ଗାଈ ଚୋରାଚାଲାଣ ମାମଲା, ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ବୁଧବାର ଏକ ଗଂଜେଇ ଚୋରା ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷର ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୬.୪.୨୦୨୧ ତାରିଖରେ ବୌଦ୍ଧ ଅବକାରୀ ବିଭାଗର ସବ ଇନିସପେକଫର ରମେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ କର୍ମଚାରୀ ମାନେ ବୌଦ୍ଧ ଥାନା ଅର୍ନ୍ତଗତ ମଲିକପଡା ଗା୍ରମ ଅଞ୍ଚଳରେ ଅବକାରୀ ତନଖି କାର୍ଯ୍ୟ କରୁଥିଲେ । ଅବକାରୀ କର୍ମଚାରୀ ମାନେ ବିଶେଷ ସୂତ୍ରରୁ […]

Samaya Live Picture
Published On

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ବୁଧବାର ଏକ ଗଂଜେଇ ଚୋରା ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷର ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୬.୪.୨୦୨୧ ତାରିଖରେ ବୌଦ୍ଧ ଅବକାରୀ ବିଭାଗର ସବ ଇନିସପେକଫର ରମେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ କର୍ମଚାରୀ ମାନେ ବୌଦ୍ଧ ଥାନା ଅର୍ନ୍ତଗତ ମଲିକପଡା ଗା୍ରମ ଅଞ୍ଚଳରେ ଅବକାରୀ ତନଖି କାର୍ଯ୍ୟ କରୁଥିଲେ । ଅବକାରୀ କର୍ମଚାରୀ ମାନେ ବିଶେଷ ସୂତ୍ରରୁ ଖବର ପାଇଲେ ଯେ, ମଲିକପଡ ଗା୍ରମର ବିଦ୍ୟାଧର ରାଜହଂସ ( ୫୯) ନିଜ ଘରେ ଗଂଜେଇ ଚାଲାଣ ପାଇ ରଖିଅଛି । ଅବକାରୀ କର୍ମଚାରୀ ମାନେ ତାର ଘର ଉପର ଚଢାଉ କରି ବିଦ୍ୟାଧର ପାଖରୁ ୨୫ କେଜି ସହ ଗାଈ ଜବତ କରିବା ସହ ଏକ ମାମଲା ରୁଜ କରି ବିଦ୍ୟାଧରକୁ ଗିରଫ କରି ଉକ୍ତ ଦିନ ହଁ କୋର୍ଟକୁ ବିଚାର ପାଇଁ ପଠାଇଥିଲେ । ପରିବର୍ତ୍ତୀ ସମୟରେ ଜିଲ୍ଲା ଦୌରଜଜଙ୍କ ଅଦାଲତରେ ମାମଲାଟି (୨ଏସିସି ୭/୨୧ )ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ବିଦ୍ୟାଧର ରାଜହଂସକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତିି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ପ୍ରିତମ କୁମାର ମିଶ୍ର ପରିଚାଳାନା କରୁଥିଲେ ।