ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ବୈଠକ: ନଭେମ୍ବର ୧୦ ସୁଦ୍ଧା କଳାକାର ଚୟନ ପ୍ରକ୍ରିୟା ଶେଷ
ବରଗଡ: ଚଳିତ ଡିସେମ୍ବର ୨୭ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଚଳିତ ବର୍ଷ ଧନୁଯାତ୍ରାର ଡାଇମଣ୍ଡ ଜୁବୁଲି ( ହୀରକ ଜୟନ୍ତୀ) ପାଳନ ହେବ । ଫଳରେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଗାମୀ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ କଳାକାର ଚୟନ ପ୍ରକ୍ରିୟା ସମାପନ ହେବ ବୋଲି […]
ବରଗଡ: ଚଳିତ ଡିସେମ୍ବର ୨୭ ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଆୟୋଜିତ ହେବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଚଳିତ ବର୍ଷ ଧନୁଯାତ୍ରାର ଡାଇମଣ୍ଡ ଜୁବୁଲି ( ହୀରକ ଜୟନ୍ତୀ) ପାଳନ ହେବ । ଫଳରେ ଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଗାମୀ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ କଳାକାର ଚୟନ ପ୍ରକ୍ରିୟା ସମାପନ ହେବ ବୋଲି ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ କମିଟୀ ବୈଠକରେ ଘୋଷଣା କରାଯାଇଛି ।
ସୋମବାର ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଳାପାଳ ମନିଷା ବାନାର୍ଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟୀର ବୈଠକରେ କଳାକାର ଚୟନ ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ଏ ଅବସରରେ ସଂପାଦକ ସୁରେଶ୍ୱର ଶତପଥୀ ପ୍ରାରମ୍ଭିକ ସୂଚନା ଦେବା ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଲୋଡିଥିଲେ । ପରେ କଳାକାର ଚୟନ ନେଇ ଭୋଟିଂ ଅନୁଷ୍ଠିତ ହୋଇଥିଲା । ଫଳାଫଳ ଅନୁସାରେ କଳାକାର ଚୟନ ସପକ୍ଷରେ ଅଧିକାଂଶ ସଦସ୍ୟ ମତ ଉପସ୍ଥାପନା କରିଥିଲେ ।

ସୂଚନାଯୋଗ୍ୟ ଯେ ଧନୁଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ କଳାକାର ଚୟନ ନେଇ କାର୍ଯ୍ୟକାରୀ କମିଟୀର ସଦସ୍ୟମାନଙ୍କୁ ନେଇ ଭୋଟିଂ କରାଯାଇଥିଲା । ଏଥିରେ ଭୋଟ ଦେଇଥିବା ଉପସ୍ଥିତ ସଦସ୍ୟ ଙ୍କ ମଧ୍ୟରୁ ଅଧିକାଂଶ ସଦସ୍ୟ କଳାକାର ଚୟନ ସପକ୍ଷରେ ଓ ଅଳ୍ପ ସଦସ୍ୟ ବିପକ୍ଷରେ ଭୋଟ କରିବା ପରେ ସଂପାଦକ ଶ୍ରୀ ଶତପଥୀ ଆଗାମୀ ଧନୁଯାତ୍ରା ପାଇଁ କଂସ ସମେତ ମୁଖ୍ୟ କଳାକାରଙ୍କ ଚୟନ କରାଯିବ ଏବଂ ଏଥିପାଇଁ ଆଗାମୀ ୨୨ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବା ସହ ନଭେମ୍ବର ୧୦ ତାରିଖ ସୁଦ୍ଧା କଳାକାର ଚୟନ ପାଇଁ ସମସ୍ତ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଘୋଷଣା କରିଥିଲେ । ଏହା ସହ କଳାକାର ଉପଦେଷ୍ଟା କମିଟି ର ନିଷ୍ପତ୍ତି ପରେ କେଉଁମାନେ ଚୟନ ପ୍ରକ୍ରିୟା ରେ ଚୟନ କର୍ତା ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ହେବଛ ।
ଏଥିରେ ବରଗଡ ସହରର ତିନି ନାଟ୍ୟ ସଂଘ ସୌଖିନ କଳାକାର ସଂଘ, ଉତ୍କଳ ଗୌରବ କଳାକାର ସଂଘ, ସମଲେଶ୍ୱରୀ ସଂଘକୁ ମଧ୍ୟ ପ୍ରତିନିଧିି ଦେବାକୁ ନିଷ୍ପତି ହୋଇଥିଲା । ଧନୁଯାତ୍ରା ର ୭୫ ବର୍ଷ ପୂର୍ତ୍ତି ବା ହୀରକ ଜୟନ୍ତୀ ଉପଲକ୍ଷେ ଏକ ସ୍ମାରକୀ ତୋରଣ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଧନୁଯାତ୍ରା ଆମର ଗର୍ବ ଓ ଗୌରବ , ଆମର ପରିଚୟ ହୋଇଥିବାରୁ ଆମ ମଧ୍ୟରେ ଭିନ୍ନ ମତ ଥିଲେ ମଧ୍ୟ ସଭାରେ ଥରେ ନିଷ୍ପତି ହେଲା ପରେ ଆମେ ସମସ୍ତେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡ଼ିବା ଦରକାର ଓ ତାହା ପ୍ରଚାର କରି ଏହି ଯାତ୍ରାକୁ ସୁନ୍ଦର କରିବା ପାଇଁ ଆଗେଇ ଯିବା ଦରକାର ବୋଲି ବୈଠକରେ ଉପସ୍ଥିତ ବରଗଡ ସାଂସଦ ଓ ବିଧାୟକ ମତ ଦେଇଥିଲେଛ । ଏହି ବୈଠକରେ ସାଂସଦ ସୁରେଶ ପୂଜାରୀ , ବିଧାୟକ ଦେବେଶ ଆଚାର୍ଯ୍ୟ , ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ , ଏଡିଏମ ମିର୍ଦ୍ଧା ଟେªା, ଉପ ଜିଲ୍ଲାପାଳ ଲଲାଟ ଲୁହା,ପୌର ପରିଷଦର କାର୍ଯ୍ୟର୍ନିବାହୀ ଅଧିକାରୀ ନାରାୟଣ ଡନସେନା , ପିଡି କୃତିବାସ ରାଉତ, ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ କଲ୍ୟାଣୀ ଦାସ , ନଗରପାଲ କଳ୍ପନା ମାଝୀ , ବରିଷ୍ଠ ଆଇନଜିବୀ ଦେବବ୍ରତ ମିଶ୍ର, ଅଶୋକ ବେହେରା, ଜିଲ୍ଳା ଓକିଲ ସଂଘ ସଂପାଦକ ହରିହର ପ୍ରଧାନ, ଉପସଭାପତି ହେମନ୍ତ ପୁରୋହିତ , ସଂଗୀତା ପଣ୍ଡା , ସମୀର ପ୍ରଧାନ, ଲିପସିତ ମିଶ୍ର, ଗୋପାଲ ଦାସ, ସାମ୍ବାଦିକ ସଙ୍ଘର ରବି ପଣ୍ଡା , କିଶୋର ଦାଶ ସମେତ ବହୁ ସଦସ୍ୟ ସାମିଲ ଥିଲେ ।




