ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱି କଲେ ରାୟଗଡ଼ାର ଛାତ୍ର ଅଂଶୁମାନ ରଥ
ରାୟଗଡ଼ା : ଏବେ ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏହି କ୍ରମରେ ଏବେ ସାରା ଦେଶରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଭାଷା ସଂସ୍କୃତିର ଆଦାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପାଇଁ ଓଡିଶାରୁ ୨୫ ଜଣିଆ ଛାତ୍ର ଛାତ୍ରୀ ଦଳ ୨୮ ତାରିଖ ଦିନ ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇ ଗସ୍ତ କରିଥିଲେ । ଏହି ଟିମରେ ରାୟଗଡା […]
ରାୟଗଡ଼ା : ଏବେ ଦେଶ ପାଳୁଛି ଆଜାଦି କି ଅମୃତ ମହୋତ୍ସବ । ଏହି କ୍ରମରେ ଏବେ ସାରା ଦେଶରେ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ନେଇ ଭାଷା ସଂସ୍କୃତିର ଆଦାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପାଇଁ ଓଡିଶାରୁ ୨୫ ଜଣିଆ ଛାତ୍ର ଛାତ୍ରୀ ଦଳ ୨୮ ତାରିଖ ଦିନ ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇ ଗସ୍ତ କରିଥିଲେ । ଏହି ଟିମରେ ରାୟଗଡା ଜିଲ୍ଲାରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅଂଶୁମାନ ରଥ ପ୍ରତିନିଧିି କରୁଥିଲେ । ମୋଟ ୨୫ ଜଣଙ୍କ ମଧ୍ୟରେ ୧୧ ଜଣ ଛାତ୍ରୀ ଥିବା ବେଳେ ବାକି ୧୪ ଜଣ ଛାତ୍ରରହିଥିଲେ ।

କଟକ ଜିଲ୍ଲାରୁ ୧୦ ଜଣ , ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ ଏବଂ ରାୟଗଡା , ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ଛାତ୍ର ଏହି ଟିମରେ ସାମିଲ ହୋଇଥିଲେ । ଏହି ୨୫ ଜଣିଆ ଟିମର ନେୃତୃତ୍ୱ ନେଉଛନ୍ତି ରାଜ୍ୟ ଶିକ୍ଷା ବିଭାଗର ଦୁଇ ଜଣ ଅଧିକାରୀ ଶଶଧର ନାୟକ ଏବଂ ଡା.ସୁଜାତା ମହାପାତ୍ର । ସାତଦିନ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ରାଜ୍ୟର ପ୍ରମୁଖ ସ୍ଥାନ ପରି ଭ୍ରମଣ କରାଇବା ସହ ସେଠିକା ଭାଷା ସଂସ୍କୃତି ସହିତ ଓଡିଶା ପିଲାଙ୍କୁ ଅବଗତ କରିବା ସହ ଓଡିଶା ଭାଷା ସଂସ୍କୃତି ନେଇ ସେଠିକା ପିଲାଙ୍କ ସହ ଆଦାନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା ସୁଚାନା ଦେଇଛନ୍ତି ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଦୂର୍ଗା ପ୍ରସାଦ ପଣ୍ଡା । ତେବେ ଏହି ଟିମରେ ଦକ୍ଷିଣ ଓଡିଶାରୁ ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଅଂଶୁମାନ ରଥ ମନୋନୀତ ହୋଇଥିବାରୁ ଏହା ରାୟଗଡା ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ବୋଲି କହିଛନ୍ତି ଅଧକ୍ଷ ଶ୍ରୀ ପଣ୍ଡା ।




