ଏକତା ପରିଷଦ ସଂସ୍ଥାପକ ପିଭି ରାଜଗୋପାଳଙ୍କ ପଦଯାତ୍ରା

ଭବାନୀପାଟଣା: ସେପ୍‌ଟେମ୍ବର ୩୦ : ବିଶିଷ୍ଟ ଗାନ୍ଧୀବାଦୀ ସାମାଜିକ କର୍ମୀ ତଥା ଏକତା ପରିଷଦର ସଂସ୍ଥାପକ ପିଭି ରାଜଗୋପାଳଙ୍କୁ ଭବାନୀପାଟଣା ସହରସ୍ଥିତ ରାଜଗୋପାଳ ନଗରଠାରେ ସ୍ୱାଗତ କରାଯାଇଥିଲା । ସେଠାରେ ଏକତା ପରିଷଦର ଜିଲ୍ଲା ସଂଯୋଜକ ସରୋଜ ବାଗଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏକତା ପରିଷଦର ଜାତୀୟ ସଂଯୋଜକ ରମେଶ ଶର୍ମା, ଜାତୀୟ କମିଟି ସଦସ୍ୟ ଭାରତ ଭୂଷଣ ଠାକୁର, ଏକତା ପରିଷଦର ସଦସ୍ୟ ବରୁଣ, ଅଭିଷେକ, ରାଜ୍ୟ ସଂଯୋଜକ […]

Samaya Live Picture
Published On

ଭବାନୀପାଟଣା: ସେପ୍‌ଟେମ୍ବର ୩୦ : ବିଶିଷ୍ଟ ଗାନ୍ଧୀବାଦୀ ସାମାଜିକ କର୍ମୀ ତଥା ଏକତା ପରିଷଦର ସଂସ୍ଥାପକ ପିଭି ରାଜଗୋପାଳଙ୍କୁ ଭବାନୀପାଟଣା ସହରସ୍ଥିତ ରାଜଗୋପାଳ ନଗରଠାରେ ସ୍ୱାଗତ କରାଯାଇଥିଲା । ସେଠାରେ ଏକତା ପରିଷଦର ଜିଲ୍ଲା ସଂଯୋଜକ ସରୋଜ ବାଗଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଏକତା ପରିଷଦର ଜାତୀୟ ସଂଯୋଜକ ରମେଶ ଶର୍ମା, ଜାତୀୟ କମିଟି ସଦସ୍ୟ ଭାରତ ଭୂଷଣ ଠାକୁର, ଏକତା ପରିଷଦର ସଦସ୍ୟ ବରୁଣ, ଅଭିଷେକ, ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ, କାହ୍ନì ମହାନ୍ତି, ରାଜ୍ୟ କଂଗ୍ରେସ ଯୁବ ସମ୍ପାଦକ ମହମ୍ମଦ ସାହେବ, ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତିର ଗିରିଧାରୀ ପାତ୍ର, ଆଦିବାସୀ ନେତା ପରମାନନ୍ଦ ମାଝୀ, ଆଇନଜୀବୀ ସିଦ୍ଧାର୍ଥ ନାଏକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ରାଜଗୋପାଳ ନଗରରୁ ଏକ ପଦଯାତ୍ରା ବାହାରି ସୁକନାଭଟ୍ଟା ପର୍ଯ୍ୟନ୍ତ ୯ କିମି ପଦଯାତ୍ରା କରିଥିଲେ । ବାଟରେ ତାରିଣୀ ମନ୍ଦିରପଡା, ମଦନମୋହନ ପଡା, ହଲିଆପଡା, ଗୌନ୍ତିଆପଡା, ଦୁଆରସୁନୀ, ବେହେରାଗୁଡା, ଯମୁନାସାଗର ଓ ସୁକୁନାଭଟ୍ଟାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ହୋଟେଲ ସେଣ୍ଟର ପାର୍କଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଏକତା ପରିଷଦର ପଦଯାତ୍ରାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଶେଷ କରି ବର୍ତ୍ତମାନ ଦଶେ ଓ ବିଶ୍ୱର ସାଂପ୍ରତିକ ପରିସ୍ଥିତି, ସମାଜରେ ଥିବା ଅସମାନତା, ଅହିଂଶା, ଅନ୍ୟାୟ ଉପରେ ସମସ୍ତେ ଏକ ହୋଇ କାମ କରିବା ପାଇଁ ଆଲୋକପାତ କରାଯାଇଥିଲା ।