ସୁନ୍ଦରଗଡ଼ରେ ହାତୀ-ମଣିଷ ଲଢ଼େଇ: ୫ ବର୍ଷରେ ମଲେଣି ୭୩ ଲୋକ ଓ ୨୬ ହାତୀ
ରାଉରକେଲା : ହାତୀଙ୍କ ସୁରକ୍ଷା ବାବଦରେ ସରକାର ପ୍ରତିବର୍ଷ ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ସତ୍ତେ୍ୱ ହାତୀଙ୍କ ମୃତ୍ୟୁକୁ ରୋକାଯାଇପାରୁନି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇଁ, ରାଉରକେଲା ଓ ସୁନ୍ଦରଗଡ଼ ବନଖଣ୍ଡରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ବର୍ଷ ତମାମ ଜାରି ରହୁଛି ହାତୀ-ମଣିଷ ଲଢ଼େଇ । ଖାଦ୍ୟ ଅନେ୍ୱଷଣରେ ଗାଁ ଓ ସହର ମୁହାଁ ହାତୀପଲଙ୍କ ଆକ୍ରମଣ ଲୋକଙ୍କ […]
ରାଉରକେଲା : ହାତୀଙ୍କ ସୁରକ୍ଷା ବାବଦରେ ସରକାର ପ୍ରତିବର୍ଷ ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ସତ୍ତେ୍ୱ ହାତୀଙ୍କ ମୃତ୍ୟୁକୁ ରୋକାଯାଇପାରୁନି । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇଁ, ରାଉରକେଲା ଓ ସୁନ୍ଦରଗଡ଼ ବନଖଣ୍ଡରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ବର୍ଷ ତମାମ ଜାରି ରହୁଛି ହାତୀ-ମଣିଷ ଲଢ଼େଇ ।

ଖାଦ୍ୟ ଅନେ୍ୱଷଣରେ ଗାଁ ଓ ସହର ମୁହାଁ ହାତୀପଲଙ୍କ ଆକ୍ରମଣ ଲୋକଙ୍କ ଜୀବନ ଯାଉଛି । ଚାଷୀ ଓ ଗାଁ ଲୋକଙ୍କ ବର୍ଚ୍ଛା, ନିଆଁ ଚେଙ୍କରେ ହାତୀର ମୃତ୍ୟୁ ହେଉଛି । ଏସବୁ କାରଣରୁ ଗତ ୫ ବର୍ଷ ଅର୍ଥାି ୨୦୧୮ରୁ ୨୦୨୨ ମଧ୍ୟରେ ସୁନ୍ଦରଗଡ଼ରେ ମୋଟ ୨୬ ହାତୀଙ୍କ ମୃତ୍ୟୁ ହୋଇଛି । ରାଉରକେଲା ବନଖଣ୍ଡରେ ୧୦, ବଣାଇଁ ବନଖଣ୍ଡରେ ୧୪ ଓ ସୁନ୍ଦରଗଡ଼ ବନଖଣ୍ଡରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି । ସେମିତି ହାତୀଙ୍କ ଆକ୍ରମଣରେ ୭୩ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ରାଉରକେଲା ବନଖଣ୍ଡରେ ସର୍ବାଧିକ ୪୦ ଜଣ, ବଣାଇ ବନଖଣ୍ଡରେ ୧୯, ସୁନ୍ଦରଗଡ଼ ବନଖଣ୍ଡରେ ୧୪ ଜଣଙ୍କର ଜୀବନ ଯାଇଛି ।

ଘଟଣା ଘଟିବା ବିଭାଗ ବେଶ୍ ତତ୍ପର ହେଉଛି । କେବଳ ତଦନ୍ତ କରି କାମ ସାରି ଦେଉଛନ୍ତି । ହାତୀଙ୍କ ମୃତ୍ୟୁକୁ କିପରି ରୋକାଯାଇପାରି, ଆଜି ପର୍ଯ୍ୟନ୍ତ ସେମିତି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ । ସୁନ୍ଦରଗଡ଼, ବଣାଇ ଓ ରାଉରକେଲା ବନଖଣ୍ଡରେ ଅବାଧ ଜଙ୍ଗଲ କଟା, ଜଙ୍ଗଲରେ ଖୋଳାଯାଇଥିବା ପୋଖରୀରେ ପର୍ଯ୍ୟାପ୍ତ ପାଣି ନ ରହିବା, ବେଆଇନ ବ୍ଲାଷ୍ଟିଂ ଓ ଠିକ୍ ଖାଦ୍ୟ ମିଳୁ ନଥିବାରୁ ହାତୀପଲ ବାରମ୍ବାର ସହର ଓ ଗାଁ ମୁହାଁ ହେଉଛନ୍ତି । ଖଣି ଖାଦାନ ଭରା ବଣାଇ ବନଖଣ୍ଡରେ ସ୍ଥିତି ଆହୁରି ଉଦବେଗଜନକ । ଏଠାରେ ଅବାଧ ଖଣି ଖନନ, ଗଛ କଟାରୁ ହାତୀପଲ ସର୍ବଦା ନିଜର ସୁରକ୍ଷିତ ଠିକଣା ଖୋଜୁଛନ୍ତି । ଅନେକ ସମୟରେ ହାତୀପଲ ଏକର ଏକର ଫସଲ ଦଳିଚକଟି ନଷ୍ଟ କରିବାରୁ ମଣିଷ-ହାତୀପଲଙ୍କ ମଧ୍ୟରେ ଲେଇ ଲାଗି ରହୁଛି । ହାତୀ ହାବୁଡରେ ପଡି ନିରୀହ ଚାଷୀ ଓ ଲୋକଙ୍କର ଜୀବନ ଯାଉଛି ।

ସେପଟେ ହାତୀ ଗତିପଥକୁ ରୋକିବାକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ସୋଲାର ଫେସିଂ ସହ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି । ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ସ୍ଥାନରେ ସୋଲାର ଫେସିଂ ଓ ଟ୍ରେଞ୍ଚ କାମରେ ଆସୁନି । କେବଳ ଏତିକି ନୁହେଁ ରେଳ ଓ ବିଜୁଳି ବିଭାଗ ସହ ବନ ବିଭାଗର ଉପଯୁକ୍ତ ସମନ୍ୱୟ ଅଭାବରୁ ହାତୀଙ୍କ ଚଲାପଥ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ।




