ସହରରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ନରସିଂହଙ୍କ ବଲାଙ୍ଗିର ନିର୍ବାଚନୀ ପ୍ରଚାର

ବଲାଙ୍ଗିର : ଅଞ୍ଚଳର ବିକାଶ ପାଇଁ ଲୋକେ ୨୦୧୪ ମସିହାରେ ବଡ ପରିବର୍ତ୍ତନ ଆଣିଥିଲେ । ସହରର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ସହରବାସୀ ପାଖକୁ ତାହାର ଫାଇଦା ପହଞ୍ଚାଇବାରେ ପୌରପାଳିକାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କି;ୁ ବିଗତ ତିନି ପାଳି ହେବ ବିଜେଡି ଦଳ ଅଧିନରେ ଥିବା ପୌରପାଳିକା ଓ ପୌର ପରିଷଦର ଅପାରଗତା ଯୋଗୁଁ ସହରବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଯେପରି ଲୋକେ ବିଜେଡି ବିଧାୟକଙ୍କୁ […]

Samaya Live Picture
Published On

ବଲାଙ୍ଗିର : ଅଞ୍ଚଳର ବିକାଶ ପାଇଁ ଲୋକେ ୨୦୧୪ ମସିହାରେ ବଡ ପରିବର୍ତ୍ତନ ଆଣିଥିଲେ । ସହରର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ସହରବାସୀ ପାଖକୁ ତାହାର ଫାଇଦା ପହଞ୍ଚାଇବାରେ ପୌରପାଳିକାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କି;ୁ ବିଗତ ତିନି ପାଳି ହେବ ବିଜେଡି ଦଳ ଅଧିନରେ ଥିବା ପୌରପାଳିକା ଓ ପୌର ପରିଷଦର ଅପାରଗତା ଯୋଗୁଁ ସହରବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଯେପରି ଲୋକେ ବିଜେଡି ବିଧାୟକଙ୍କୁ ତାଙ୍କର ଅପାରଗତା ପାଇଁ ୨୦୧୪ମସିହାରେ ଉଚିତ ଜବାବ ଦେଇଥିଲେ ।

ସେହିପରି ସହରର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପୌର ନିର୍ବାଚନରେ ବଲାଙ୍ଗିରବାସୀ ଗତ ତିନି ପାଳିର ଅପାରଗ ବିଜେଡି ଦଳକୁ ପ୍ରତ୍ୟଖ୍ୟାନ କର;ୁ ଏବଂ ଆମ ବଲାଙ୍ଗିର ସହରର ସର୍ବାଙ୍ଗୀନ ବିକାଶ ପାଇଁ କଂଗ୍ରେସର ପୌରଧକ୍ଷା ପ୍ରାର୍ଥି ମିଲନୀ ସାହୁ ଓ ୱାର୍ଡ ନମ୍ବର-୨ରେ କାଉନସିଲର ପ୍ରାର୍ଥି ସୁଜାତା ପୋଢ ତଥା ୱାର୍ଡ ନମ୍ବର-୧୯ରେ ସତ୍ୟବ୍ରତ ବଗର୍ତ୍ତୀଙ୍କୁ ବିପୁଳ ମାତ୍ରା ଭୋଟ ଦାନ କର;ୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ନିର୍ବାଚନ ପ୍ରଚାର ସମୟରେ କହିଛନ୍ତି ।

ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦିଓ ବିକାଶ ଏକ ନିରନ୍ତନ ପ୍ରକ୍ରିୟା । କି;ୁ ଗୋଟିଏ ଦଳ ବାରମ୍ବାର ଲୋକଙ୍କ ଭୋଟ ପାଉଥିବା ଯୋଗୁଁ, ସରକାରୀ ଦଳ ଲୋକଙ୍କ ଆବଶ୍ୟକତାକୁ ନଜର ଅନ୍ଦାଜ କରି ଏଠାରେ ନିଜର ମନମୂଖୀ ଶାସନ ଚଳାଇଛି । ଗତ ତିନି ଥର ହେବ ଲୋକେ ଏହି ସରକାରୀ ଦଳକୁ ପରଖି ସାରିବା ପରେ ଏଥର ମଧ୍ୟ ଉକ୍ତ ଦଳକୁ ଭୋଟ ଦେଲେ ତାହା ଆତ୍ମଘାତି ସାବିତ ହେବ । ବଲାଙ୍ଗିର ପୌରପାଳିକାରେ ଗାଦୀସିନ ଥିବା ସରକାରୀ ଦଳର ନେତାମାନେ ଏଠାରେ ପରିମଳ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା, ରୋଡ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ବାଟ ମାରଣା କରିବା ସହ ସହରରେ ଥିବା ବନ୍ଧ ପୋଖରୀଗୁଡିକୁ ଅତି ଦୟନୀୟ ଅବସ୍ଥାରେ ରଖିଛନ୍ତି । ତେଣୁ ମୋର ଅନୁରୋଧ, ଏହି ପୌର ନିର୍ବାଚନରେ ଆପଣମାନେ ପୁର୍ବ ଭୁଲକୁ ଦୋହରା;ୁ ନାହିଁ । ଏଥର ସହରର ବିକାଶକୁ ଆହୁରି ବିକାଶ କରିବା ପାଇଁ କଂଗ୍ରେସର ପୌରଧକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ତଥା କାଉନସିଲର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରା;ୁ । ଆମେ ଦୃଢ ପ୍ରତିଶୃତି ଦେଉଛୁ ବଲାଙ୍ଗିରର ସଂପୁର୍ଣ୍ଣ ବିକାଶ ହେବ ।

ସେହିପରି କଂଗ୍ରେସ ର ପୌରାଧକ୍ଷା ପ୍ରାର୍ଥିନୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ଲୋକେ ବାହୁ ବଳ କିମ୍ବା ଅର୍ଥବଳ ଦ୍ୱାରା ପ୍ରଭାବିତ ନହୋଇ କେବଳ ଉଜ୍ଜ୍ୱଳ ଭବିଷ୍ୟତକୁ ନଜରରେ ରଖି ଉଚିତ ପ୍ରାର୍ଥି ଚୟନ କର;ୁ । କାର୍ଯ୍ୟକ୍ରମ ମାନଙ୍କରେ ନଗର ସଭାପତି ବୁଲୁ ଦାନୀ, ଛାତ୍ର ସଭାପତି ଅଙ୍କିତ ସାହୁ, ଲୋପନ ମିଶ୍ର, ଚିଣ୍ଟୁ ପଣ୍ଡା, ଟିଟୁ ମହାନ୍ତି, ବିଦ୍ୟାଧର ସାହୁ, ବ୍ରହ୍ମା ବଗର୍ତ୍ତୀ ଓ ରବିନ୍ଦ୍ର ପାଣିଗ୍ରାହି ଉପସ୍ଥିତ ଥିଲେ ।