ପ୍ରେମ ବିବାହ ପରେ ପ୍ରତାରଣା: ସ୍ତ୍ରୀଙ୍କ ହଙ୍ଗାମା ପରେ ମାମଲା ରୁଜୁ କଲା ପୁଲିସ

ଦେବଗଡ : ପ୍ରେମବିବାହ କରି ସ୍ତ୍ରୀ ଭାବେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରଖିବା ସହ ପ୍ରେମିକାଙ୍କୁ ଧୋକା ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏପରିକି ଛଳନା କରି ଗର୍ଭପାତ କରାଇବା ପରେ ଯୁବକ ଜଣକ ବ୍ୟବସାୟ କରିବାକୁ କହି ୩ ଲକ୍ଷରୁ ଅଧିରୁ ଟଙ୍କା, ସୁନାଗହଣା ଓ ସ୍କୁଟି ସହ ଫେରାର୍‌ ମାରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୁବତୀ ଗତ ୨୮ ତାରିଖରୁ ଦେବଗଡ ଥାନା ପହଞ୍ଚି ଏତଲା […]

Samaya Live Picture
Published On

ଦେବଗଡ : ପ୍ରେମବିବାହ କରି ସ୍ତ୍ରୀ ଭାବେ ଭୁବନେଶ୍ୱରରେ ଘର ଭଡ଼ା ନେଇ ରଖିବା ସହ ପ୍ରେମିକାଙ୍କୁ ଧୋକା ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏପରିକି ଛଳନା କରି ଗର୍ଭପାତ କରାଇବା ପରେ ଯୁବକ ଜଣକ ବ୍ୟବସାୟ କରିବାକୁ କହି ୩ ଲକ୍ଷରୁ ଅଧିରୁ ଟଙ୍କା, ସୁନାଗହଣା ଓ ସ୍କୁଟି ସହ ଫେରାର୍‌ ମାରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୁବତୀ ଗତ ୨୮ ତାରିଖରୁ ଦେବଗଡ ଥାନା ପହଞ୍ଚି ଏତଲା ଦେଇଥିବା ବେଳେ ପୁଲିସର ବିଳମ୍ବିତ ପଦକ୍ଷେପ ଦେଖି ମଡେଲ ଥାନାରେ ପାଟିତୁଣ୍ଡ କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଥାନାରେ ରୁଣ୍ଡ ହେବା ଦେଖି ପୁଲିସ ସମ୍ପୃକ୍ତ ଯୁବକ ଦେବଗଡ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅମିତ୍‌ ରଣଜିତ ବିରୋଧରେ ମାମଲା ରୁଜୁ କରିଛି । ଯୁବତୀ ଜଣକ ଗତ ୨୩ ତାରିଖରୁ ଅମିତଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିଥିବା ବେଳେ ସେମାନେ ଦୀର୍ଘ ସପ୍ତାହେ ହେଲା ଚୁପ୍‌ ରହିବା ସହ ତାଙ୍କୁ ଧମକ୍‌ ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି ।

ଅଭିଯୋଗ ଅନୁସାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ ରମ୍ଭେଇ ପଞ୍ଚାୟତ ଅଂଚଳର ଜଣେ ଆଦିବାସୀ ଯୁବତୀଙ୍କ ସହ ଅମିତ ଫେସବୁକ ଯୋଗେ ସମ୍ପର୍କ ସ୍ଥାପନ କରିଥିଲେ । ଯୁବତୀ ଜଣକ ଚାକିରୀ କରିବା ସହ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିବା ବେଳେ ଅମିି ନିୟମିତ ଯିବା ଆସିବା କରି ତାଙ୍କୁ ଏକ ଘର ଭଡ଼ା ନେଇ ରଖିଥିଲେ । ଯୁବତୀ ଜଣକ ଗର୍ଭଧାରଣ କରିବା ପରେ ଅମିତ ତାଙ୍କୁ ଗତ ବର୍ଷ ସେପେଫମ୍ବର ୮ ତାରିଖ ଭୁବନେଶ୍ୱର ସତ୍ୟ ବିହାର ମନ୍ଦିର ଠାରେ ବିବାହ କରି ନୂଆପଲ୍ଲୀ ଅଞ୍ଚଳର ବେହେରା ସାହିରେ ଏକ ଘର ଭଡ଼ା ନେଇ ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ । ପରବର୍ତୀ ସମୟରେ ଅମିତ ତାଙ୍କ ଗର୍ଭପାତ କରାଇବା ସହ ବ୍ୟବସାୟ କରିବ କହି ବିଭିନ୍ନ ସମୟରେ ଟଙ୍କା ଆଣିଥିଲେ । ପ୍ରେମବିବାହ କରିଥିବାରୁ ଯୁବତୀ ଜଣକ ନିଜ ଭବିଷ୍ୟତକୁ ଚାହିଁ ସବୁକିଛି ପୂରଣ କରିଥିଲେ । ତେବେ ଗତ ମେ ମାସ ୨୮ ତାରିଖ ଅମିତ୍‌ ତାଙ୍କ ସୁନାଗହଣା ସହ ସ୍କୁଟିନେଇ ଦେବଗଡ ଫେରାର୍‌ ମାରିଥିଲା ।

ଦୀର୍ଘଦିନ ଧରି ଫୋନ୍‌ ରିସିଭ୍‌ ନକରିବାରୁ ଯୁବତୀଙ୍କ ମନରେ ସନ୍ଦେହ ହେବାରୁ ଗତ ଗୁରୁବାର ତାଙ୍କ ଘରେ ପହଞ୍ଚିଥିଲେ । ତେବେ ଏହାର ସମାଧାନ କରିବା ବଦଲରେ ଅମିତଙ୍କ ପରିବାର ତାଙ୍କୁ ପୁଲିସକୁ ଗଲେ କିମ୍ବା ଏକଥା କାହାରି ସମ୍ମୁଖରେ ପ୍ରଘଟ୍ଟ କଲେ ହତ୍ୟା କରିବେ ବୋଲି ଧମକ୍‌ ଦେଇଥିଲେ । ଫଳରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଦେବଗଡ ଥାନା ପହଞ୍ଚି ଅମିତ୍‌ ବିରୋଧରେ ଅଭିଯୋଗ କରିବା ସହ ତୁମ୍ବିତୁଫାନ କରିବାରୁ ଘଟଣାଟି ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।