ସମ୍ବଲପୁରର ସମସ୍ୟାର ସମାଧାନ ହେବ କିପରି ?

ସମ୍ବଲପୁର : କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର । ଚାଷ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ସମସ୍ୟାରେ ଚାଷୀ । କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍‌ ପାଇଁ ହଇରାଣ ହେଉଛନ୍ତି ଚାଷୀ । ପଶ୍ଚିମ ଓଡ଼ିଶାର ଅନ୍ୟତମ ପଲିଟିକାଲ୍‌ ହଟସ୍ପଟ୍‌ ହେଉଛି ସମ୍ବଲପୁର । ସମ୍ବଲପୁର ଜିଲ୍ଲା ପରିଷଦରେ ଏବେ ବିଜେପିର ଦବଦବା ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ଏଠି ବିଜେଡି […]

Samaya Live Picture
Published On

ସମ୍ବଲପୁର : କୃଷି ପ୍ରଧାନ ଜିଲ୍ଲା ସମ୍ବଲପୁର । ଚାଷ ଗ୍ରାମ୍ୟ ଅର୍ଥନୀତିର ମେରୁଦଣ୍ଡ । ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ସମସ୍ୟାରେ ଚାଷୀ । କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍‌ ପାଇଁ ହଇରାଣ ହେଉଛନ୍ତି ଚାଷୀ । ପଶ୍ଚିମ ଓଡ଼ିଶାର ଅନ୍ୟତମ ପଲିଟିକାଲ୍‌ ହଟସ୍ପଟ୍‌ ହେଉଛି ସମ୍ବଲପୁର । ସମ୍ବଲପୁର ଜିଲ୍ଲା ପରିଷଦରେ ଏବେ ବିଜେପିର ଦବଦବା ରହିଛି । ଗତ ପଞ୍ଚାୟତ ନିର୍ବାଚନରେ ଏଠି ବିଜେଡି ହାତରୁ ଗଡ଼ ଛଡ଼ାଇ ବିଜେପି ଗଢିଥିଲା ପରିଷଦ । ଜିଲ୍ଲାପରିଷଦ ଅଧ୍ୟକ୍ଷ ହୋଇଥିଲେ ରାଧେଶ୍ୟାମ ବାରିକ ଆଉ ପୁଷ୍ପାଞ୍ଜଳୀ ଧୁରୁଆଙ୍କୁ ମିଳିଥିଲା ଉପାଧ୍ୟକ୍ଷ ପଦ । ତେବେ ଯଦି ମୋଟ୍‌ କାହା ପାଖରେ କେତେ ଜୋନ୍‌ ଅଛି ଦେଖିବା, ତାହେଲେ ୧୮ଜୋନ୍‌ ବିଶିଷ୍ଟ ଏଇ ପରିଷଦରେ ଏବେ ବିଜେପି ହାତରେ ୧୩ଟି ଜୋନ୍‌ ଥିଲା ବେଳେ ବିଜେଡି ହାତରେ ଅଛି ମାତ୍ର ୫ଟି ସିଟ୍‌ । ଆଉ ୨୦୦୨ରୁ ୨୦୦୭ ଲଗାତର ଦୁଇଥର ପରିଷଦ ଗଢ଼ିଥିବା କଂଗ୍ରେସ । ୯ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୯ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୧୩୮ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ । ଆଉ ୱାର୍ଡ ସଂଖ୍ୟା ହେଲା-୧ ହଜାର ୭୪୩ । ଏଇ ଜିଲ୍ଲାରେ ବିଶ୍ୱର ଦୀର୍ଘତମ ନଦୀବନ୍ଧ ଥାଇ ବି ଏଠି ଜଳ ସମସ୍ୟାରେ ଚାଷୀ । କେତେବେଳେ ମରୁଡ଼ି ପାଇଁ ତ କେତେବେଳେ ବମ୍ପର କ୍ରପ୍‌ ପାଇଁ ହଇରାଣ ହେଉଛନ୍ତି ।
ସମ୍ବଲପୁରର ସମସ୍ୟାର ସମାଧାନ ହେବ କିପରି ?

କାରଣ ହୀରାକୁଦ ଡ୍ୟାମ୍‌ ପାଣି ଦ୍ୱାରା ସମ୍ବଲପୁର ଉପଖଣ୍ଡର ଅଧିକାଂଶ ଜମି ଜଳସେଚିତ । ହେଲେ ନିଜ ଜିଲ୍ଲାରେ ଏତେ ବଡ଼ ଡ୍ୟାମ୍‌ ଥାଇ ବି ଜଳସେଚନ ସୁବିଧା ନପାଇ କୁଚିଣ୍ଡା ଓ ରେଢାଖୋଲ ଉପଖଣ୍ଡର ଚାଷୀଙ୍କ ଭରସା କେବଳ ଇନ୍ଦ୍ର ଦେବତା । ତେଣୁ ଯଦି ଭଲ ବର୍ଷା ନହେଲା ମରୁଡି ନିଶ୍ଚିତ । ହେଲେ ଯଦି ବର୍ଷା ଭଲ ହୋଇ ଧାନ ଅମଳ ବି ଭଲ ହେଲା, ତାହେଲେ ମଧ୍ୟ ବିକ୍ରି ବେଳକୁ ଟୋକନ୍‌, ମିଲରଙ୍କ କଟନି ଛଟନି, ମଣ୍ଡି ଅବ୍ୟବସ୍ଥା ଭଳି ସମସ୍ୟାର ଚକ୍ରବ୍ୟୂହରେ ଛନ୍ଦି ହୋଇପଡ଼େ ଚାଷୀ । ଧାରଣା, ଆନ୍ଦୋଳନକୁ ଓହ୍ଲାଏ ସତ କି;ୁ ତମାମ ପ୍ରତିଶ୍ରୁତି ସେ‰ ସମସ୍ୟା ଯାଏନି । ଏହାବାଦ୍‌ କିଛି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ବି ଅତିଷ୍ଠ କରେ ।
ଶିଳ୍ପ କ୍ଷେତ୍ରରେ ବେଶ୍‌ ସମୃଦ୍ଧ ଏଇ ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ବି ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି । ଅଭିଯୋଗ ହୁଏ, ଶିଳ୍ପ ପାଇଁ ଲୋକେ ଜମି ହରାଇଛନ୍ତି,ଶିଳ୍ପ ଜନିତ ପ୍ରଦୂଷଣ ବି ସହୁଛନ୍ତି । ହେଲେ ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଥାଇ ବି ସ୍ଥାନୀୟ ଯୁବକଯୁବତୀଙ୍କୁ ଶିଳ୍ପ ସଂସ୍ଥାରେ ପ୍ରତ୍ୟେକ୍ଷ ନିଯୁକ୍ତି ମିଳୁନି ।
ସମ୍ବଲପୁରର ସମସ୍ୟାର ସମାଧାନ ହେବ କିପରି ?

ସମ୍ବଲପୁରର ସବୁଠାରୁ ବଡ ଓ ପୁରୁଣା ପ୍ରସଙ୍ଗ, ହୀରାକୁଦ ଡ୍ୟାମ୍‌ ବିସ୍ଥାପିତଙ୍କ ସମସ୍ୟା । ଡ୍ୟାମ୍‌ ପାଇଁ ଅନେକଙ୍କ ଭିଟାମାଟି ବୁଡିଛି । ଆଜିକୁ ୩ ପୀଢି ଧରି ସେମାନେ ବିସ୍ଥାପନର ଦୁଃଖ ଭୋଗି ଆସୁଛନ୍ତି । ହେଲେ ଏଯାଏ ସ୍ଥାୟୀ ଜମି ପଟ୍ଟା ମିଳିପାରିନି । ବୁଡ଼ି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରୁ ଆଜି ବି ଅନେକଙ୍କ ଜୀବିକା ସେଇ ଡ୍ୟାମରୁ ମାଛ ଧରା । ବର୍ଷ ବର୍ଷ ଧରି ଆର୍ଥିକ ଅବସ୍ଥାରେ ସେତେଟା ଉନ୍ନତି ଆସନି । ପ୍ରାର୍ଥୀମାନେ ନାମାଙ୍କନ ଭରିବା ଆରମ୍ଭ କରିଦେଲେଣି । ଧୀରେ ଧୀରେ ପ୍ରାର୍ଥୀ କିଏ ହେଉଛନ୍ତି, ସେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ସମ୍ବଲପୁରରେ ବୋହୁଥିବା ରାଜନୈତିକ ହାୱା ଯଦିଓ ନିକଟ ଅତୀତରେ ବିଜେପିକୁ ବେଶି ସୁହାଇଛି, କି;ୁ ପଶ୍ଚିମ ଓଡ଼ିଶାର ଏହି ବହୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ବିଜେଡି ବି ବେଶି ପଛରେ ନାହିଁ । ପରିବର୍ତ୍ତନରେ ବିଶ୍ୱାସ ରଖୁଥିବା ସମ୍ବଲପୁର ଭୋଟର୍‌ ଅତୀତରେ ବି ନେତୃତ୍ୱ ପରିବର୍ତ୍ତନ କରି ଦେଖାଇସାରିଛନ୍ତି । ଯାହା ୨୨ ପଞ୍ଚାୟତ ପୋଲକୁ ସସ୍ପେନ୍ସରେ ଭରିଦେଇଛି । କିଏ ଜିତିବ ସମ୍ବଲପୁର ଭୋଟରଙ୍କ ବିଶ୍ୱାସ ।

୨୦୧୭ର ପଞ୍ଚାୟତ ପୋଲରେ ଜିଲ୍ଲାର ଜନତା ସଫା ସଫା ବିଜେପିକୁ ଭରସା କରିଥିଲେ । ୧୮ ଜୋନ୍‌ ବିଶିଷ୍ଟ ସମ୍ବଲପୁର ଜିଲ୍ଲା ପରିଷଦରୁ ୧୩ଟି ଜୋନରେ ବାଜିମାତ୍‌ କରି ପରିଷଦ ଗଢ଼ିଥିଲା । ହେଲେ ୧୯ ସାଧାରଣ ର୍ନିର୍ବାଚନ ଉଭୟ ବିଜେଡି ଓ ବିଜେପିକୁ ବାଲାନ୍ସ ରେଜଲଫ ଦେଇଥିଲା । ଯଦିଓ କୁଚିଣ୍ଡାରେ ବିଜେପି ହାରିଥିଳା କି;ୁ ରେଙ୍ଗାଲିରୁ ନାଉରୀ ନାୟକ ଓ ସମ୍ବଲପୁରରୁ ପୁଣି ଜୟନାରାୟଣ ମିଶ୍ର ବିଧାନସଭା ଯିବା ପରେ ଦଳର ସଂଗଠନ ଆହୁରି ମଜବୁିତ ହେବାର ସଂକେତ ଦେଇଥିଲା । ଅପରପଟେ ସମ୍ବଲପୁରରେ ହାରିଥିଲେ ବି ରେଢ଼ାଖୋଲ ଓ କୁଚିଣ୍ଡାରେ ବିଜେଡିର ବିଜୟ, ଦଳର ସ୍ଥିତାବସ୍ଥା ବଜାୟ ରଖିଛି । ତେବେ ପୂର୍ବରୁ ସଂଘର୍ଷ କରୁଥିବା କଂଗ୍ରେସର ସ୍ଥିତି ଦେଖି ଲାଗୁଛି, ଯେମିତି ଦଳ ଏଥର ବି ଅସ୍ତିତ୍ୱ ଖୋଜିବାକୁ ସଂଘର୍ଷ କରିବ । ରେଢ଼ାଖୋଲକୁ ଛାଡ଼ିଦେଲେ ସମ୍ବଲପୁର, ରେଙ୍ଗାଲି, କୁଚିଣ୍ଡା ଏସବୁ ବିଧାନସଭା ଆସନରେ ଭୋଟର୍‌ ଗତ ନିର୍ବାଚନରେ ନେତୃତ୍ୱ ପରିବର୍ତ୍ତନ କରାଇଛନ୍ତି । ଏଣୁ ଭୋଟରଙ୍କ ମୁଡ୍‌, ପଞ୍ଚାୟତ ଭୋଟରେ କାହା ସପକ୍ଷରେ ଯିବ ତାହା କହିବା ମୁସ୍କିଲ୍‌ । ଜିଲ୍ଲା ପ୍ରଶାସନ କୋଭିଡ୍‌ ଚ୍ୟାଲେଞ୍ଜ ଭିତରେ ସୁରୁଖୁରୁରେ ର୍ନିର୍ବାଚନ ସାରିବାକୁ କାମରେ ଲାଗିପଡ଼ିଲାଣି ।