ରିଙ୍ଗାପଡ଼ା ଗ୍ରାମ୍ୟ ଜଙ୍ଗଲରୁ ୬୫ଟି କେନ୍ଦୁ ଗଣ୍ଡି ଜବତ୍‌

କଣ୍ଟାମାଳ : ବୌଦ୍ଧ ବନ ବିଭାଗକୁ କିଛି ଚୋରା କେନ୍ଦୁ କାଠ ଚାଲଣ କରୁଥିବା ମାଫିଆଙ୍କ ବିଷୟରେ ସୂଚନା ପାଇଛନ୍ତି । କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବୌଦ୍ଧରେ ଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନଙ୍କ ନେତୃତ୍ୱରେ ନାରାୟଣପ୍ରସାଦ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ବନପାଳ ରବିନ୍ଦ୍ର କୁମ୍ଭାର, ବନରକ୍ଷୀ ଗଜେନ୍ଦ୍ର କହଁର, ଅର୍ଜୁନ ବେହେରା ପ୍ରମୁଖ ନାରାୟଣପ୍ରସାଦ ସେକ୍ସନ୍‌ର ରିଙ୍ଗାପଡ଼ା ଗ୍ରାମ୍ୟ ଜଙ୍ଗଲଠାରେ ସଦ୍ୟ କଟାଯାଇଥିବା କେନ୍ଦୁ ଗଣ୍ଡି ଜବତ କରିଥିଲେ […]

Samaya Live Picture
Published On

କଣ୍ଟାମାଳ : ବୌଦ୍ଧ ବନ ବିଭାଗକୁ କିଛି ଚୋରା କେନ୍ଦୁ କାଠ ଚାଲଣ କରୁଥିବା ମାଫିଆଙ୍କ ବିଷୟରେ ସୂଚନା ପାଇଛନ୍ତି । କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବୌଦ୍ଧରେ ଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନଙ୍କ ନେତୃତ୍ୱରେ ନାରାୟଣପ୍ରସାଦ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ବନପାଳ ରବିନ୍ଦ୍ର କୁମ୍ଭାର, ବନରକ୍ଷୀ ଗଜେନ୍ଦ୍ର କହଁର, ଅର୍ଜୁନ ବେହେରା ପ୍ରମୁଖ ନାରାୟଣପ୍ରସାଦ ସେକ୍ସନ୍‌ର ରିଙ୍ଗାପଡ଼ା ଗ୍ରାମ୍ୟ ଜଙ୍ଗଲଠାରେ ସଦ୍ୟ କଟାଯାଇଥିବା କେନ୍ଦୁ ଗଣ୍ଡି ଜବତ କରିଥିଲେ । ବନବିଭାଗ ଏଣେ ତେଣେ ପଡିଥିବା ମୋଟ୍‌ ୬୫ଖଣ୍ଡ କଟା କେନ୍ଦୁ ଗଣ୍ଡି ଜବତ୍‌ କରିଥିବା ବେଳେ ଘଟଣାସ୍ଥଳରୁ କାହାରିକୁ ଗିରଫ୍‌ କରିନାହିଁ । ଅଭିଯୁକ୍ତଙ୍କର ଏବେ ତଲାସି ଚାଲୁଛି । ତେବେ ଖୁବ୍‌ ଶିଘ୍ରୀ ସେମାନେ ପୋଲିସଙ୍କ ହାତରେ ଧରାପଡ଼ିବେ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ଅନ୍ୟପକ୍ଷରେ, ଜବତ୍‌ କାଠର ପରିମାଣ ୧୨୦ସିଏଫ୍‌ଟି ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୫୦ହଜାର ଟଙ୍କା ବୋଲି ବନବିଭାଗର ଆକଳନରୁ ଜଣାପଡିଛି । ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି । ତେବେ ଖୁବ୍‌ ଶିଘ୍ର ଅଭିଯୁକ୍ତ କାଠ ମାଫିଆଙ୍କୁ ଧରିବା ପାଇଁ ଚେଷ୍ଟା ଜାରିରହିଛି ବୋଲି କଣ୍ଟାମାଳ ରେଞ୍ଜର୍‌ ସୁଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।