ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ୱରରେ ନିର୍ମାଣ ହେବ ଭବନ

ଭୁବନେଶ୍ୱର: ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ ଗଙ୍ଗାଧର ମେହେର । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ଏଣୁ ତାଙ୍କ ସ୍ମୃତିରେ ଭୁବନେଶ୍ୱରରେ ‘ସ୍ୱଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି । ଏହାସହ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ […]

Samaya Live Picture
Published On

ଭୁବନେଶ୍ୱର: ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ ଗଙ୍ଗାଧର ମେହେର । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ଏଣୁ ତାଙ୍କ ସ୍ମୃତିରେ ଭୁବନେଶ୍ୱରରେ ‘ସ୍ୱଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି ।

ଏହାସହ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି । ଗତ ନଭେମ୍ବର ୨୮ ଦିନ ନିଖିଳ ଓଡ଼ିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ୱଭାବ କବିଙ୍କ ସ୍ମୃତିରେ ଭବନ ନିର୍ମାଣ ଓ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ବିଷୟରେ ଆଲୋଚନା କରିଥିଲେ ।

ଏହାଦ୍ୱାରା ଦୂରଦୂରାନ୍ତରରୁ ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ତଥା ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କୁ ବିଭିନ୍ନ ସେବା ଏହି ଭବନରେ ଯୋଗାଇ ଦିଆଯିବ ବୋଲି ମେହେର ସମାଜ ପକ୍ଷରୁ ସୂଚନା ଦିଆଯାଇଥିଲା । ମେହେର ସମାଜର ଅନୁରୋଧକୁ ରକ୍ଷା କରି ଜମି ଯୋଗାଇ ଦେବା ପାଇଁ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ସ୍ୱଭାବ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।