଫୁ କରି କାଶିପୁର ଠାରେ ନୂତନ ବିୟର ପାର୍ଲରକୁ ଅନୁମତି ଦେଇଛନ୍ତି ।
ଏଥି ସହ ଗତ ଏପ୍ରେଲ ୧୨ ତାରିଖରେ ଅଜୟ କୁମାର ବେହେରା କାଶିପୁର ନାମରେ ରାୟଗଡ଼ା ଡ଼ିପୋରୁ ୩୯ ହଜାର ୮ଶହ ୨୨ଟଙ୍କାର ବିୟର ଉଠାଣ ହୋଇଛି । ତେବେ ସେ ବିୟର କେଉଁ ଗୋଦାମରେ ରଖାଯାଇଛି ବା କେଉଁ ଠାରେ ବିକ୍ରୀ କରାଯାଇଛି କାହାର ପ୍ରମାଣ ନାହଁ ଅବକାରୀ ବିଭାଗ ପାଖରେ କାରଣ ସେ ସମୟରେ କୈଣସି ଗୋଦାମ ଗୃହର ନଥିପତ୍ର ନଥିଲା ଅବକାରୀ ବିଭାଗ ପାଖରେ । ଏ ବିଷୟରେ ଦାୟୀତ୍ୱରେ ଥିବା ଅବକାରୀ ଏଏସଆଇ ସୂର୍ଯ ନାରାୟଣ ରଥଙ୍କୁ ପଚାରିବାରୁ ସଠିକ ଉର ନଦେଇ କଥାଟିକୁ ଏଡାଇ ଦେଲେ । ଯଦିଓ ଏହାର ସଠିକ୍ ତଦନ୍ତ କଲେ ସତ୍ୟା ସତ୍ୟ ପଦାକୁ ଆସିବା ବୋଲି କାଶିପୁର ବାସିନ୍ଦା ପ୍ରକାଶ କରିଛନ୍ତି ।




