କଣ୍ଟାବାଞ୍ଜି ଏନ୍ଏସି ନିର୍ବାଚନ: କଂଗ୍ରେସର ମାରାଥନ ପ୍ରଚାରରେ କମ୍ପୁଛି ସହର
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନ୍ଏସି ନିର୍ବାଚନରେ ଏବେ ତିନି ପ୍ରମୁଖ ଦଳର ନେତା ମାନେ ପ୍ରଚାର ମଇଦାନରେ । ସହରର ୧୬ ଗୋଟି ୱାର୍ଡରେ କଂଗ୍ରେସ, ବିଜେପି ଓ ବିଜେଡି ନିଜ ସମର୍ଥକମାନଙ୍କ ସହ ପ୍ରଚାରରେ ଲାଗି ପଡିଛନ୍ତି । ୧୬ ଗୋଟି ୱାର୍ଡ ରେ ମୋଟ ୧୭୫୫୧ ଖଣ୍ଡ ଭୋଟର ଥିବା ବେଲେ କଂଗ୍ରେସ ଚଳିତ ନିର୍ବାଚନରେ ଅଧିକ ଭୋଟ ହାତେଇବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ସମସ୍ୟାର ଲମ୍ବା ଲାଇନ୍ ରହୁଥିବା […]
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନ୍ଏସି ନିର୍ବାଚନରେ ଏବେ ତିନି ପ୍ରମୁଖ ଦଳର ନେତା ମାନେ ପ୍ରଚାର ମଇଦାନରେ । ସହରର ୧୬ ଗୋଟି ୱାର୍ଡରେ କଂଗ୍ରେସ, ବିଜେପି ଓ ବିଜେଡି ନିଜ ସମର୍ଥକମାନଙ୍କ ସହ ପ୍ରଚାରରେ ଲାଗି ପଡିଛନ୍ତି । ୧୬ ଗୋଟି ୱାର୍ଡ ରେ ମୋଟ ୧୭୫୫୧ ଖଣ୍ଡ ଭୋଟର ଥିବା ବେଲେ କଂଗ୍ରେସ ଚଳିତ ନିର୍ବାଚନରେ ଅଧିକ ଭୋଟ ହାତେଇବା ପାଇଁ ନିଜର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ସମସ୍ୟାର ଲମ୍ବା ଲାଇନ୍ ରହୁଥିବା ଅନେକ ପଡାବାସୀଙ୍କୁ ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରୁଛନ୍ତି ।
ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦରେ କଂଗ୍ରେସ ପକ୍ଷରୁ ବରିୟାଂମ ସିଂ ସାଲୁଜାଙ୍କୁ ଟିକଟ ଦେଇଥିବା ବେଳେ ବିଜେପି ପକ୍ଷରୁ ବେଦବ୍ୟାସ ନାଗ ଓ ବିଜେଡି ପକ୍ଷରୁ ନିନୟ ଭୂଷଣ ବିଭାରଙ୍କୁ ଦଳ ଟିକଟ ଦେଇ ନିର୍ବାଚନରେ ଲଢିବା ପାଇଁ ସୁଯୋଗ ଦେଇଛି । କଂଗ୍ରେସ ଦଳ ପକ୍ଷରୁ ଚଳିତ ନିବାଚନରେ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜ ଭାଇ ବରିୟାଂମ ସିଂ ସାଲୁଜାଙ୍କୁ ଅଧ୍ୟକ୍ଷ ପ୍ରାର୍ଥୀ କରି ପ୍ରଚାର ମଇଦାନରେ ସୁଯୋଗ ଦେଇଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ଦଳକୁ ଭୋଟ ଦେଲେ ଅନେକ ସମସ୍ୟାର ସମାଧାନ କରାଯିବା ସହ ଲୋକଙ୍କୁ ତାଙ୍କର ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି ପ୍ରତିଶୃତି ଦେଉଛନ୍ତି । ବିଧାୟକ ରହି ଅନେକ ସମସ୍ୟା ଲୋକଙ୍କ ସୁବିଧା କରୁଥିବା ବେଲେ ଭାଇ ଯଦି ଏନଏସି ଅଧ୍ୟକ୍ଷ ହୁଅନ୍ତି ତେବେ ପଡାବାସୀ ନିଶ୍ଚିତ ଭାବରେ ଉନ୍ନତି କରିବ ବୋଲି ବିଧାୟକ ଶ୍ରୀ ସାଲୁଜା ଭୋଟ ଭିକ୍ଷା କରୁଛନ୍ତି ।
ପ୍ରଚାରରେ କଣ୍ଟାବାଞ୍ଜି ସହର କମ୍ଫୁଥିବା ବେଳେ ଏହି ପ୍ରଚାରରେ ସହରର, ୩ନମ୍ବର ୱାର୍ଡରେ ଅଙ୍କୁର ଅଗ୍ରୱାଲ, ୪ନମ୍ବର ୱାର୍ଡ ପାଇଁ ସୁଧା ଅଗ୍ରୱାଲ, ୫ ନମ୍ବର ପାଇଁ ସୁଲୋଚନା ତାଣ୍ଡି, ୯ନମ୍ବର ୱାର୍ଡ ପାଇଁ ଲଲିତ ଅଗ୍ରୱାଲ, ଏବଂ ୧୦ ନମ୍ବର ୱାର୍ଡରେ ପ୍ରାର୍ଥୀ ଶାନ୍ତି ଦୀକ୍ଷିତ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାରରେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଁ ସାଲୁଜା ଓ ଅଧକ୍ଷ ପ୍ରାର୍ଥୀ ବରୀୟାମ ସିଁ ସାଲୁଜା ଘର ଘର ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି । ଏହି ପ୍ରଚାର ସମୟରେ ସଞ୍ଜୟ ଶେଠୀ, ଜଗଦୀଶ ଦୀକ୍ଷିତ, ଟିମା ବେହେରା, ରାଜେଶ ପଣ୍ଡିତ, ଡିଙ୍ଗର ସିପକା, ନରୋତ୍ତମ ବେହେରା, ବିକାଶ ଖେମକା, ପିଚୁ ଅଗ୍ରୱାଲ, ସନ୍ତୋଷ ଖୁରା, ଓମକାର ବେହେରା, ବବଲୁ ମହାନ୍ତି ପ୍ରମୁଖ ସାମିଲ ରହି ପ୍ରଚାର କରୁଛନ୍ତି ।




