ଅଧା ପନ୍ତରିଆ ହେଇ ପଡିଛି ସରକାରୀ ପ୍ରକଳ୍ପ

ରାଉରକେଲା: ପ୍ରାୟ ଦଶ ବର୍ଷ ପୂର୍ବେ ଏନଏସ୍ପିସିଏଲ ୨୫୦ ମେଗାୱାଟ୍‌ କ୍ୟାପଫିଭ୍‌ ପାୱାର ୟୁନିଟ୍‌ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ରକଳ୍ପ ନିର୍ମାଣ ହୋଇ ଗତ ମାର୍ଚ୍ଚ ୨୯ ତାରିଖରେ ଏଠାରେ ଉତ୍ପାଦନ ବି ଆରମ୍ଭ ହେଲା । ମାତ୍ର, ପ୍ଲାଣ୍ଟ୍‌ ପାଇଁ ଆବଶ୍ୟକ ଆସ୍ପଣ୍ଡ୍‌ ଏଯାଏଁ ନିର୍ମାଣ ହୋଇପାରିନି । ସମାନ୍ତରାଳଭାବେ ପ୍ରକଳ୍ପ ନିର୍ମାଣସହ ଆସ୍ପଣ୍ଡ୍‌ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା କି;ୁ ଜମି ଅଭାବ ଯୋଗୁଁ ଏହି […]

Samaya Live Picture
Published On

ରାଉରକେଲା: ପ୍ରାୟ ଦଶ ବର୍ଷ ପୂର୍ବେ ଏନଏସ୍ପିସିଏଲ ୨୫୦ ମେଗାୱାଟ୍‌ କ୍ୟାପଫିଭ୍‌ ପାୱାର ୟୁନିଟ୍‌ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ରକଳ୍ପ ନିର୍ମାଣ ହୋଇ ଗତ ମାର୍ଚ୍ଚ ୨୯ ତାରିଖରେ ଏଠାରେ ଉତ୍ପାଦନ ବି ଆରମ୍ଭ ହେଲା । ମାତ୍ର, ପ୍ଲାଣ୍ଟ୍‌ ପାଇଁ ଆବଶ୍ୟକ ଆସ୍ପଣ୍ଡ୍‌ ଏଯାଏଁ ନିର୍ମାଣ ହୋଇପାରିନି । ସମାନ୍ତରାଳଭାବେ ପ୍ରକଳ୍ପ ନିର୍ମାଣସହ ଆସ୍ପଣ୍ଡ୍‌ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା କି;ୁ ଜମି ଅଭାବ ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରାୟ ୧୦୨ ଏକର ଜମି ଯୋଗାଇବାରେ ରାଉରକେଲା ଇସ୍ପାତ କାରଖାନା ବିଫଳ ହୋଇଛି, ଯାହାକି ଆସ୍ପଣ୍ଡ ନିର୍ମାଣର ପଥ ଓଗାଳିଛି । ସଂପ୍ରତି ଏନଏସ୍ପିସିଏଲର ୧୨୦ ମେଗାୱାଟ୍‌ ବିଶିଷ୍ଟ ପ୍ଲାଣ୍ଟ୍‌ ପାଇଁ ଆର୍‌ଏସ୍ପି ଭିତରେ ୩ଟି ଆସ୍ପଣ୍ଡ୍‌ ରହିଛି । ସମ୍ପ୍ରସାରଣପରେ ୨୫୦ ମେଗାୱାଟ୍‌ ବିଶିଷ୍ଟ କ୍ୟାପଫିଭ୍‌ ପାୱାର୍‌ ୟୁନିଟ୍‌ ପାଇଁ ବରକାନୀରେ ୧୦୨ ଏକର ଜମି ଚିହ୍ନଟ କରାଯାଇଥିଲା । ବର୍ତ୍ତମାନ ଆର୍‌ଏସ୍ପି ଓ ଏହାର ସହରାଞ୍ଚଳ ପାଇଁ ପୂର୍ବରୁ ସ୍ଥାପିତ ୧୨୦ ମେଗାୱାଟ୍‌ ପ୍ଲାଣ୍ଟରୁ ବିଦ୍ୟୁତ ଯୋଗାଣ ହେଉଛି । ସାଂପ୍ରତିକ ସ୍ଥିତିକୁ ଦେଖିଲେ, ଏହି ୨୫୦ ମେଗାୱାଟ୍‌ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ନ ହେଲେ ମଧ୍ୟ ଆର୍‌ଏସ୍ପି କିମ୍ବା ସହରାଞ୍ଚଳର ବିଦ୍ୟୁତ ସରବରାହରେ କେଣସି ବିଶେଷ ଫରକ ପଡ଼ିବନି । ମାତ୍ର ଆଗାମୀ ଦିନରେ ଆର୍‌ଏସ୍ପିର ସମ୍ପ୍ରସାରଣ ଅନ୍ତର୍ଗତ ପ୍ରକଳ୍ପରେ ଏହି ୨୫୦ ମେଗାୱାଟ୍‌ ବିଶିଷ୍ଟ ପ୍ଲାଣ୍ଟର କାର୍ଯ୍ୟକ୍ଷମ ହେବା ନିତାନ୍ତ ଆବଶ୍ୟକ ବୋଲି କୁହାଯାଉଛି ।