କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରୁ ଦିନ ଦ୍ୱିପ୍ରହରରେ ହେଉଛି ଗଛ କଟା !

ବଲାଙ୍ଗିର : ପାଟଣାଗଡ଼ ବନବିଭାଗ ରେଞ୍ଜ କିରିବାଞ୍ଜି ଗଏଲମରା ବିଟ୍‌ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବିଗତ କିଛି ଦିନ ହେବ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଦିଆଯାଉଛି । ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜାଣତରେ ଗଛ କାଟି ଚାଲାଣ କରୁଥିବା ଅଭିଯୋଗ ହେଉଛି । କାଠ ମାଫିଆ ସହ ବନ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ନେଇ ଆଲୋଚନା ହେଉଛି । କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ବହୁ ମୂଲ୍ୟବାନ ଶାଗୁଆନ, ଶିଶୁ, ଶାଳ ଆଦି ଗଛ ଭରପୂର […]

Samaya Live Picture
Published On

ବଲାଙ୍ଗିର : ପାଟଣାଗଡ଼ ବନବିଭାଗ ରେଞ୍ଜ କିରିବାଞ୍ଜି ଗଏଲମରା ବିଟ୍‌ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବିଗତ କିଛି ଦିନ ହେବ ବହୁ ମୂଲ୍ୟବାନ ଶାଗୁଆନ ଗଛ କାଟି ଦିଆଯାଉଛି । ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜାଣତରେ ଗଛ କାଟି ଚାଲାଣ କରୁଥିବା ଅଭିଯୋଗ ହେଉଛି । କାଠ ମାଫିଆ ସହ ବନ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ନେଇ ଆଲୋଚନା ହେଉଛି । କିରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ବହୁ ମୂଲ୍ୟବାନ ଶାଗୁଆନ, ଶିଶୁ, ଶାଳ ଆଦି ଗଛ ଭରପୂର ରହିଛି । ଏବେ ସଂରକ୍ଷିତ ଜଙ୍ଗଲ କାଠ ଚୋରଙ୍କ ଭୂସ୍ୱର୍ଗରେ ପରିଣତ ହୋଇ କ୍ଷୟ ହେବାରେ ଲାଗିଛି । ଗରିବ ଲୋକମାନେ ନିଜ ବ୍ୟବହାର ପାଇଁ ଜଙ୍ଗଲରୁ ଜାଳେଣି କାଠ, ଝାଟି ସଂଗ୍ରହ କଲେ ବନ କର୍ମଚାରୀଙ୍କ ଶିକାର ହେଉଥିବା ବେଳେ ବଡ଼ ବଡ଼ ଗଛ କାଟି ମାଫିଆ ମାନେ ଅନାୟସରେ ବ୍ୟବସାୟ ଚଳାଇଛନ୍ତି । ବନ ବିଭାଗର ନୀରବତା ଏହି ଜଙ୍ଗଲକୁ ଧ୍ୱଂସ କରିବାକୁ ସୁନିୟୋଜିତ ଯୋଜନାର ଅଂଶ ବିଶେଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କିରିବାଞ୍ଜି ଗଏଲମରା ବିଟ୍‌ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଭରା ମୂଲ୍ୟବାନ ଶାଗୁଆନ ଶିଶୁ, ଶାଳ, କେନ୍ଦୁ, ବିଜା, ଅଁଳା, ବାହାଡା ବାଉଁଶ ଆଦି ଗଛ ସହ ଔଷଧୀୟ ଗୁଳ୍ମ ଜାତୀୟ ପ୍ରାକୃତିକ ପରିବେଶକୁ କାଟି ଧ୍ୱଂସ କରିବାରେ ବନ ବିଭାଗର ବଡ ଭୂମିକା ରହିଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି ।