ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଇଗ୍ନେସ୍‌ ତିର୍କି ଏବଂ ସୁବାସ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବରେ ହକି ତାରକା ଇଗ୍ନେସ୍‌ ତିର୍କି ଏବଂ ସଫଳ ଉଦ୍ୟୋଗୀ ସୁବାସ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟରେ ଗବେଷଣା କରି ଡିଲିଟ୍‌ ପାଇଥିବା ଆଉ ୩ ଜଣ ହେଲେ ସୁପ୍ରିୟ ରାୟ, ଜୟଶ୍ରୀ ମିଶ୍ର ଏବଂ ମାନସ କୁମାର ଦାସ । ସଞ୍ଜିବ କୁମାର କର୍ମକାରଙ୍କୁ ‘ଡିଏସ୍‌ସି ଉପାଧି’ ମିଳିଛି । ବାଣିଜ୍ୟ ପ୍ରବନ୍ଧନରେ ୧୫ ଜଣ, ହ୍ୟୁମାନିଟିଜ୍‌ ଆଣ୍ଡ ସୋସିଆଲ୍‌ ସାଇନ୍ସରେ […]

Samaya Live Picture
Published On

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୧ତମ ସମାବର୍ତ୍ତନ ଉତ୍ସବରେ ହକି ତାରକା ଇଗ୍ନେସ୍‌ ତିର୍କି ଏବଂ ସଫଳ ଉଦ୍ୟୋଗୀ ସୁବାସ ଚନ୍ଦ୍ର ଗୁପ୍ତାଙ୍କୁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟରେ ଗବେଷଣା କରି ଡିଲିଟ୍‌ ପାଇଥିବା ଆଉ ୩ ଜଣ ହେଲେ ସୁପ୍ରିୟ ରାୟ, ଜୟଶ୍ରୀ ମିଶ୍ର ଏବଂ ମାନସ କୁମାର ଦାସ । ସଞ୍ଜିବ କୁମାର କର୍ମକାରଙ୍କୁ ‘ଡିଏସ୍‌ସି ଉପାଧି’ ମିଳିଛି ।

ବାଣିଜ୍ୟ ପ୍ରବନ୍ଧନରେ ୧୫ ଜଣ, ହ୍ୟୁମାନିଟିଜ୍‌ ଆଣ୍ଡ ସୋସିଆଲ୍‌ ସାଇନ୍ସରେ ୮୭ ଜଣ, ଆଇନରେ ୩ ଜଣ, ମେଡିସିନରେ ୫ ଜଣ, ଶିକ୍ଷାରେ ୧୦ ଜଣ, ବିଜ୍ଞାନ ଓ ପ୍ରଦ୍ୟୋଗିକୀରେ ୫୯ ଜଣ ପିଏଚ୍‌ଡି ପାଇଛନ୍ତି ।

୨୦୨୦ ବର୍ଷ ପାଇଁ ମୃତ୍ୟୁଞ୍ଜୟ ମହାନ୍ତ ବିଜ୍ଞାନରେ, ରିତି କେଡିଆ ହୁ୍ୟମାନିଟିଜ୍‌ରେ , ରୁବି ସାହୁ ସାହିତ୍ୟରେ ଶ୍ରେଷ୍ଠ ଗ୍ରାଜୁଏଟ୍‌ ଭାବେ ଓସାନି ପୁରସ୍କାର ଲାଭ କରିଛନ୍ତି । ୨୦୨୧ ବର୍ଷ ପାଇଁ ହୁ୍ୟମାନିଟିଜ୍ରେ ଜାନ୍‌ଭି ଶର୍ମା ଏବଂ ସାହିତ୍ୟରେ ପଦ୍ମା ପ୍ରଧାନଙ୍କୁ ଶ୍ରେଷ୍ଠ ଗ୍ରାଜୁଏଟ୍‌ ଭାବେ ‘ଓସାନି ପୁରସ୍କାର’ ମିଳିଥିବାବେଳେ ବିଜ୍ଞାନରେ ପଲ୍ଲବୀ ଥେଥୁଲୱାର, ପ୍ରୀତିମୟୀ ଲେଙ୍କା ଏବଂ ସ୍ୱଦେଶ ପଟେଲ ଏହି ମିଳିତ ଭାବେ ଶ୍ରେଷ୍ଠ ଗ୍ରାଜୁଏଟ୍‌ ମାନ୍ୟତା ହାସଲ କରି ‘ଓସାନି ପୁରସ୍କାର’ ଲାଭ କରିଛନ୍ତି ।

ସ୍ନାତକୋତ୍ତର ବିଭାଗଗୁଡ଼ିକରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୨୦୨୦ ଓ ୨୦୨୧ର ୩୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି ।
ସେହିପରି ଉଭୟ ବର୍ଷର ୧୫ ଜଣ ଲେଖାଏଁ ଛାତ୍ରଛାତ୍ରୀ ବିଭିନ୍ନ ସ୍ମାରକୀ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି ।