ମଜୁରିଆଙ୍କ ସବୁଜ ପ୍ରେମ, ତିଆରି କରିଛନ୍ତି ୨ ଏକରର ଜଙ୍ଗଲ

ସୁନ୍ଦରଗଡ଼ : ମଣିଷ ଜୀବନ ପାଇଁ ଗଛର ମୂଲ୍ୟ କାହିଁରେ କେତେ । ତା’ର ହିସାବ ଆଧୁନିକତାର ଜାଲରେ ଛନ୍ଦି ହୋଇଥିବା ଅନେକ ସହରୀ ମଣିଷ ରଖନ୍ତି ନାହିଁ । କି;ୁ ପ୍ରକୃତି କୋଳରେ ବଢ଼ିଥିବା ଗାଁ ମଣିଷ ସୁବାଷ କୁମାର ସାଙ୍କ ପାଇଁ ଗଛ ଅମୂଲ ମୂଲ । ସେଥିପାଇଁ ତ ସେ ଗଛକୁ ଜୀବନ ଭରି ଭଲ ପାଆନ୍ତି । ୨୦ ବର୍ଷ ହେଲା ଲଗାଇ ଚାଲିଛନ୍ତି ଗଛ । ନିଜ ପୈତୃକ ଜମିରେ […]

Samaya Live Picture
Published On

ସୁନ୍ଦରଗଡ଼ : ମଣିଷ ଜୀବନ ପାଇଁ ଗଛର ମୂଲ୍ୟ କାହିଁରେ କେତେ । ତା’ର ହିସାବ ଆଧୁନିକତାର ଜାଲରେ ଛନ୍ଦି ହୋଇଥିବା ଅନେକ ସହରୀ ମଣିଷ ରଖନ୍ତି ନାହିଁ । କି;ୁ ପ୍ରକୃତି କୋଳରେ ବଢ଼ିଥିବା ଗାଁ ମଣିଷ ସୁବାଷ କୁମାର ସାଙ୍କ ପାଇଁ ଗଛ ଅମୂଲ ମୂଲ । ସେଥିପାଇଁ ତ ସେ ଗଛକୁ ଜୀବନ ଭରି ଭଲ ପାଆନ୍ତି । ୨୦ ବର୍ଷ ହେଲା ଲଗାଇ ଚାଲିଛନ୍ତି ଗଛ । ନିଜ ପୈତୃକ ଜମିରେ ଶାଳ, ପିଆଶାଳ, ମହୁଲ, ଚାର ପରି ମୂଲ୍ୟବାନ ଗଛ ଲଗାଇ ତିଆରି କରିଛନ୍ତି ୨ ଏକରର ଜଙ୍ଗଲ । ଯାହାକୁ ତାଙ୍କ ପ୍ରେମର ସନ୍ତକ ବୋଲି କୁହାଯାଇପାରେ ।

ମଜୁରିଆଙ୍କ ସବୁଜ ପ୍ରେମ, ତିଆରି କରିଛନ୍ତି ୨ ଏକରର ଜଙ୍ଗଲ

ଗଛ ମଣିଷ ଭାବେ ପରିଚିତ ୩୮ ବର୍ଷିୟ ଯୁବକ ସୁବାଷଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍‌ ତିନିକୁଡ଼ା ଗାଁ । ପିଲାଦିନେ ତାଙ୍କ କାନରେ ଜଙ୍ଗଲ ସୁରକ୍ଷା କଥା ପଡ଼ିଥିଲା । ୧୯୮୬ରେ ତିନିକୁଡ଼ା ଗାଁରେ ଜଙ୍ଗଲ ସୁରକ୍ଷା ପାଇଁ ଗଠନ ହେଲା ବନ ସୁରକ୍ଷା ସମିତି । ସୁବାଷଙ୍କ ବାପା ଗଜାଧର ସାଙ୍କ ନେତୃତ୍ୱରେ ବନୀକରଣ ଓ ଜଙ୍ଗଲ ସୁରକ୍ଷା ଏକ ଆନ୍ଦୋଳନର ରୂପ ନେଇଥିଲା । ବାପାଙ୍କ ପଛେ ପଛେ ଚାଷ ଜମି ବା ଜଙ୍ଗଲ ସୁରକ୍ଷା ସଚେତନତା ସଭାକୁ ଗଲା ବେଳେ ସେ ବାବୁମାନଙ୍କ ମୁହଁରୁ ଗଛର ଉପକାରିତା କଥା ଶୁଣୁଥିଲେ । ରାତିରେ ଶୋଇଲା ବେଳେ ତାଙ୍କ ନିଷ୍ପାପ ମନକୁ ଗଛ କଥା ଆସୁଥିଲା । ଗଛ କେମିତି ନୀରବରେ ଲୋକଙ୍କୁ ଜୀବନ ଓ ଜୀବିକା ଦେଇ ଚାଲିଛି, ସେ କଥା ତାଙ୍କୁ ଭାବବିହ୍ୱଳ କରି ଦେଉଥିଲା । ବହିବସ୍ତାନୀ ଧରି ସ୍କୁଲ ଯିବା ବାଟରେ ଥିବା ବିଶାଳକାୟ ଗଛ ଓ ତା’ ଡାଳରେ କିଚିରିମିଚିରି କରି ଉଡ଼ି ବୁଲୁଥିବା ଚଢ଼େଇକୁ ଦେଖି ସେ ଖୁସି ହେଉଥିଲେ । ଧିରେ ଧିରେ ସେ ଗଛ ପ୍ରେମରେ ପଡ଼ିଗଲେ ।

ମଜୁରିଆଙ୍କ ସବୁଜ ପ୍ରେମ, ତିଆରି କରିଛନ୍ତି ୨ ଏକରର ଜଙ୍ଗଲ

ନବମ ପଢ଼ିବା ପରେ ତାଙ୍କ ପାଠରେ ଡୋରି ପଡ଼ିଥିଲା । ସେ ଘରେ ରହି ଚାଷ କାମରେ ମନ ଦେଲେ । ଏହା ଛଡ଼ା ପେଟ ପାଇଁ ଦିନ ମଜୁରି କଲେ । କି;ୁ ଭୁଲି ନଥିଲେ ଗଛ ଓ ଜଙ୍ଗଲ କଥା । ଖାଲି ଜାଗା ଦେଖିଲେ ଗଛ ଲଗାଇବା ଓ ତାର ଯତ୍ନ ନେବା ସୁବାସଙ୍କ ନିଶା ପାଲଟି ଯାଇଥିଲା । ଜଙ୍ଗଲ ସୁରକ୍ଷା ସମିତିର ସକ୍ରିୟ ସଦସ୍ୟ ଥିବା ଏହି ଯୁବକ ୨୦ ବର୍ଷ ମଧ୍ୟରେ ନିଜ ହାତରେ ୨ ଏକର ପୈତୃକ ଜମିରେ ଏକ ହଜାର ଶାଳ, ପିଆଶାଳ, ମହୁଲ ଗଛର ଏକ ଜଙ୍ଗଲ ତିଆରି କରିଦେଲେ । ବାପାମା’ ଶିଶୁଟିର ଯତ୍ନ ନେବା ଭଳି ସେ ଗଛର ଯତ୍ନ ନିଅନ୍ତି । ନିଜ ହାତରେ ତିଆରି କରିଥିବା ଜଙ୍ଗଲ ହେଉଛି ତାଙ୍କ ଘର ଓ ଗଛଗୁଡ଼ିକ ପରିବାରର ଜଣେ ଜଣେ ସଦସ୍ୟ ବୋଲି କହନ୍ତି ସୁବାସ । ସୁବାସଙ୍କୁ ଗଛର ଉପକାରିତା କଥା ପଚାରିଲେ କହନ୍ତି, ‘ଗଛ ହେଉଛି ଜୀବଜଗତର ଜୀବନ ନାଟିକା’ । ଗଛର ମୂଲ୍ୟ କେତେ, ଗାଁ ମଣିଷ ସୁବାସଙ୍କ ଏ ଧାଡ଼ିଏ ସରଳ ଉତ୍ତର ନିରୂପଣ କରି ଦେଉଥିଲା ।