ଜାଲ ଆଧାର କାର୍ଡ ବଳରେ ମୃତ ଆଇନଜୀବୀଙ୍କ ଜମି ବିକ୍ରି
ରିଆମାଳ : ଜାଲ ଆଧାର କାର୍ଡ ବ୍ୟବହାର କରିବା ସହ ନିଜକୁ ହୃଦୟନାଥ ପ୍ରଧାନ ବୋଲି ପରିଚୟ ଦେଇ ଜଣେ ଦୁର୍ବୃତ୍ତ ଦେବଗଡ ସହରର ଆଇନଜୀବୀ ସ୍ୱର୍ଗତ ହୃଦୟନାଥଙ୍କ ନାମରେ ଥିବା ୧ଏକର ୯୦ ଡେସିମିଲ ଜମି ବିକ୍ରି କରିଥିବା ଜଣାପଡିଛି । ଏହା ଜଣାପଡିବା ପରେ ଜିଲ୍ଲା ସବ୍ ରେଜିଷ୍ଟାର ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । […]
ରିଆମାଳ : ଜାଲ ଆଧାର କାର୍ଡ ବ୍ୟବହାର କରିବା ସହ ନିଜକୁ ହୃଦୟନାଥ ପ୍ରଧାନ ବୋଲି ପରିଚୟ ଦେଇ ଜଣେ ଦୁର୍ବୃତ୍ତ ଦେବଗଡ ସହରର ଆଇନଜୀବୀ ସ୍ୱର୍ଗତ ହୃଦୟନାଥଙ୍କ ନାମରେ ଥିବା ୧ଏକର ୯୦ ଡେସିମିଲ ଜମି ବିକ୍ରି କରିଥିବା ଜଣାପଡିଛି । ଏହା ଜଣାପଡିବା ପରେ ଜିଲ୍ଲା ସବ୍ ରେଜିଷ୍ଟାର ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁୁଯାୟୀ, ସେପେଫମ୍ବର ୨୯ତାରିଖରେ ଜଣେ ଅଜଣା ବ୍ୟକ୍ତି ନିଜକୁ ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମର ବୋଲି ପରିଚୟ ଦେବା ସହ ଦେବଗଡ ଜିଲ୍ଲା ସବ ରେଜିଷ୍ଟାର କାର୍ଯ୍ୟାଳୟର ଜାଲ ଆଧାର କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରି ତିଲେଇବଣି ମୌଜାରେ ଥିବା ୧ ଏକର ୯୦ଡେସିମିଲ ମୂଲ୍ୟବାନ ଜମି ବିକ୍ରି କରିଥିଲା । ସେ ଉକ୍ତ ଜମିକୁ ଦେବଗଡ ସହରର ଭିକାରି ଚରଣ ପ୍ରଧାନ ଓ ତାଙ୍କ ସ୍ତ୍ରୀ ପ୍ରତିଭା କିସାନଙ୍କୁ ବିକ୍ରି ହୋଇଥିବା ଜମି ଦେବଗଡ ସହରର ଆଇନଜୀବୀ ହୃଦୟନାଥ ପ୍ରଧାନଙ୍କ ନାମରେ ରହିଥିବା ବେଳେ ପ୍ରାୟ ୮ ବର୍ଷ ପୂର୍ବେ ହୃଦୟନାଥଙ୍କର ପରଲୋକ ଘଟିଛି । ଗୁରୁବାର ସ୍ୱର୍ଗତ ହୃଦୟନାଥଙ୍କ କନିଷ୍ଠ ପୁତ୍ର ପ୍ରଦୀପ ପ୍ରଧାନ ଦେବଗଡ ସବ ରେଜିଷ୍ଟାର ଯଶୋବନ୍ତ ଦେହୁରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ । ସେ ଏହାର ଖୋଳତାଡ କରିବାରୁ ସତ୍ୟତା ଜଣାପଡିଥିଲା ।
ଦେହୁରୀ ଏ ବାବଦରେ ଜିଲ୍ଲପାଳଙ୍କୁ ଜଣାଇବା ପରେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଚଞ୍ଚକତା ପଛରେ ବହୁ ଦଲାଲ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ଅନ୍ୟ ପକ୍ଷରେ ଜମିର କ୍ରେତାମାନେ ମଧ୍ୟ ସବୁ ଜାଣିଶୁଣୀ ଜମି କ୍ରୟ କରିଥିବା ସାଧାରଣରେ ଅଭିଯୋଗ ହେଉଛି । ସରକାରୀ ଭାଲୁଏସନ ଅନୁଯାୟୀ କ୍ରୟ କରିଥିବା ଜମିର ଆନୁମାନିକ ମୂଲ୍ୟ ଡିସିମିଲ ପିଛା ୩୧ହଜାର ୫୦୦ଟଙ୍କା ରହିଥିବା ବେଳେ ପୂରା ଜମିର ମୂଲ୍ୟ ପ୍ରାୟ ୫୯ଲକ୍ଷ ୮୫ହଜାର ଟଙ୍କା ଜଣାପଡିଥିଲା । କ୍ରେତା ଦମ୍ପତି ଏକା ବେଳକେ ଏତେ ମୂଲ୍ୟର ଜମି କ୍ରୟ କରିବାକୁ କିଭଳି ସକ୍ଷମ ହେଲେ ତାହା ମଧ୍ୟ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଶ୍ରୀ ଦେହୁରୀଙ୍କ ମତାମତ ନେବାରୁ ସେ ତାଙ୍କର ଏବଂ ବିଭାଗୀୟ କର୍ମଚାରୀଙ୍କ ଅଜାଣତରେ କୌଣସି ଦୁର୍ବୃତ୍ତ ଜାଲ ଆଧାର କାର୍ଡ ଦାଖଲ କରି ଅନ୍ୟର ଜମି ବିକ୍ରି କରିଥିବା ପ୍ରକାଶ କରିଥିଲେ । ଏ ନେଇ ଦେବଗଡ ଥାନରେ ଲିଖିଥ ଅଭିଯୋଗ କରାଯାଇଛି ବୋଲି କହିଛନ୍ତି ।




