ବାଟବଣା ‘ଅନେ୍ୱଷା’ ଯୋଜନା: ଆଦିବାସୀ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହେଉନାହିଁ
ସୁନ୍ଦରଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଫଳ ହୋଇଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜି ସ୍କୁଲରେ ପଢ଼ାଇବାର ଯୋଜନା ‘ଅନେ୍ୱଷା’ । ଏହି ଯୋଜନାରେ ୪ର୍ଥରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଜିଲ୍ଲାର ମୋଟ୍ ୨୨୬୪ ପିଲା ୧୭ଟି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ହିସାବ ଦିଆଯାଉଛି । ଯାତାୟତ, ରହିବା ଓ ଖାଇବାକୁ ଛାଡି, ପାଠପାଇଁ ଜଣେ ପିଲା ପାଇଁ ବାର୍ଷିକ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏପରି ଭାବେ ପାଠପଢ଼ା ବାବଦରେ […]
ସୁନ୍ଦରଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବିଫଳ ହୋଇଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜି ସ୍କୁଲରେ ପଢ଼ାଇବାର ଯୋଜନା ‘ଅନେ୍ୱଷା’ । ଏହି ଯୋଜନାରେ ୪ର୍ଥରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଜିଲ୍ଲାର ମୋଟ୍ ୨୨୬୪ ପିଲା ୧୭ଟି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ହିସାବ ଦିଆଯାଉଛି । ଯାତାୟତ, ରହିବା ଓ ଖାଇବାକୁ ଛାଡି, ପାଠପାଇଁ ଜଣେ ପିଲା ପାଇଁ ବାର୍ଷିକ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏପରି ଭାବେ ପାଠପଢ଼ା ବାବଦରେ ବର୍ଷକୁ ସରକାରୀ ପାଣ୍ଠିରୁ ଖର୍ଚ୍ଚ ହେଉଛି ୪ କୋଟି ୧୯ ଲକ୍ଷ ୩୧ ହଜାର ୫୭୦ ଟଙ୍କା ।

ଏହା ବାହାରେ ଖାଇବା, ରହିବା, ପୋଷାକପତ୍ର, ଯାତାୟତ ଆଦି ବାବଦରେ ଜଣେ ପିଲା ପିଛା ବର୍ଷକୁ ଖର୍ଚ୍ଚ କରା ଯାଉଛି ୧୮ ହଜାର । ଏମିତି ଭାବେ ଜଣେ ପିଲା ପିଛା ସରକାରଙ୍କ ପାଣ୍ଠିରୁ ବର୍ଷକୁ ୩୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । କେବଳ ଏତିକି ନୁହେଁ, ହଷ୍ଟେଲରେ ଏମାନଙ୍କୁ ପାଠ ପଢ଼ାଇବାକୁ ସୁନ୍ଦରଗଡ଼ କେନ୍ଦ୍ରରେ ୨୨ ଓ ରାଉରକେଲା କେନ୍ଦ୍ରରେ ୧୮, ଏମିତି ମୋଟ୍ ୪୦ ଜଣ ଟ୍ୟୁଟରଙ୍କୁ ନିଯୁକ୍ତି ଦିଆଯାଇଛି । ଟ୍ୟୁଟର ପିଛା ମାସିକ ୮୦୦୦ ଟଙ୍କା ଖର୍ଚ୍ଚ ହେଉଛି । ମୋଟ୍ ଉପରେ ଏହି ଯୋଜନାରେ ଆକର୍ଷଣୀୟ ଖର୍ଚ୍ଚ କରା ଯାଉଛି । କି;ୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଫଳ ଶୂନ ।

କାରଣ ଏଥିରେ ସାମିଲ ପିଲାଙ୍କ ଭିତରୁ ପ୍ରାୟ ୮୦%ଙ୍କ ପାଠପଢ଼ାର ଫଳାଫଳ ସମ୍ପୂର୍ଣ୍ଣ ନୈରାଶ୍ୟଜନକ । ଗତ ବାର୍ଷିର୍କ ପରୀକ୍ଷାରେ ଏଥିରୁ ଅଧିକାଂଶ ପିଲା ୧୨-୨୦ ପ୍ରତିଶତ ମାର୍କ ରଖିଛନ୍ତି । ପ୍ରାୟ ସବୁ ଇଂରାଜି ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ଅନେ୍ୱଷା ଯୋଜନାର ପିଲାଙ୍କ ମାର୍କ ଏପରି ରହିଛି । ଏଥିପ୍ରତି ଦାୟିତ୍ୱରେ ଥିବା ଅଧିକାରୀ ଓ ଜିଲ୍ଲା ପ୍ରଶାସନ କି;ୁ ଆଖି ବୁଜି ଦେଇଛନ୍ତି । କାହିଁକି ଓ କ’ଣ ପାଇଁ ପିଲାମାନେ ପରୀକ୍ଷାରେ ଏମିତି ମାର୍କ ରଖୁଛନ୍ତି, ଥରୁଟିଏ ତଦାରଖ କରାଯାଉ ନାହିଁ । ବର୍ଷ ବର୍ଷ ଧରି ଚିରାଚରିତ ଭାବେ ଏଭଳି ପାଠ ପଢ଼ା ଚାଲିଛି ।

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ଏମିତି ସାଂଘାତିକ ତଥ୍ୟ, ସୁନ୍ଦରଗଡ଼ରେ ‘ଅନେ୍ୱଷା’ ଯୋଜନାର ବାସ୍ତବତାକୁ ପଦାରେ ପକାଇଛି । ଏହା ସହିତ ଯୋଜନାକୁ ପରିଚାଳନା କରୁଥିବା ଅଧିକାରୀମାନଙ୍କ ନିଷ୍ଠା ଓ ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ- ସୁନ୍ଦରଗଡ଼ ଜିଲ୍ଲାରେ ଅନେ୍ୱଷା ଯୋଜନାରେ ଥିବା ୨୨୬୪ ପିଲାଙ୍କ ପାଇଁ ସୁନ୍ଦରଗଡ଼ର ଦୁଇଟି ହଷ୍ଟେଲରେ ୧୧୪୩ ଓ ରାଉରକେଲାର ୩ଟି ହଷ୍ଟେଲରେ ୧୧୨୧ ପିଲା ରହୁଛନ୍ତି । ସେଠାରେ ରହି ସେମାନେ ସୁନ୍ଦରଗଡ଼ର ଜିଲ୍ଲାର ବିଭିନ୍ନ ସ୍କୁଲକୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଦିଆଯାଉଛି । ଏହି ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ସରକାରଙ୍କଠାରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ହେଁ ଯୋଜନାରେ ଯାଉଥିବା ପିଲାଙ୍କ ପାଠ ପଢ଼ାକୁ ସେତେଟା ଗୁରୁିତ୍ୱ ଦେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି । କି;ୁ ବିଭାଗୀୟ ଅଧିକାରୀମାନେ ନୀରବ ରହୁଛନ୍ତି ।
ଅନ୍ୟପଟରେ, କିଛି ସ୍କୁଲ କର୍ତ୍ତୃପକ୍ଷ ଅଧିକାରୀମାନଙ୍କ ସହିତ ଭିତିରି ସଲାସୁତୁରା କରି ପିଲାଙ୍କୁ ନେଉଛନ୍ତି, ତେଣୁ ଅଧିକାରୀମାନେ ସ୍ଥିତିର ପରିବର୍ତ୍ତନ ପାଇଁ କିଛି ଉଦ୍ୟମ କରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ଉଠୁଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ କେବଳ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବ, କି;ୁ ଆଦିବାସୀ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ହେବନାହିଁ ।




