ସାଳନ୍ଦୀ ନଦୀ ପୋଲ ତଳକୁ ବୋଲେରୋ ଖସି ୪ ଗୁରୁତର

କରଞ୍ଜିଆ : ବଣଭୋଜି ହେଲା କାଳ I ସାଳନ୍ଦୀ ନଦୀ ପୋଲୋ ଉପରୁ ବୋଲେରୋ ଖସି ୪ ଗୁରୁତର I ଦୁର୍ଘଟଣାରେ ୪ଜଣ ମେଡିକାଲ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ଭୈରବ କୁଣ୍ଡକୁ ବଣ ଭୋଜି କରିବାକୁ ଯାଇଥିଲେ I ବଣଭୋଜି ସାରି ରାତି ପ୍ରାୟ ୮ ତବେଳେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ […]

Samaya Live Picture
Published On

କରଞ୍ଜିଆ : ବଣଭୋଜି ହେଲା କାଳ I ସାଳନ୍ଦୀ ନଦୀ ପୋଲୋ ଉପରୁ ବୋଲେରୋ ଖସି ୪ ଗୁରୁତର I ଦୁର୍ଘଟଣାରେ ୪ଜଣ ମେଡିକାଲ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ଭୈରବ କୁଣ୍ଡକୁ ବଣ ଭୋଜି କରିବାକୁ ଯାଇଥିଲେ I ବଣଭୋଜି ସାରି ରାତି ପ୍ରାୟ ୮ ତବେଳେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ୩୦ ଫୁଟ ପୋଲ ତଳକୁ ଖସିପଡ଼ିଲାଥିଲା ବୋଲେରୋ ।
ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରୁ ବୋଲେରୋରେ ଥିବା ୪ ଜଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଭରତ ମହାନ୍ତ,ଫାର୍ମାସିଷ୍ଟ କାଳିଚରଣ ରାଉତ,କୋଭିଡ଼ ଷ୍ଟାଫ କୁନା ମହାନ୍ତ,ଆଟେଣ୍ଡାଣ୍ଟ ଚନ୍ଦନ ମହାନ୍ତଙ୍କୁ ଚିକିତ୍ସା କରାଯାଇଥିଲା।

ଦୁର୍ଘଟଣାରେ କୋଭିଡ ଷ୍ଟାଫ କୁନା ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଗ୍ରସ୍ତ OD01U ୮୮୫୯ ବିଶିଷ୍ଟ ନମ୍ବର ବୋଲେର ଟି ପୋଲ ବାଙ୍କ ରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ଯାଇଥିବାର କୁହାଯାଇଛି। ରାତି ହୋଇଥିବାରୁ ଦୁର୍ଘଟଣା ଗ୍ରସ୍ତ ବୋଲେରୋକୁ ପୋଲ ତଳୁ ଉଦ୍ଧାର କରାଯାଇ ପାରିନାହିଁ।