କାମରେ ଆସୁ ନାହିଁ ଇନ୍ଦ୍ରାବତୀ କେନାଲ, ସ୍ୱଳ୍ପ ବର୍ଷାରୁ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ
କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ, କୁଣ୍ଡାବନ୍ଧ, ପଥରଲା ଓ ଚାଂଚେର ଗ୍ରାମ ପଞ୍ଚାୟତରେ ଚାଷୀମାନଙ୍କ ଚାଷ କାମରେ ଲାଗିବା ପାଇଁ ଇନ୍ଦ୍ରାବତୀ କେନାଲ ସଂଯୋଗ କରାଯାଇଛି । କି;ୁ ଆଜିକୁ ୫ବର୍ଷ ବିତିଗଲାଣି ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଳି ନୀତି ଯୋଗୁଁ ମୁଖ୍ୟ କେନାଲ, ମାଇନର ଓ ସବ୍କେନାଲର ମରାମତି କରାଯାଉ ନାହିଁ । ନିମ୍ନମାନର ନିର୍ମାଣ କରିଥିବା ସିମେଣ୍ଟ ନାଲା, ମୁଖ୍ୟ କେନାଲକୁ ମଧ୍ୟ ମରାମତି କରାଯାଉ ନାହିଁ । ମୁଖ୍ୟ […]
କେସିଙ୍ଗା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କିକିଆ, କୁଣ୍ଡାବନ୍ଧ, ପଥରଲା ଓ ଚାଂଚେର ଗ୍ରାମ ପଞ୍ଚାୟତରେ ଚାଷୀମାନଙ୍କ ଚାଷ କାମରେ ଲାଗିବା ପାଇଁ ଇନ୍ଦ୍ରାବତୀ କେନାଲ ସଂଯୋଗ କରାଯାଇଛି । କି;ୁ ଆଜିକୁ ୫ବର୍ଷ ବିତିଗଲାଣି ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଳି ନୀତି ଯୋଗୁଁ ମୁଖ୍ୟ କେନାଲ, ମାଇନର ଓ ସବ୍କେନାଲର ମରାମତି କରାଯାଉ ନାହିଁ । ନିମ୍ନମାନର ନିର୍ମାଣ କରିଥିବା ସିମେଣ୍ଟ ନାଲା, ମୁଖ୍ୟ କେନାଲକୁ ମଧ୍ୟ ମରାମତି କରାଯାଉ ନାହିଁ । ମୁଖ୍ୟ କେନାଲ, ମାଇନର ଓ ସବ୍କେନାଲ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, କି;ୁ ଚାଷୀଙ୍କ କାମକୁ ଆସୁନାହିଁ ।

ଫଳରେ ବହୁ ଜାଗାରେ ବର୍ଷାରେ ଭାଙ୍ଗି ଯାଇ ନଷ୍ଟ ହେଇଛି । ବର୍ତ୍ତମାନ କେସିଙ୍ଗା ବ୍ଲକ ରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଚାଷୀ ମାନେ ଠିକ ଭାବେ ଚାଷ କାର୍ଯ୍ୟ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀମାନଙ୍କ ଜଳସେଚନର ସୁବିଧା ପାଇଁ ଏହି ଚାରିଟି ଗ୍ରାମ ପଞ୍ଚାୟତରେ ମୁଖ୍ୟ କେନାଲ, ମାଇନର କେନାଲ ଓ ସବ୍କେନାଲ ପ୍ରାୟ ୨୧୦ କିମି ଦୂର ଯାଏ କେନାଲ ନିର୍ମାଣ କରାଯାଇଛି । ଏଥି ମଧ୍ୟରୁ ସଦର ବ୍ଲକର ଗୋଇପିଟାଠାରୁ କିକିଆ ଗ୍ରାମର ୨୦ କିମି ଯାଏଁ ବର୍ତ୍ତମାନ ଇନ୍ଦ୍ରବତୀର ବଳକା ପାଣି ଛଡାଯାଇଛି । କି;ୁ ଦୀର୍ଘ ଦିନରୁ ଭଗ୍ନ ଅବସ୍ଥାରେ କେନାଲଗୁଡିକ ପଡି ରହିଛି । ଫଳରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । କେନାଳଗୁଡ଼ିକର ଠିକ ଭାବେ ରକ୍ଷଣାବେକ୍ଷଣ କରାଯାଉନାହିଁ ।
ବର୍ଷା ଓ ରବି ଋତୁରେ ମଧ୍ୟ ପାଣି ଦିଆଯାଉନାହିଁ । ତେଣୁ ବିଭାଗୀୟ ଅଧିକାରୀ ଏହାର ଉଚିତ ତଦନ୍ତକରି ଭୁଶୁଡି ଯାଇ ଥିବା କେନାଲ ମରାମତି କରି ନିୟମିତ ଜଳସେଚନ ପାଇଁ ପାଣି ଛଡା ଯିବା ପାଇଁ ଚାଷୀ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ବେହେରା ବାବୁଙ୍କୁ ପଚାରିବାରୁ ଏହି ୪ଟି ଗ୍ରାମ ପଞ୍ଚାୟତର ମାଇନର, ସବ୍ମାଇନର କେନାଳରେ ଚାଷୀଙ୍କୁ ପାଣି ଦେବା ପାଇଁ ରାଜ୍ୟ ସରକାର ପାଣି ଦେବା ପାଇଁ ମନା କରିଛନ୍ତି ।ତେଣୁ ଚାଷୀଙ୍କୁ ପାଣି ଦିଆଯିବନାହିଁ ବୋଲି ରୋକ ଠୋକ ମନା କରିଛନ୍ତି କନିଷ୍ଠ ଯନ୍ତ୍ରୀ ।




