୧୦ ଡିସିମିଲ୍‌ ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା

ସମ୍ବଲପୁର : ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ପାଇଁ ଦୀର୍ଘ ଦଶନ୍ଧି ଧରି ଦାବି, ଆନ୍ଦୋଳନ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ବିଭିନ୍ନ ନେତା, ମନ୍ତ୍ରୀ, ଅଧିକାରୀ ଅନେକ ବାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ପିିପିି ଧରି ନିରାଶା ଓ ହତାଶାର ଜୀବନ ଜିଉଁଛନ୍ତି ଏହି ବାସହରା ମାନେ । ଭିଟାମାଟି ହରାଇଥିବା ପରିବାରଙ୍କୁ ଖଣ୍ଡେ ଲେଖାଏଁ ଘର ଡିହ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲେ ବି […]

Samaya Live Picture
Published On

ସମ୍ବଲପୁର : ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ପାଇଁ ଦୀର୍ଘ ଦଶନ୍ଧି ଧରି ଦାବି, ଆନ୍ଦୋଳନ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ବିଭିନ୍ନ ନେତା, ମନ୍ତ୍ରୀ, ଅଧିକାରୀ ଅନେକ ବାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ପିିପିି ଧରି ନିରାଶା ଓ ହତାଶାର ଜୀବନ ଜିଉଁଛନ୍ତି ଏହି ବାସହରା ମାନେ । ଭିଟାମାଟି ହରାଇଥିବା ପରିବାରଙ୍କୁ ଖଣ୍ଡେ ଲେଖାଏଁ ଘର ଡିହ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲେ ବି ବର୍ତ୍ତମାନ ସୁଦ୍ଦା ୮୦ ଭାଗ ଲୋକ ତାହା ପାଇପାରି ନାହାନ୍ତି । ତେଣୁ ପୂର୍ବ ଚେତାବନୀ ଅନୁଯାୟୀ ଏହି ୧୦ ଡିସିମିଲ୍‌ ଲେଖାଏଁ ଜମି ପଟ୍ଟା ପ୍ରଦାନ ଦାବିରେ ମଙ୍ଗଳବାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା । ଏଥିରେ ସମ୍ବଲପୁର ସମେତ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ଆଦି ବିଭିନ୍ନ ଜିଲ୍ଲାର ଲୋକ ସାମିଲ ହୋଇଥିଲେ ।

ସମ୍ବଲପୁର ସଦର ତହସିଲଦାର ଓ କର୍ମଚାରୀଙ୍କ ବେପରୁଆ ମନୋଭାବ କାରଣରୁ ବିସ୍ଥାପିତ ମାନେ ଦାଖଲ କରିଥିବା ବହୁ ଦରଖାସ୍ତ ହଜି ଯାଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଅପରାହ@ ୪ଟାରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ ଜାରି ରହିଥିଲା । ଶେଷରେ ତହସିଲଦାର ଲକ୍ଷ୍ମଣ ଅମାତ, ଅତିରିକ୍ତ ତହସିଲଦାର ସରୋଜା ବେହେରା ଧାରଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉମାକାନ୍ତ ରାଜ୍‌ ଫୋନ୍‌ ଯୋଗେ ଆଲୋଚନା କରି ୭ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଯାଞ୍ଚ କରି ସମିତିକୁ ସୂଚନା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଧାରଣା ପ୍ରତ୍ୟାହାର ହୋଇଥିଲେ ବି ଠୋସ୍‌ ପଦକ୍ଷେପ ନିଆ ନଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଗାମୀ ଦିନରେ ପ୍ରଭାବିତ ଲୋକ ଥିବା ଅନ୍ୟ ତହସିଲ ଗୁଡ଼ିକ ସାମ୍ନାରେ ବି ଏଭଳି ଧାରଣା ଦିଆଯିବ ବୋଲି ସମିତି ପକ୍ଷରୁ କହାଯାଇଛି । ସମିତିର ସଭାପତି ଶୈଳବାଳା ପ୍ରଧାନ, ଉପସଭାପତି ଅନ୍ତର୍ଯ୍ୟାମୀ ପାଢ଼ୀ, ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ବକ୍ସି, କୋଷାଧ୍ୟକ୍ଷ କୃଷ୍ଣ ଦୟାଲ ପଣ୍ଡା, ପରାମର୍ଶଦାତା ଦୁର୍ଗା ପ୍ରସାଦ ସାହୁ, ଲକ୍ଷ୍ମଣ ପ୍ରଧାନ ଏବଂ ଲୋକନାଥ ସାହୁ ପ୍ରମୁଖ ଧାରଣାର ନେତୃିତ୍ୱ ନେଇଥିଲେ ।