ବିଧାୟକଙ୍କୁ ପ୍ରବଳ ମାଡ଼

ଚିଲିକା: ମାର୍ଚ୍ଚ ୧୨: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏଥିରେ ବିଧାୟକ ଲହୁଲୁହାଣ ହୋଇଛନ୍ତି। ତାଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ବ୍ଲକରେ ପଶିବା ବେଳେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଯୋଜନାବଦ୍ଧ ଭାବେ ଗାଡ଼ି ମଡ଼ାଯାଇଛି […]

Samaya Live Picture
Published On

ଚିଲିକା: ମାର୍ଚ୍ଚ ୧୨: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏଥିରେ ବିଧାୟକ ଲହୁଲୁହାଣ ହୋଇଛନ୍ତି। ତାଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ବ୍ଲକରେ ପଶିବା ବେଳେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ବାଣପୁରରେ ବିଜେପି କର୍ମୀଙ୍କ ଉପରେ ଯୋଜନାବଦ୍ଧ ଭାବେ ଗାଡ଼ି ମଡ଼ାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦ ଓ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ରାଜ୍ୟବ୍ୟାପୀ ସତ୍ୟାଗ୍ରହକୁ ଓହ୍ଲାଇବାକୁ ଘୋଷଣା କରିଛି ।