ମେଡିକାଲ୍ କଲେଜରେ ବିଦୁ୍ୟତ ବିଭ୍ରାଟ, ମୋବାଇଲ୍ ଲାଇଟରେ ରୋଗୀ ସେବା
କୋରାପୁଟ: ରବିବାର ସନ୍ଧ୍ୟାରୁ ବିଜୁଳି ଆଲୁଅ ନାହିଁ । ମୋବାଇଲ୍ ଲାଇଟରେ ଚାଲିଛି ରୋଗୀ ସେବା । ଗରମରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଅନ୍ଧାରରେ ରୋଗୀ ଓ ସମ୍ପର୍କୀୟମାନେ ଏଭଳି ଅସୁବିଧା ଭୋଗିଥିଲେ । ସୂଚନା ମୁତାବକ, ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ହଠାତ୍ ବିଦ୍ୟତ ଚାଲି […]
କୋରାପୁଟ: ରବିବାର ସନ୍ଧ୍ୟାରୁ ବିଜୁଳି ଆଲୁଅ ନାହିଁ । ମୋବାଇଲ୍ ଲାଇଟରେ ଚାଲିଛି ରୋଗୀ ସେବା । ଗରମରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ଦିନ ଧରି ଅନ୍ଧାରରେ ରୋଗୀ ଓ ସମ୍ପର୍କୀୟମାନେ ଏଭଳି ଅସୁବିଧା ଭୋଗିଥିଲେ ।
ସୂଚନା ମୁତାବକ, ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ହଠାତ୍ ବିଦ୍ୟତ ଚାଲି ଯାଇଥିଲା । ଏଥିଯୋଗୁ ମେଡିକାଲ୍ କଲେଜର କାଜୁଆଲଫି, ଭେଷଜ ଓ ଅସ୍ଥିଶଲ୍ୟ ଇନଡ଼ୋର ବିଭାଗ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥିଲା । ବିଭିନ୍ନ ବିଭାଗରେ ରୋଗୀ ଓ ସମ୍ପର୍କୀୟମାନେ ଗରମରେ ଛଟପଟ ହୋଇଥିଲେ । କେବଳ ରୋଗୀମାନେ ନୁହନ୍ତି, ଡାକ୍ତର ଓ ଷ୍ଟାଫ୍ ନର୍ସ ମଧ୍ୟ ଅସୁବିଧା ଭୋଗିଥିଲେ । ଏମିତିକି ମୋବାଇଲ୍ ଟର୍ଚ୍ଚ ଲାଇଟରେ ରୋଗୀ ସେବା କରାଯାଇଥିଲା । ଅନୁରୂପ ଭାବେ ପୁରୁଷ ଭେଷଜ ଇନଡ଼ୋରରେ ଡାକ୍ତରମାନେ ମୋବାଇଲ୍ ଲାଇଟରେ ରୋଗୀଙ୍କ ନଥିପତ୍ର ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା ।

ମେଡିକାଲ୍ କଲେଜରେ ଜେନେରେଟର୍ ଥିଲେ ବି ତାକୁ ବ୍ୟବହାର କରାଯାଇ ନଥିଲା । ଫଳରେ ଗରମରେ ସ;ୁଳି ହୋଇଥିଲେ ସମସ୍ତେ । ରାତି ସାଢେ ୮ଟା ସୁଦ୍ଧା ବିଜୁଳି ଆସି ନଥିବା ବେଳେ ମେଡିକାଲ୍ କଲେଜ କର୍ତ୍ତୃପକ୍ଷ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରି ନଥିଲେ । ପରିଚାଳନାଗତ ତ୍ରୁଟି ଯୋଗୁ ଭଗବାନଙ୍କ ଭରସାରେ ମେଡିକାଲ୍ ଚାଲିଥିବା ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି ।
ଏ ସମ୍ପର୍କରେ ହସ୍ପିଟାଲ୍ ମ୍ୟାନେଜର ଶୁଭେନ୍ଦୁ ପଣ୍ଡାଙ୍କୁ ପଚାରିବାରେ ସେ ଓଲଟା ହସ୍ପିଟାଲରେ ବିଦୁ୍ୟତ ନାହିଁ କି ବୋଲି ପ୍ରଶ୍ନ କରିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଖୋଦ୍ ଶ୍ରୀ ପଣ୍ଡା ମଧ୍ୟ ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି । ଅନ୍ୟ ପକ୍ଷରେ ଜାଣି ଅଜଣା ରହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।




