ଦିଲ୍ଲୀରୁ ଝାରସୁଗୁଡ଼ା ବିମାନ ଭଡ଼ା ୮ ହଜାର !

ଝାରସୁଗୁଡ଼ା : ଅକ୍‌ଟୋବର ୨୫: ଦିଲ୍ଲୀରୁ ଝାରସୁଗୁଡ଼ା ବିମାନ ଭଡ଼ା ୮ ହଜାର ଟଙ୍କା । ଏହାକୁ ନେଇ ବେଲପାହଡ଼ର କହ୍ନେୟା ଝା ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କରି ନିଜର କ୍ଷୋଭ ଜଣାଇଛନ୍ତି । ‘ଉଡ଼େ ଦେଶକା ଆମ ନାଗରିକ’ର ନାରା ଦେଇ କେନ୍ଦ୍ର ସରକାର ଉଡ଼ାନ ଯୋଜନା କରିଛନ୍ତି । କୋଭିଡ୍‌ ପରେ ଦିଲ୍ଲୀରୁ ଝାରସୁଗୁଡ଼ାକୁ ସାଧାରଣ ବିମାନ ଭଡ଼ା ୪୭୨୬ ଟଙ୍କା ରହିଥିବାବେଳେ ହଠାତ ଏହାର ଦର ବୃଦ୍ଧି ହୋଇ ୭୨୩୧ ଟଙ୍କା ଓ ଟିକସ […]

Samaya Live Picture
Published On

ଝାରସୁଗୁଡ଼ା : ଅକ୍‌ଟୋବର ୨୫: ଦିଲ୍ଲୀରୁ ଝାରସୁଗୁଡ଼ା ବିମାନ ଭଡ଼ା ୮ ହଜାର ଟଙ୍କା । ଏହାକୁ ନେଇ ବେଲପାହଡ଼ର କହ୍ନେୟା ଝା ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କରି ନିଜର କ୍ଷୋଭ ଜଣାଇଛନ୍ତି । ‘ଉଡ଼େ ଦେଶକା ଆମ ନାଗରିକ’ର ନାରା ଦେଇ କେନ୍ଦ୍ର ସରକାର ଉଡ଼ାନ ଯୋଜନା କରିଛନ୍ତି । କୋଭିଡ୍‌ ପରେ ଦିଲ୍ଲୀରୁ ଝାରସୁଗୁଡ଼ାକୁ ସାଧାରଣ ବିମାନ ଭଡ଼ା ୪୭୨୬ ଟଙ୍କା ରହିଥିବାବେଳେ ହଠାତ ଏହାର ଦର ବୃଦ୍ଧି ହୋଇ ୭୨୩୧ ଟଙ୍କା ଓ ଟିକସ ମିଶାଇ ୮୨୪୨ ଟଙ୍କା ରହିଛି । କହ୍ନେୟା ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଟ୍‌ୱିଟ୍‌ କରି ଏ ସଂପର୍କରେ ଜଣାଇଛନ୍ତି । ଏହାସହିତ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଝା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।