ଡ୍ରାଇଭର ମହାସଂଘ ପକ୍ଷରୁ ବୌଦ୍ଧରେ ଚକାବନ୍ଦ ଆନ୍ଦୋଳନ

ବୌଦ୍ଧ : ବୌଦ୍ଧ ଜିଲାରେ ଡା୍ରଇଭର ମହାସଂଘ ପକ୍ଷରୁ ଦିନ ଚକାବନ୍ଦ ଆନ୍ଦୋଳନ କରିଛନ୍ତି । ସଂଘର ଜିଲା ସଭାପତି ବିପିନ ବିହାରୀ ବ୍ରହ୍ମାଙ୍କ ନେତୃତ୍ୱରେ ଡ୍ରାଇଭରମାନେ ଗୁରୁବାର ସକାଳ ୬ଟା ଠାରୁ ଜିଲ୍ଲାର ବିଭନ୍ନ ସ୍ଥାନରେ ଚକାବନ୍ଦ ଆନ୍ଦୋଳନ କରିଥିଲେ । କିଛି ଦିନ ତଳେ ଡା୍ରଇଭର ମାନଙ୍କ ବିଭିନ୍ନ ଦାବୀ ନେଇ ମହାସଂଘ ପକ୍ଷରୁ ରାଜଧାନୀରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ସରକାର ଏହାର କିଛି ପଦକ୍ଷେପ ଗ୍ରହଣ କରିନଥିଲେ […]

Samaya Live Picture
Published On

ବୌଦ୍ଧ : ବୌଦ୍ଧ ଜିଲାରେ ଡା୍ରଇଭର ମହାସଂଘ ପକ୍ଷରୁ ଦିନ ଚକାବନ୍ଦ ଆନ୍ଦୋଳନ କରିଛନ୍ତି । ସଂଘର ଜିଲା ସଭାପତି ବିପିନ ବିହାରୀ ବ୍ରହ୍ମାଙ୍କ ନେତୃତ୍ୱରେ ଡ୍ରାଇଭରମାନେ ଗୁରୁବାର ସକାଳ ୬ଟା ଠାରୁ ଜିଲ୍ଲାର ବିଭନ୍ନ ସ୍ଥାନରେ ଚକାବନ୍ଦ ଆନ୍ଦୋଳନ କରିଥିଲେ ।

କିଛି ଦିନ ତଳେ ଡା୍ରଇଭର ମାନଙ୍କ ବିଭିନ୍ନ ଦାବୀ ନେଇ ମହାସଂଘ ପକ୍ଷରୁ ରାଜଧାନୀରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ସରକାର ଏହାର କିଛି ପଦକ୍ଷେପ ଗ୍ରହଣ କରିନଥିଲେ । ଏଣୁ ସଂଘ ପକ୍ଷରୁ ସମସ୍ତ ଜିଲାରେ ଆନ୍ଦୋଳନ କରିବାକୁ ପ୍ରସ୍ତାବ ନେଇଥିଲା । ଦାବୀ ପୁରଣ ଦାବୀରେ ବୌଦ୍ଧ ଜିଲାରେ ଡା୍ରଇଭରମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବା ସହ ଚକାବନ୍ଦ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ସମୟରେ ଜିିନିଷ ପତ୍ର ପରିବହନ କରୁଥିବା ଗାଡିଗୁଡିକୁ ଅଟାକାଯାଇଥିଲେ ।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଜିଲାରେ ଯାତ୍ରୀ ବାହୀ ଚଳାଚଳରେ କିଛି ମାତ୍ରାରେ ଅସୁବିଧା ଦେଖାଦେଇଥିଲା । ସଂଘର ସଦସ୍ୟ ମାନେ ସହରର ବ୍ରିଜି ଛକରେ ଆନ୍ଦୋଳନ କରିଥିଲେ । ସେହିପରି ମନମୁଣ୍ଡା ଠାରେ ଆନ୍ଦୋଳନ ଯୋଗୁଁ ଦୀର୍ଘ ୫ ଘଣ୍ଟା ଚକାବନ୍ଦ ଆନ୍ଦୋଳନ ହୋଇଥିବା ବେଳେ ଏଥିରେ ମନମୁଣ୍ଡା ମହାସଂଘ ସଭାପତି ଅଜିତ ପଟନାୟକ, ଉପସଭାପତି ବିକ୍ରମ ସାହୁ, ସଂପାଦକ ହେମକାନ୍ତ ମେହେର ଓ ଅନ୍ୟ ଡା୍ରଇଭର ମାନେ ସାମିଲ ଥିଲେ ।

ସେହପରି ହରଭଙ୍ଗା ବ୍ଳକର ଚାରିଛକ ଠାରେ ମଧ୍ୟ ଚକାବନ୍ଦ ଆନ୍ଦୋଳନହୋଇଥିଲା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ମୁତୟନ କରାଯାଇଥିଲା ।