ଥମୁନି ବର୍ଷା ଅନୁଭବ ବିବାଦ
ସୋସିଆଲ ମିଡିଆରେ ବର୍ଷା ପ୍ରିୟ ଦର୍ଶିନିଙ୍କ ନାଁରେ ଅପପ୍ରଚାର ବନ୍ଦ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ କରାଯାଇଛି । ଏଥିରେ ସେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଛନ୍ତି । ପୂର୍ବରୁ ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ପ୍ରଥମେ ପୁରୀଘାଟ ଥାନା ପରେ ସାଇବର ଥାନାରେ ଏତଲା ଦେଇଥିଲେ ବର୍ଷା । ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରିବା ପରେ ଅନୁଭବ ମହାନ୍ତିଙ୍କ […]
ସୋସିଆଲ ମିଡିଆରେ ବର୍ଷା ପ୍ରିୟ ଦର୍ଶିନିଙ୍କ ନାଁରେ ଅପପ୍ରଚାର ବନ୍ଦ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ କରାଯାଇଛି । ଏଥିରେ ସେ ସ୍ୱାମୀ ଅନୁଭବ ମହାନ୍ତି, ରାଜ୍ୟ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରିଛନ୍ତି । ପୂର୍ବରୁ ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ପ୍ରଥମେ ପୁରୀଘାଟ ଥାନା ପରେ ସାଇବର ଥାନାରେ ଏତଲା ଦେଇଥିଲେ ବର୍ଷା । ସୋସିଆଲ ମିଡିଆରେ ଛବି ଖରାପ କରାଯାଉଥିବା ଅଭିଯୋଗ କରିବା ପରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍ କରାଯାଇଛି । ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି । ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି । ତେବେ ସେମାନଙ୍କ ଝଗଡାର ଅନ୍ତ କେବେ ହେବ ସେନେଇ ସବୁ ଫ୍ୟାନ୍ ଓ ପ୍ରଶଂସକ ଚାହିଁ ରହିଥିବାବେଳେ କଣ ମୋଡ ନେଉଛି ବର୍ଷା ଅନୁଭବ ବିବାଦ ତାହା ଦେଖିବାକୁ ବାକି ରହିଲା ।




